ଯଦି ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ କାହାକୁ କୌଣସି ଏକ ବିଷଧର ସାପ ଦଂଶି ଦିଏ ତେବେ ଏହି ସମୟରେ ଆପଣ କଣ କରିବେ ? ସେହିପରି ଆପଣ ଯେଉଁ ଜାଗାରେ ରହିଛନ୍ତି ସେଠାରେ କିମ୍ବା ତାର ଆଖପାଖ ଅଂଚଳରେ ଯଦି କୌଣସି ମେଡିକାଲ ନଥିବ ତେବେ କଣ କରିବେ? ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ମାତ୍ର ୧୦ ମିନିଟରେ ହିଁ ବଡ ବଡ ବିଷଧର ସାପର ବିଷକୁ ନଷ୍ଟ କରିହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଆମ ଦେଶରେ ପାଖାପାଖି ୫୫୦ ପ୍ରଜାତିର ସାପ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ମାତ୍ର ୧୫ ହିଁ ଏଭଳି ପ୍ରଜାତି ରହିଛନ୍ତି ଯେଉଁମାନେକି ବେଶି ବିଷଧର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପଚାର ସଂପର୍କରେ ଅବଗତ କରାଇବୁ ଯାହାକୁ ପ୍ରୟୋଗ କରି ଆପଣ ମଧ୍ୟ ସାପ କାମୁଡିବାରୁ କାହାର ଜୀବନ ବଂଚାଇପାରିବେ । ତେବେ ଆସନ୍ତୁ ଜାଣିବା…
ଚୂନ
ଯଦି କୌଣସି କୌଣସି ବ୍ୟକ୍ତିକୁ ସାପ କାମୁଡି ଦେଇଥାଏ ତେବେ ଯେଉଁ ସ୍ଥାନରେ ସାପ କାମୁଡି ଥିବ ସେହି ସ୍ଥାନରେ ଏକ ୨ପ୍ଲସର ମାର୍କ କରିଦିଅନ୍ତୁ ଏବଂ ପରେ ଚୁନର ଲେପ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଚୁନ ସାପର ବିଷକୁ ଖୁବ୍ ଶୀଘ୍ର ହିଁ ବାହାରକୁ ଟାଣି ଆଣିବ ଏବଂ ବ୍ୟକ୍ତିଟି ଖୁବ୍ ଶୀଘ୍ର ଭଲ ହୋଇଯିବ ।
ମୟୂର ପଂଖ
ଆପଣ ଜାଣିଛନ୍ତି କି, ଯେତେ ବଡ ତଥା ବିଷଧର ସାପ ହୋଇଥିଲେ ସୁଦ୍ଧା ତାର ବିଷ କିନ୍ତୁ ମୟୂରପର ଦ୍ୱାରା ଅତି ସହଜରେ ବାହାର କରାଯାଇପାରେ । ଏଥିପାଇଁ ଆପଣଙ୍କୁ ମୟୂର ପରର ଆଖି ବାଲା ଭାଗକୁ କାଟି ତାକୁ ଭଲ ଭାବରେ ଖସଡା କରିଦିଅନ୍ତୁ ଏବଂ ଏହାକୁ ପାଣିରେ ସହିତ ସାପ କାମୁଡିଥିବା ବ୍ୟକ୍ତିବିଶେଷଙ୍କୁ ପିଆଇବା ଦ୍ୱାରା ସାପର ବିଷ ନଷ୍ଟ ହୋଇଯାଇଥାଏ ।
ଦ୍ରୋଣପୁଷ୍ପି
ଏହି ଗଛ ସଂପର୍କରେ ପ୍ରାୟତଃ ସମସ୍ତଙ୍କୁ ଜଣାଥିବ । ଗାଁ ମାନଙ୍କରେ ଏହି ବୃକ୍ଷକୁ ସାଧାରଣତଃ ଗୁମା ନାଁରେ ଜଣାଯାଇଥାଏ । ଏହି ବୃକ୍ଷ ଆଜିକାଲି ସବୁ ସ୍ଥାନରେ ଉପଲବ୍ଧ । ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡି ଥାଏ ତେବେ ଆପଣ ଏହି ଗଛକୁ ବ୍ୟବହାର କରି ତାଙ୍କର ଜୀବନ ବଂଚାଇପାରିବେ । । ଏହି ଗଛର ରସ ବାହାର କରି ବାକ୍ତିକୁ ପିଆଇବା ଦ୍ୱାରା ସାପର ବିଷ କଟି ଯାଇଥାଏ । ବଡ କଥା ହେଲା ଏହି ରସ ପିଆଇବାର ମାତ୍ର ୧୦ ମିନିଟ ଭିତରେ ସବୁ ବିଷ ଝଡି ଯାଇଥାଏ ।
ଆପଣ ବି ଏହି ଉପାୟ ଅବଲମ୍ବନ କରି କୌଣିସ ବ୍ୟକ୍ତିର ଜୀବନ ବଂଚାଇପାରିବେ ।