ମୋବାଇଲରେ ବିରକ୍ତ କରୁଛି କି ଇଂଟରନେଟ୍ ସ୍ଲୋ ? ଡାଉନଲୋଡ଼ କରନ୍ତୁ ଏହି ଜରୁରୀ ଆପ୍

50

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ସ୍ଲୋ ଇଂଟରନେଟ୍ କନକ୍ସେନ ପାଇଁ ଆପଣ ନିଶ୍ଚୟ ଅସୁବିଧା ଭୋଗୁଥିବେ । ଅନେକ ଥର ଆପଣଙ୍କ ୪ଜି ଇଂଟରନେଟ୍ ଫୋନ ମଧ୍ୟ ୨ଜି ପରି କାମ କରିଥାଏ । ଏପରି ସ୍ଥିତିରେ ଆମେ ସର୍ଭିସ ପ୍ରୋଭାଇଡର କଂପାନୀ ଉପରେ ନିଜର ସମସ୍ତ ରାଗ ଶୁଝାଇବାରେ ଲାଗିପଡନ୍ତି । ଏକ ଏଭଳି ଆପ ରହିଛି ଯାହା ଆପଣଙ୍କ ଫୋନର ଇଂଟରନେଟ୍ ବେଗକୁ ବଢାଇବାରେ ସାହାର୍ଯ୍ୟ କରିପାରିବ ।

ତେବେ ଏହି ସବୁ ଆପଗୁଡିକ ଆପଣଙ୍କୁ କେଉଁଠି ଖୋଜିବାକୁପଡିବନି ବରଂ ଏହା ଗୁଗଲ ପ୍ଲେଷ୍ଟୋରେ ହିଁ ଉପଲବ୍ଧ ଅଟେ । ଏହି ଆପ୍ ଆପଣଙ୍କ ଫୋନରେ ଥିବା ଅନ୍ୟ ଆପଗୁଡିକୁ ଅପ୍ଟିମାଇଜ୍ କରନ୍ତି ଓ ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲିଥିବା ଆପଗୁଡିକୁ ବନ୍ଦ କରିଦିଅନ୍ତି । ଯାହାଦ୍ୱାରା ଡାଉନଲୋଡ଼ କମ୍ ହୁଏ ଓ ଆପଣାଛାଏଁ ଇଂଟରନେଟର ବେଗ ବୃଦ୍ଧି ପାଇଥାଏ ।

ଏହି ଆପଗୁଡିକ ଆପଣଙ୍କ ଫୋନର କ୍ୟାସ୍ ମେମୋରୀକୁ ମଧ୍ୟ କମ୍ କରିଦେଇଥାଏ । ଏଥିସହିତ ଏହି ଆପ୍ ଆପଣଙ୍କ ଫୋନରେ କନେକ୍ଟ ହୋଇଥିବା ୱାଇଫାଇ ଓ ମୋବାଇଲ ଡାଟାର ବେଗକୁ ବଢାଇବାରେ ସହାୟକ ହୋଇଥାନ୍ତି । ତେବେ ଚାଲନ୍ତୁ ନଜର ପକାଇବା ସେହି ସବୁ ଆପଗୁଡିକ ଉପରେ ।

• ଇଂଟରନେଟ୍ ବୁଷ୍ଟର ଓ ଅପ୍ଟିମାଇଜର

ଏମିତି ଏକ ଆପର ନାଁ ହେଉଛି ଇଂଟରନେଟ୍ ବୁଷ୍ଟର ଓ ଅପ୍ଟିମାଇଜର । ଏହି ଆପ୍ ଆପଣଙ୍କୁ ସୁବିଧାରେ ଗୁଗଲ ପ୍ଲେଷ୍ଟୋରରେ ମିଳିଯିବ ।

• ଫାଷ୍ଟର ଇଂଟରନେଟ୍ ୨ ଏକ୍ସ

ଏହି ଆପ୍ ଆପଣଙ୍କୁ ୯ ଆପ୍ସରେ ମିଳିବ । ତେବେ ଏହି ଆପ୍ ଗୁଗଲ ଫ୍ଲେଷ୍ଟୋରରେ ଉପଲବ୍ଧ ନୁହଁ ।

• ଫ୍ରି ଇଂଟରନେଟ୍ ସ୍ପିଡ ବୁଷ୍ଟର

ଏହି ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋରରେ ଡାଉନଲୋଡ କରିପାରିବେ ।

• ଇଂଟରନେଟ୍ ସ୍ପିଡ ମିଟର ଲାଇଟ୍

ଏହି ଆପ ମଧ୍ୟ ପ୍ଲେଷ୍ଟୋରରେ ଉପଲବ୍ଧ ।