ସିମକାର୍ଡ ସହ ଆଧାର ଲିଙ୍କ କରୁଛନ୍ତି କି ? ତେବେ ଏହା ପୂର୍ବରୁ ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

52

ଆଧାର କାର୍ଡ ବର୍ତ୍ତମାନ କେବଳ ଏକ ଆଇଡି ପ୍ରୁଫ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ ବରଂ ଏହା ଏବେ ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଜରୁରୀ ହୋଇପଡିଛି । ଆଧାର କାର୍ଡ ନା କେବଳ ଟାକ୍ସ ଭରିବା, ବ୍ୟାଙ୍କ ଖାତାକୁ ସକ୍ରିୟ କରିବା ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହା ଏବେ ମୋବାଇଲ ସିମକୁ ଆକ୍ଟିଭ କରିବା ପାଇଁ ମଧ୍ୟ ବହୁତ ଜରୁରୀ ହୋଇପଡିଛି ।

ନିକଟରେ ସରକାର ମୋବାଇଲ ସିମ ସହ ଆଧାର କାର୍ଡକୁ ଲିଙ୍କ କରିବାର ଶେଷ ତାରିଖକୁ ମଧ୍ୟ ଘୋଷଣା କରିଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ୬ ଫେବ୍ରୁଆରୀ ୨୦୧୮ ପର୍ଯ୍ୟନ୍ତ ସମସ୍ତ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ଜରୁରୀ ଅଟେ । ଯେଉଁମାନେ ନିଜର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ ନକରିବେ ସେମାନଙ୍କର ନମ୍ବରକୁ ଡିଆକ୍ଟିଭେଟ୍ କରିଦିଆଯିବ । ଖାଲି ସେତିକି ନୁହେଁ ସରକାର ଏଥିସହିତ ହିଁ ଅନେକ ନୂଆ ନିୟମଗୁଡିକ ଜାରି କରିଛନ୍ତି ଯାହାର ସୂଚନା ବୋଧହୁଏ ଆପଣଙ୍କୁ ଜଣାନଥିବ । ତେଣୁ ଏଠାରେ ଆମେ ଆପଣଙ୍କୁ ଏହା ସହ ଜଡିତ କିଛି ସୂଚନା ଦେବାକୁ ଯାଉଛୁ ।

୬ ଫେବ୍ରୁଆରୀ ୨୦୧୮ ମଧ୍ୟରେ କରିବାକୁ ହେବ ଲିଙ୍କ

ସରକାର ମୋବାଇଲ ନମ୍ବର ସହିତ ଆଧାରକୁ ଲିଙ୍କ କରିବାର ଶେଷ ତାରିଖର ଘୋଷଣା କରିଛନ୍ତି । ୬ ଫେବ୍ରୁଆରୀ ୨୦୧୮ ମଧ୍ୟରେ ଯେଉଁ ମୋବାଇଲ ନମ୍ବର ଆଧାର ସହ ଲିଙ୍କ କରାଯାଇ ନାହିଁ ସେଗୁଡିକୁ ବନ୍ଦ କରିଦିଆଯିବ ।

ମୋବାଇଲ ୟୁଜର ୧ ଡିସେମ୍ବରରୁ ଲିଙ୍କ ପାଇଁ ଓଟିପି ବ୍ୟବହାର କରିପାରିବେ

ମୋବାଇଲ ୟୁଜରଙ୍କୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ୧ ଡିସେମ୍ବରରୁ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ପାଇଁ ଓଟିପିର ବ୍ୟବହାର କରିପାରବେ । ଅର୍ଥାତ୍ ୟୁଜର ଏସଏମଏସ କିମ୍ବା ଭଏସ ଆଧାରିତ ଆଇଭିଆରଏସ କଲ କିମ୍ବା ମୋବାଇଲ ଆପ ଜରିଆରେ ଓଟିପି ଆଧାରିତ ଭେରିଫିକେସନ ପାଇଁ ଆବେଦନ କରିପାରିବେ ।

ମୋବାଇଲ ସବସ୍କ୍ରାଇବର ଅନଲାଇନରେ କରିପାରବିନାହିଁ ଲିଙ୍କ

ମୋବାଇଲ ୟୁଜର ସିମକୁ ଆଧାର ସହିତ ଅନଲାଇନ ଲିଙ୍କ କରିପାରିବେ ନାହିଁ । ଯଦି ଆପଣଙ୍କ ନିକଟରେ କୌଣସି ପରିସ୍ଥିତିରେ ସିମକୁ ଆଧାର ସହିତ ଲିଙ୍କ ପାଇଁ କୌଣସି ବି ଲିଙ୍କ ଆସେ ତେବେ ତା ଉପରେ ଆଦୌ କ୍ଲିକ୍ କରନ୍ତୁ ନାହିଁ ।

ରି-ଭେରିଫିକେସନ ପାଇଁ ଆଧାର ବ୍ୟତୀତ ଅନ୍ୟ କୌଣସି ତଥ୍ୟର ଆବଶ୍ୟକତା ପଡିବ ନଥାଏ

କେ-ୱାଇସି ରି-ଭେରିଫିକେସନ କରିବା ପାଇଁ ମୋବାଇଲ ସବସ୍କ୍ରାଇବରକୁ କେବଳ ନିଜର ଆଧାର ନମ୍ବର ଏବଂ ଆକ୍ଟିଭେଟ୍ ସିମ କନେକ୍ସନ ନେଇ ଯିବାକୁ ପଡିବ ।

ସବସ୍କ୍ରାଇବର ଦେଶର କୌଣସି ବି କୋଣରୁ କରିପାରିବେ ମୋବାଇଲ ନମ୍ବର ଭେରିଫାଏ କିମ୍ବା ରି-ଭେରିଫାଏ

ଟେଲିକମ ୟୁଜର୍ସ ଦେଶର କୌଣସି ବି କୋଣରୁ ନିଜର ମୋବାଇଲ ନମ୍ବରକୁ କରିପାରିବେ ଭେରିଫାଏ କିମ୍ବା ରି-ଭେରିଫାଏ

ବରିଷ୍ଠ ନାଗରିକ ଘରେ ବସି କରିପାରିବେ ମୋବାଇଲ ସିମ ଭେରିଫାଏ

ସରକାର ସମସ୍ତ ଟେଲିକମ ଅପରେଟରଙ୍କୁ ନିଦ୍ଦେଶ ଦେଇଛନ୍ତି କି ବରିଷ୍ଠ ନାଗରିକଙ୍କ ମୋବାଇଲ ସିମକୁ ଭେରିଫାଏ କରିବା ପାଇଁ କଂପାନୀଗୁଡିକୁ ସେମାନଙ୍କ ଘରକୁ ଯିବାକୁ ପଡିବ । ଏହି ନିୟମ ସେହି ୟୁଜର୍ସଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ଯେଉଁମାନେ କି ରୋଗଗ୍ରସ୍ତ କିମ୍ବା ଦିବ୍ୟାଙ୍ଗ ହୋଇଥିବେ ।

ଲିଙ୍କ କରିବା ବାବଦକୁ ଦେବାକୁ ପଡିବନି କୌଣସି ଚାର୍ଜ

ମୋବାଇଲ ସବସ୍କ୍ରାଇବରଙ୍କୁ ନିଜର ମୋବାଇଲ ନମ୍ବର ଆଧାର ସହ ଲିଙ୍କ କରିବା ପାଇଁ କୌଣସି ଫିସ ଦେବାକୁ ପଡିବ ନାହିଁ । ଅର୍ଥାତ୍ ଏହା ସଂପୂର୍ଣ୍ଣ ରୂପେ ମାଗଣା ଅଟେ ।

ସମସ୍ତ ମୋବାଇଲ ନମ୍ବର ବାୟୋମେଟ୍ରିକ ଭେରିଫିକେସନ ମାଧ୍ୟମରେ କରିବାକୁ ହେବ ଲିଙ୍କ

ୟୁଜର୍ସ ଯଦି ଗୋଟିଏରୁ ଅଧିକ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ତେବେ ତାଙ୍କୁ ସମସ୍ତ ମୋବାଇଲ କନେକ୍ସନ ପାଇଁ ପୃଥକ ପୃଥକ ବାୟୋମେଟ୍ରିକ୍ ଭେରିଫିକେସନ କରିବାକୁ ପଡିବ ।