ବାବା ବନାମ ବାବା ! ରାମଦେବଙ୍କ ପତଂଜଳି ପ୍ରଡକ୍ଟକୁ ଟକ୍କର ଦେବ ଆର୍ଟ ଅଫ୍ ଲିଭିଂ ସଂସ୍ଥାପକଙ୍କ ଶ୍ରୀ ଶ୍ରୀ ଆୟୁର୍ବେଦ, ହେଲେ ମାଲାମାଲ ହେବେ ଆପଣ, ଜାଣନ୍ତୁ କିପରି

46

ଆଜି ପର୍ଯ୍ୟନ୍ତ ଆୟୁର୍ବେଦିକ ବଜାରରେ ଚହଳ ସୃଷ୍ଟି କରିଛି ବାବା ରାମଦେବଙ୍କ ପତଂଜଳି ପ୍ରଡକ୍ଟ । କିନ୍ତୁ ଖୁବ ଶୀଘ୍ର ବାବା ରାମଦେବଙ୍କ ଏହି ପ୍ରଡକ୍ଟକୁ ଟକ୍କର ଦେବାପାଇଁ ବଜାରକୁ ଆସୁଛି ଆଉ ଜଣେ ବାବାଙ୍କ ଆୟୁର୍ବେଦିକ ପ୍ରଡକ୍ଟ । ଆଜ୍ଞା ହଁ ! ପତଂଜଳୀକୁ ଟକ୍କର ଦେବାକୁ ଆସୁଛି ଆର୍ଟ ଅଫ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନୀ ‘ଶ୍ରୀ ଶ୍ରୀ ଆୟୁର୍ବେଦ’ । ବାବା ରାମଦେବ ଆଚାର୍ଯ୍ୟ ବାଲକୃଷ୍ଣ ସହିତ ମିଶି ପତଂଜଳି ଆୟୁର୍ବେଦ ଜରିଆରେ ଦେଶର ଅଫଏମସିଜି ସେକ୍ଟରର କଂପାନୀକୁ ପୂର୍ବରୁ ହିଁ ଟକ୍କର ଦେଇଆସୁଛନ୍ତି । କିନ୍ତୁ ଏବେ ଏହି ପ୍ରତିସ୍ପର୍ଦ୍ଦାରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନୀ ମଧ୍ୟ ସାମିଲ ହେବାକୁ ଯାଉଛି । ଖବର ମୁତାବକ, ଶ୍ରୀ ଶ୍ରୀ ଆୟୁର୍ବେଦ ପାଖାପାଖି ୨୦୦ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି । ଯାହାକୁ କଂପାନୀ ବିଭିନ୍ନ ବିଜ୍ଞାପନ ଏବଂ ପ୍ରମୋସନ ଉପରେ ବ୍ୟୟ କରିବା ଯେଉଁଥିରେ ଟିଭି, ପ୍ରିଂଟ, ଡିଜିଟାଲ , ଆଇଟଡୋର ଏବଂ ବିଭିନ୍ନ ପ୍ରକାରର ପ୍ରମୋସନ ସାମିଲ ।

ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ନିକଟରେ ହୋଇଥିବା ଆଇପିଏଲର ୧୧ତମ ସିଜିନରେ ବି ଶ୍ରୀ ଶ୍ରୀ ଆୟୁର୍ବେଦ କଂପାନୀ ଟିଭିରେ ଦିଆଯାଉଥିବା ବିଜ୍ଞାପନଗୁଡିକ ଉପରେ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବେଙ୍ଗାଲୁରୁ ସ୍ଥିତ କଂପାନୀର ସିଇଓଙ୍କ ସୂଚନା ମୁତାବକ, ଶ୍ରୀ ଶ୍ରୀ ଆୟୁର୍ବେଦ ସାରା ଦେଶରେ ୧ ହଜାରୁରୁ ଅଧିକ ବ୍ରାଣ୍ଡେଡ ଷ୍ଟୋର୍ସ ଖୋଲିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି । ଯାହାକି ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।

ବର୍ତ୍ତମାନ ଶ୍ରୀ ଶ୍ରୀ ଆୟୁର୍ବେଦ ଟୁଥପେଷ୍ଟ, ଭଡାରେ ଜିନିଷ ଯୋଗାଇଦେବା ଏବଂ ପର୍ସନାଲ କେୟାର ଭଳି ଅତ୍ପାଦର ହିଁ ସବୁଠାରୁ ବେଶି ପ୍ରଚାର କରିବ । କଂପାନୀ ଫେସ ୱାସ, କ୍ରିମ ଏବଂ ଲୋସନ, ସାମ୍ପୁ, ଘିଅ, ଚାଉଳ, ନଡିଆ ତେଲ ଏବଂ ଗୁଡ ଉପରେ ଅଧିକ ଗୁରୁତ୍ୱ ଦେବ । ଏଠାରେ ଆମେ କହି ରଖୁଛୁ କି, ପତଂଜଳି ଆୟୁର୍ବେଦ ପୂର୍ବରୁ ହିଁ ଏହି ସେକ୍ଟରରେ ନିଜର ଦବଦବା ଜାହିର କରି ଆସୁଛି । ବର୍ତ୍ତମାନ ସମୟରେ ଭାରତରେ ପର୍ସନାଲ କେୟାର ପ୍ରଡକ୍ଟସର ବଜାର ପାଖାପାଖି ୧୮,୫୦୦ କୋଟି ଟଙ୍କାର ରହିଛି ।

ତେବେ ପତଂଜଳୀ ଏବଂ ଶ୍ରୀ ଶ୍ରୀ ଆୟୁର୍ବେଦ ମଧ୍ୟରେ କଡା ଟକ୍କର ଏଥିପାଇଁ କୁହାଯାଉଛି କି, କାରଣ ଉଭୟ ଯାକ ସ୍ୱାଦେଶୀ ପ୍ରଡକ୍ଟ ବିକ୍ରି କରିବାକୁ ହିଁ ଦାବି କରୁଛନ୍ତି । ଏଯାବତ୍ ସ୍ୱଦଶୀ ପ୍ରଡକ୍ଟ ନାଁରେ ବାବା ରାମଦେବଙ୍କ ପତଂଜଳୀ କଂପାନୀର ଏକଛତ୍ରବାଦୀ ରାଜୁତି ଚାଲିଥିଲା କିନ୍ତୁ ଏବେ ଏହାକୁ ବି ଚ୍ୟାଲେଂଜ ମିଳିବା ଏକପ୍ରକାରେ ନିଶ୍ଚିତ । ଯଦିଓ ଅନେକ ବହୁରାଷ୍ଟ୍ରିୟ କଂପାନୀମାନେ ଯେପରିକି, ହିନ୍ଦୁସ୍ଥାନ ୟୁନିଲିଭର, ଲୋକଗେଟ, ଫ୍ୟୁଚର ଗ୍ରୁପ, ଡାବର ଆଦି କଂପାନୀମାନେ ବି ନିଜ ନିଜର ଆୟୁର୍ବେଦ ଆଧାରିତ ପ୍ରଡକ୍ଟଗୁଡିକୁ ଲଂଚ କରିବାରେ ଲାଗିପଡିଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି, ପତଂଜଳି ପ୍ରତି ବର୍ଷ ପାଖାପାଖି ୧୦ ହଜାର କୋଟି ଟଙ୍କାର ଉତ୍ପାଦ ବିକ୍ରି କରିଥାଏ ।