ଆପଣଙ୍କର ସ୍ମାର୍ଟଫୋନ ଏବଂ ବ୍ୟାଙ୍କ ଆକାଉଂଟ୍ ହ୍ୟାକ୍ ହୋଇନି ତ ? ଜାଣନ୍ତୁ ଏସବୁ ସଙ୍କେତରୁ

39

ଆଜିକା ଦିନରେ ଅନଲାଇନ କାରବାର କୌଣସି ବିପଦ କମ ହୋଇପଡିନି । ପ୍ରତିଦିନ କେହି ନା କେହି ଅନଲାଇନ ଠକାମୀର ଶିକାର ହେଉଛନ୍ତି । କେଉଁଠି ଡାଟା ଲିକ୍ ହେଲାଣି ତ ପୁଣି କେଉଁଠି ଫୋନ, କମ୍ପ୍ୟୁଟର ଏବଂ ଲାପଟପ ହ୍ୟାକର୍ସଙ୍କ ଶିକାର ହେଉଛନ୍ତି । ଏବେ ପ୍ରଶ୍ନ ଉଠିଛି କି, କିପରି ଜଣାପଡିବ କି ଆପଣଙ୍କର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ହ୍ୟାକ ହୋଇଛି ନାହିଁ ?ତେବେ ଆଜି ଆମେ ଆପଣଙ୍କୁ ୬ଟି ସଙ୍କେତ ସଂପର୍କରେ ଅବଗତ କରାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କୁର ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟର ହ୍ୟାକ୍ ହୋଇଛି କି ନାହିଁ ।

ସପିଂ ମେସେଜ ଆସିବା

ଫୋନର ହ୍ୟାକ୍ ହେବାର ବଡ ସଙ୍କେତ ହେଲା, ଆପଣଙ୍କ ନିକଟକୁ ଟ୍ରାଂଜାକସନ ନେଇ ବାରମ୍ବାର ମେସେଜ ଆସିବା । ଅଧିକାଂଶ ସମୟରେ ଏଭଳି ହୋଇଥାଏ କି, ଯେଉଁ ପ୍ରଡକ୍ଟସକୁ ଆପଣ କେବେ କିଣି ନଥିବେ ସେହି ପ୍ରଡକ୍ଟ ସଂପର୍କରେ ଆପଣଙ୍କ ନିକଟକୁ ବାରମ୍ବାର ମେସେଜ ଆସୁଥିବ । ଯାହାର ଅର୍ଥ ହେଲା କି, ଆପଣଙ୍କର ଉଭୟ କ୍ରେଡିକ୍ କିମ୍ବା ଡେଭିଟ୍ କାର୍ଡର ଡିଟେଲ୍ସ କାହା ହାତରେ ଲାଗିଯାଇଛି । ପେମେଂଟ ଡିଟେଲର ସୂଚନା ହ୍ୟାକର୍ସକୁ ଆପଣଙ୍କର ସପିଂ ସାଇଟରୁ ମିଳିପାରିବ କିମ୍ବା ଆପଣଙ୍କର ଫୋନ ଏବଂ ଇମେଲରୁ ମିଳିପାରେ ।

ଉଭୟ ଫୋନ ଓ କମ୍ପ୍ୟୁଟର ସ୍ଲୋ ହୋଇଯିବା

ଯଦି ଆରଣଙ୍କ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ସୀମାଠାରୁ ଅଧିକ ସ୍ଲୋ ହେଉଛି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଅଧିକାଂଶ ସମୟରେ ହ୍ୟାକର୍ସ ଆପଣଙ୍କର ସିଷ୍ଟମ ବ୍ୟବହାର ବିଟକଏନର ମାଇନିଂ ପାଇଁ କରିଥାଏ । ଏହାଛଡା ଇଂଟରନେଟ ସ୍ପିଡ ଭଲ ହେବା ସତ୍ୱେ ବି ଫୋନରେ ଭିଡିଓ ସ୍ଲୋ ଚାଲୁଛି ତେବେ ଆପଣ ଏଥିପାଇଁ ଆଲର୍ଟ ରହିବା ନିହାତି ଜରୁରୀ ।

ଆଂଟି ଭାଇରସ ବନ୍ଦ ହୋଇଯିବା

ଅଧିକାଂଶ ସମୟରେ ହ୍ୟାକର୍ସ ଆଂଟି ଭାଇରସ ଏବଂ ସିକ୍ୟୁରିଟି ସଫ୍ଟୱୟାରକୁ ବନ୍ଦ କରିଦେଇଥାନ୍ତି । ଯଦି ଆପଣଙ୍କୁ ସାମାନ୍ୟ ବି ସନ୍ଦେହ ହେଉଛି କି ଆପଣଙ୍କର ଆଂଟି ଭାଇରସ ଆଉ କାମ କରୁନି ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ।

ଆପଣା ଛାଏଁ କ୍ରୋମରେ ଏକ୍ସଂଟେନସନ ଏବଂ ସଫ୍ଟୱୟାର ଇନଷ୍ଟଲ ହୋଇଯିବା

ସବୁବେଳେ ନିଜର ବ୍ରାଉଜର ଯାଂଚ କରନ୍ତୁ । କାରଣ ଏଭଳି ବି ହୋଇପାରେ କି ଆପଣଙ୍କର ବ୍ରାଉଜରରେ କୌଣସି ଏକ୍ସଂଟେନସନ ରହିଯାଇଥିବ ଏବଂ ଯାହାକି ଆପଣଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖୁଛି ।

କମ୍ପ୍ୟୁଟର ଏବଂ ଫୋନର ସେଟିଂ ଅଚାନକ ବଦଳି ଯିବା

ଯଦି ଆପଣଙ୍କୁ ଲାଗୁଛି କି, ଆପଣଙ୍କର ଫୋନ କିମ୍ବା କମ୍ପ୍ୟୁଟରରେ ଥିବା ସେଟିଂ ଆପଣା ଛାଏଁ ବଦଳିଯାଉଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଭଳି ହେବା ଅର୍ଥ ହେଲା ହ୍ୟାକର୍ସ ଆପଣଙ୍କର ସିଷ୍ଟମ ଯାଏଁ ପହଂଚି ସାରିଛି । ଏଣୁ ତୁରନ୍ତ ଡାଉନଲୋଡ ଫାଇଲକୁ ଯାଂଚ କରିଦିଅନ୍ତୁ ।

ଆପଣା ଛାଏଁ ସିଷ୍ଟମ ଅନ-ଅଫ ହେବା

ହ୍ୟାକ୍ ହେବାର ଆଉ ଏକ ସଙ୍କେତ ହେଲା କି. ଯଦି ଆପଣଙ୍କର ସିଷ୍ଟମ ଲଗାତର ଭାବେ ତଥା ଆପଣା ଛାଏଁ ଅନ-ଅଫ ହୋଇଯାଉଛି ତେବେ ଆପଣ ବୁଝିଯିବା ଦରକାର କି ଆପଣଙ୍କର ସିଷ୍ଟମ ହ୍ୟାକ ହୋଇଛି ।