ହାତରେ ନୁହେଁ ମୋବାଇଲରେ ହେବ ଲାଇଟ୍ ବନ୍ଦ ! ଆପଣଙ୍କ ପାଟି ଶୁଣି ଚାଲିବ ଘରର ବୈଦୁତିକ ଉପକରଣ

75

ଅଧିକାଂଶ ସମୟରେ ଆମେ ଘରେ ମୋବାଇଲ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ଚାର୍ଜରେ ବସାଇ ତ ଦିଅନ୍ତି ହେଲେ ତାର ପ୍ଲଗକୁ ଅନ୍ କିମ୍ବା ଅଫ୍ କରିବାକୁ ଭୁଲି ଯାଆନ୍ତି । ଘଂଟେ ପରେ ଯେତେବେଳେ ମନେ ପଡିଯାଏ ସେତେବେଳେ ଆମ ପାଖରେ ପଶ୍ଚ୍ୟତାପ ଛଡା ଆଉ କିଛି ନଥାଏ । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବଜାରରେ ଏଭଳି ଅନେକ ସ୍ମାର୍ଟ ପ୍ଲଗ ଉପଲବ୍ଧ, ଯାହାକୁ ଅପରେଟ୍ କରିବା ଲାଗି ଆପଣଙ୍କୁ ବାରମ୍ବାର ଆଉ ସକେର୍ଟ ପାଖକୁ ଯିବାକୁ ପଡି ନପାରେ ଆଉ ଆପଣ ଏହି ପ୍ଲଗକୁ ନିଜର ଫୋନରେ ବି ଅପରେଟ୍ କରିପାରିବେ ।

‘ଭେମୋ’ର ମିନି ସ୍ମାର୍ଟ ପ୍ଲଗ ଜରିଆରେ ଘରର ପ୍ରତିଟି ମୁସ୍କିଲ କାମ ଅତି ସହଜରେ କରାଯାଇପାରିବ । ଏହି ସ୍ମାର୍ଟ ପ୍ଲଗ ବିନା କୌଣସି ଏକ୍ସଟ୍ରା ୱାୟରିଂ କିମ୍ବା ଅନ୍ୟ କାହାର ସହାୟତାରେ ସରଳରେ ସାଧାରଣ ପ୍ଲଗରେ ଫିକ୍ସ କରି ବ୍ୟବହାର କରାଯାଇପାରିବ । ଏହି ସ୍ମାର୍ଟ ପ୍ଲଗକୁ ୟୁଜର୍ସ ସହଜରେ ନିଜର ସ୍ମାର୍ଟଫୋନରେ ବି ଉପଲବ୍ଧ ଥିବା ‘ଭେମୋ’ ଆପ ଜରିଆରେ ଅପରେଟ୍ କରିପାରିବେ । ଯଦି ଆପଣ ଘର ବାହାରେ ଅଛନ୍ତି ତେବେ ଏହି ଆପ ଜରିଆରେ ଆପଣ ଡିଭାଇସର ଅନ୍ ଏବଂ ଅଫର ଟାଇମ ପୂର୍ବରୁ ହିଁ ନିର୍ଦ୍ଧାରିତ କରିପାରିବେ । ଯଦି ଆପଣ କୌଣସି ଡିଭାଇସକୁ ଭୁଲରେ ବି ଖୋଲା ଛାଡି ଚାଲିଯାଇଛନ୍ତି ତେବେ ଏହି ଆପ ଜରିଆରେ ତାକୁ ପରବର୍ତ୍ତୀ ସମୟରେ ବନ୍ଦ କରିପାରିବେ ।

ଏଥିସହିତ ‘ଭେମୋ’ ସ୍ମାର୍ଟ ପ୍ଲଗରେ ‘ଆୱେ ମୋଡ’ର ଏକ୍ସଟ୍ରା ଫିଚର ଦିଆଯାଇଛି । ଏହି ଫିଚରରେ ଯଦି ଆପଣ ଘରଠାରୁ ବାହାରେ କେଉଁଠାରେ ରହିଛନ୍ତି ଏବଂ ନିଜର ସ୍ମାର୍ଟ ପ୍ଲଗକୁ ‘ଆୱେ ମୋଡ’ରେ ରଖିଛନ୍ତି ତେବେ ଆପଣଙ୍କର ଘରର ଲାଇଟ୍ ରାଣ୍ଡମ ସମୟରେ ଅନ ଏବଂ ଅଫ କରିପାରିବେ । ଖାଲି ସେତିକି ନୁହେଁ ସ୍ମାର୍ଟ ପ୍ଲଗକୁ ‘‘Echo dot’’ ସହିତ ଲିଙ୍କ କରି ଭଏସ କମାଣ୍ଡ ଜରିଆରେ ଅତି ସହଜରେ ବ୍ୟବହାର କରିପାରିବେ ।