ସତର୍କ କରାଇଲା ପୁଲିସ୍ : ସାର୍ବଜନୀନ ସ୍ଥାନରେ ଧୂମ୍ରପାନ କଲେ ଆଉ ଛାଡିବନି ପୁଲିସ୍ । ଧରାପଡିଲେ ହେବ ଜେଲ୍

29

ଏଣିକି ସାର୍ବଜନୀନ ସ୍ଥାନରେ ଧୂମ୍ରପାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଛାଡିବ ନାହିଁ ପୁଲିସ । ଯଦି କୌଣସି ବ୍ୟକ୍ତି କୌଣସି ସାର୍ବଜନୀନ ସ୍ଥାନରେ ଧୂମ୍ରପାନ କରୁଥିବାର ନଜର ଆସିବେ ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଛି ପୁଲିସ ବିଭାଗ । ଖାଲି ଏତିକି ନୁହେଁ ଏଥିପାଇଁ ପୁଲିସ ପକ୍ଷରୁ ଏକ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।

ସୂଚନା ମୁତାବକ, ଗତକାଲି ବିଭିନ୍ନ ପାନ ଦୋକାନ ଏବଂ ଅନ୍ୟାନ୍ୟ ଦୋକାନୀମାନଙ୍କୁ ପୁଲିସ ଅଧିକାରୀ ଏବଂ ହେଲ୍ଥ ଫାଉଣ୍ଡେସନ ତଥା ଏସଏଚଏଫର ଏକ ଦଳ ତାମାଖୁ ଏବଂ ଅନ୍ୟାନ୍ୟ ଧୂମ୍ରପାନ ତଥା ନିଶାଜାତ ଦ୍ରବ୍ୟ ସଂପର୍କରେ ସଚେତନ କରିଛନ୍ତି । ଦୋକାନୀଙ୍କୁ ତମାଖୁ ଏବଂ ଅନ୍ୟାନ୍ୟ ଧୂମ୍ରପାନ ସାମଗ୍ରୀକୁ ବିକ୍ରି ନକରିବାକୁ ମଧ୍ୟ ନିବେଦନ କରିଛନ୍ତି ।

ତେବେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ଆରମ୍ଭ ହୋଇଥିବା ଏହି ଆଭିଯାନରେ ପୁଲିସ ଅଧିକାରୀମାନଙ୍କୁ ଏସଂପର୍କରେ ସୂଚନା ଦିଆଯାଇଥିଲା । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦୋକାନୀମାନଙ୍କୁ ଏସବୁ ସାମଗ୍ରୀଗୁଡିକୁ ନ ବିକ୍ରି କରିବାକୁ ନିବେଦନ କରିବା ସହିତ ସାର୍ବଜନୀନ ସ୍ଥାନମାନଙ୍କରେ ଧୂମ୍ରପାନ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ଆମେ କହି ରଖୁଛୁ କି, ଏହି ଅଭିଯାନ ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ବାକି ସମସ୍ତ ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।