ପୁରୁଷତ୍ୱର ପରିଚୟ ଦେବାପାଇଁ ନାରକୀୟ କାଣ୍ଡ ! ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

39

whaleବିଶ୍ୱର କୋଣ ଅନୁକୋଣର ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର ଘଟଣାବଳିକୁ ନେଇ ନାରକୀୟ କାଣ୍ଡ ମିଡିଆ ସବୁବେଳେ ଚର୍ଚ୍ଚାରେ ରହିଆସୁଛି । କିଛି ଲୋକ ଏଭଳି ଘଟଣାକୁ ସ୍ୱୀକାର କରୁଥିବା ବେଳେ ଆଉ କିିଛି ଲୋକ ଏହାକୁ ଅସ୍ୱୀକାର ମଧ୍ୟ କରୁଥିବାର ନଜିର ରହିଛି ।

ନିକଟରେ ଏଭଳି ଏକ ଘଟଣାର ଚିତ୍ରଗୁଡିକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେହି କେହି ଏହାକୁ ମିଛ ବୋଲି କହିଛନ୍ତି । ଡେନମାର୍କରେ ଏକ ଉତ୍ସବରେ ପାଖାପାଖି ୨୫୦ରୁ ଅଧିକ ତିମି ଓ ଡଲଫିନ ପ୍ରଜାତିର ମାଛଗୁଡିକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବାର ଚିତ୍ର ଦେଖିବାକୁ ମିଳିଛି ଆଉ ଯଦି ଏହାର ପ୍ରକୃତ ରହସ୍ୟ ଜାଣିବେ ତେବେ ଆପଣ ମଧ୍ୟ ବିସ୍ମୟ ହୋଇଯିବେ ।

whaleସମୁଦ୍ର କୂଳଟି ପାଖାପ।ଖି ୨୫୦ରୁ ଅଧିକ ତିମି ଓ ଡଲଫିନ୍ ପ୍ରଜାତିର ବିଶାଳକାୟ ମାଛମାନଙ୍କ ଦ୍ୱାରା ଆଚ୍ଛାଦିତ ହୋଇଥିଲା । ଆଉ ଏହାକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଯାଇଥିଲା । କାରଣ ପୂର୍ବରୁ କେବେ ଲୋକମାନେ ସମୁଦ୍ରର ଏଭଳି ରକ୍ତରଂଜିତ ବେଶ ଦେଖି ନଥିଲେ ।

ଆପଣଙ୍କୁ ଆମେ କହି ରଖୁଛୁ ଯେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋଗୁଡିକ ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ । ପ୍ରକୃତ ଘଟଣାଟି ହେଲା ଡେନମାର୍କର ଫରୋଏ ନାମକ ଆଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଏକ ଉତ୍ସବରେ କିଛି ଯୁବକମାନେ ନିଜର ପୁରୁଷତ୍ୱର ପରିଚୟ ଦେବାପାଇଁ ଏଭିଳି ନାରକୀୟ କାଣ୍ଡ ଭିଆଇଛନ୍ତି ।

ତେବେ ଉତ୍ସବ ଆଳରେ ପ୍ରତି ବର୍ଷ ଅନେକ ତିମି ଏବଂ ଡଲଫିନ ମାଛଙ୍କୁ ମୃତ୍ୟୁର ଘାଟରେ ଶିକାର ହେବାକୁ ପଡେ । କିନ୍ତୁ ଗତବର୍ଷ ୨୫୦ରୁ ଅଧିକ ଏହି ବିଶାଳକାୟ ମାଛଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଫଟୋଗୁଡିକ ଥିଲା ଅତି ଭୟଙ୍କର । ଏହି ଘଟଣାଟି ଭାଇରାଲ ହେବାପରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।