କେବଳ ଦାମ କିମ୍ବା ଫିଚର୍ସ ହିଁ ନୁହେଁ ବରଂ ଆଉ କିଛି ଦେଖି କିଣନ୍ତୁ ସ୍ମାର୍ଟଫୋନ, ଲାଭରେ ରହିବେ । ଜାଣନ୍ତୁ . . .

33

ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଯାଉଛନ୍ତି ତେବେ ଫୋନର ଦାମ ଏବଂ ଫଚର୍ସ ବ୍ୟତୀତ ମଧ୍ୟ ଅନେକଗୁଡିକ ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ । କାରଣ ବଜାରରେ ଉପଲବ୍ଧ ବିଭିନ୍ନ ସ୍ମାର୍ଟଫୋନ କଂପାନୀ ନିଜର ପ୍ରଡକ୍ଟକୁ ବାକି କଂପାନୀମାନଙ୍କୁ ଠାରୁ ଅଧିକ ଭଲ ଏବଂ ଆଡଭାନ୍ସ ଫିଚର୍ସ ବୋଲି ଦାବି କରିଥାନ୍ତି ଯାହାକି ବାସ୍ତବରେ ହୋଇନଥାଏ । ଏଠାରେ ଆମେ ଆପଣଙ୍କୁ କିଛି ଟିପ୍ସ ସଂପର୍କରେ ଅବଗତ କରାଇବୁ ଯାହାକୁ ଆପଣ ଫୋନ କିଣିବା ପୂର୍ବରୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

• ସ୍ମାର୍ଟଫୋନ କିଣିବା ପୂର୍ବରୁ ଆପଣଙ୍କୁ ଅପରେଟିଂ ସିଷ୍ଟମ, ସ୍କ୍ରିନ ସାଇଜ, କ୍ୟାମେରା, ପ୍ରୋସେସର ସବୁ କିଛି ଯାଂଚ ପରଖି କିଣିବା ଉଚିତ ।

• ଆପଣ ଆପଣଙ୍କର ପସନ୍ଦ ଅନୁସାରେ ଆଇଓଏସ ଏବଂ ଆଣ୍ଡ୍ରଏଡ ଫୋନ କିଣିପାରିବେ । ଆଣ୍ଡ୍ରଏଡ ଗୁଗଲର ଏକ ଅପରେଟିଂ ସିଷ୍ଟମ ଅଟେ, ଯେବେକି ଆଇଓଏସ ଆଇଫୋନର ଆଇଓଏସ ୟୁଜ କରିବାରେ ସହଜ ହୋଇଥାଏ ।

• ଯଦି ଆପଣ ଚାହୁଁଛନ୍ତି କି ଫୋନକୁ ଚଲାଇବା ସହଜ ହୁଅନ୍ତା ତେବେ ଆପଣ ଆଇଓଏସକୁ ବାଛିପାରିବେ । ଏଭଳି ପରିସ୍ଥିତିରେ ଆପଣ ଆପଲର କୌଣସି ବି ଆଇଫୋନ କିଣିପାରିବେ ।

• ଯଦି ଆପଣ ମୋବାଇଲରେ ହାର୍ଡୱୟାର ଚଏସ ଅଧିକ ଏବଂ ଦାମ ଅନୁସାରେ ଅଧିକ ଅପସନ ମିଳୁ ବୋଲି ତେବେ ଏଥିପାଇଁ ଆଣ୍ଡ୍ରଏଡ ହିଁ ଉପଯୁକ୍ତ ରହିବ ।

• ମୋବାଇଲ ଫୋନ କିଣିବା ପୂର୍ବରୁ ନିଜ ବଜେଟ ସ୍ଥିର କରିଦିଅନ୍ତୁ ଆଉ ସେ ହିସାବରେ ହିଁ ଫୋନର ଫିଚର୍ସକୁ ଦେଖନ୍ତୁ ।

• ଏଭଳି ମୋବାଇଲ ଫୋନ କିଣନ୍ତୁ , ଯାହାର ସ୍କ୍ରିନର ସାଇଜ୍ ୫.୫ ଇଂଚରୁ ଅଧିକ ବଡ ନଥିବ । କାରଣ ବଡ ସ୍କ୍ରିନ ଥିବା ସ୍ମାର୍ଟଫୋନ ଗୋଟିଏ ହାତରେ ହ୍ୟାଣ୍ଡେଲ କରିବାରେ ସମସ୍ୟା ସୃଷ୍ଟି କରିଥାଏ ।

• ମୋବାଇଲର ରିଜୋଲ୍ୟୁସନରୁ ଅଧକି ଡିସପ୍ଲେ, କଲର କ୍ୱାଲିଟି ଏବଂ ବ୍ରାଇଟନେସ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

• ଫୋନରେ ଯଦି ୪କେ ସ୍କ୍ରିନ ରହିଥିବ ତେବେ ତାହା ଭଲ ରହିଥାଏ । ସ୍କ୍ରିନର ବ୍ରାଇଟନେସ ଯେତେ ଅଧିକ ହେବ ଖରାରେ ମଧ୍ୟ ଫୋନରେ ସେତିକି ହିଁ ସହଜରେ ଦେଖିପାରିବେ । ଏଥିପାଇଁ ଇଗଙଖଋଊ ଡିସପ୍ଲେ ଥିବା ଫୋନ ହିଁ ବାଛନ୍ତୁ ।

• କ୍ୟାମେରା ସ୍ମାର୍ଟଫୋନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର ହୋଇଥାଏ । ଏଥିପାଇଁ କ୍ୟାମେରା ଯେତେ ଷ୍ଟ୍ରଙ୍ଗ ହେବ ଆପଣଙ୍କ ଫଟୋ ସେତେ ଶାନଦାର ରହିବ । ତେଣୁ ସ୍ମାର୍ଟଫୋନ କିଣିବା ସମୟରେ ଧ୍ୟାନ ରଖିବେ କି ଡୁଆଲ ଲେସ ଏବଂ ଅପ୍ଟିକାଲ ଇମେଜ ଥିବା କ୍ୟାମେରା ହୋଇଥିବ ।

• ସେହିପରି ଯଦି ଆପଣ ଆଣ୍ଡ୍ରଏଡ ଫୋନ କିଣୁଛନ୍ତି ତେବେ ସ୍ନାପଡ୍ରାଗନ ୮୩୫ ପ୍ରୋସେସର ଥିବା ମୋବାଇଲ ଭଲ ରହିବ । ଏହାଛଡା ମୋବାଇଲ ବ୍ୟାଟେରୀ କାପାସିଟି ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ । ୧୦ ଘଂଟାରୁ ଅଧିକ ବ୍ୟାଟେରା ଚାଲୁଥିବା ସ୍ମାର୍ଟଫୋନ ହିଁ କିଣନ୍ତୁ ।