ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

448

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର ।

କୃଷ୍ଣଙ୍କ ଜନ୍ମ ଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଜନ୍ମାଷ୍ଟମୀ କେବଳ ଭାରତରେ ନୁହେଁ ବରଂ ବିଦେଶରେ ବାସକରୁଥିବା ତଥା ପ୍ରବାସୀଭାରତୀୟମାନେ ମଧ୍ୟ ପୁରା ନିଷ୍ଠାର ସହ ପାଳନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପବିତ୍ର ଜନ୍ମାଷ୍ଟମୀ ସଂପର୍କରେ କିଛି ବିଶେଷ କଥା ।

ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତ ଏବଂ ନିୟମ

• ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥି ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ ।

• ଏହି ପବିତ୍ର ପର୍ବରେ ପ୍ରଭୁଙ୍କ ଆରାଧନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।

• ରାତି ତମାମ୍ ଉଜାଗର ରହି ଅତ୍ୟନ୍ତ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ସ୍ମରଣ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନଟିକୁ ଅତ୍ୟନ୍ତ ଭକ୍ତିର ସହ ପାଳନ କରିଥାନ୍ତି ।

• ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୪ ତଥା ଆସନ୍ତା କାଲି ସଂଧ୍ୟା ୭ଟା ୪୫ ଘଟିକାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୧୫ ଅଗଷ୍ଟ ସଂଧ୍ୟା ୫ଟା ୪୦ ଘଟିକା ପର୍ଯ୍ୟନ୍ତ ରହିବ । ମାତ୍ର କିଛି ସ୍ଥାନରେ ମଧ୍ୟ ୧୫ ଅଗଷ୍ଟକୁ ପ୍ରଭୁଙ୍କ ଜନ୍ମାଷ୍ଟମୀ ପାଳନ କରାଯାଉଛି । ତେବେ ବୈଶ୍ୟ ସଂପ୍ରଦାୟରେ ୧୫ ଅଗଷ୍ଟରେ ହିଁ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଉଛି ।

ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ

• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ ।

• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା, ଏଥିପାଇଁ ଜନ୍ମାଷ୍ଟମୀର ନିର୍ଦ୍ଧାରିତ ତିଥି ତଥା ରୋହିଣୀ ନକ୍ଷତ୍ରକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ।

• ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

• ଗ୍ରହ ଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବାଦ୍ୱାରା ସୁଫଳ ମିଳିଥାଏ ।
ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା

‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷାଉପବାସର ଫଳ ମିଳିଥାଏ । ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।

ସୌଜନ୍ୟ: ଆଜତକ୍