କୁନି ଝିଅର ଲୁହକୁ ଦେଖି ତରଳି ଗଲା ବିରାଟ୍-ଶିଖରଙ୍କ ହୃଦୟ ! ଇନଷ୍ଟାଗ୍ରାମରେ ସେୟାର କଲେ ମନର କଥା, ଯାହା ଆପଣଙ୍କୁ ବି କରିଦେବ ଭାବୁକ

67

ଭାରତୀୟ କ୍ରିକେଟ୍ ଦଳର ଘାତକ ଖେଳାଳି ଶିଖର ଧୱନ ଏବଂ ଅଧିନାୟକ ବିରାଟ୍ କୋହଲି ୱାନଡେ ସିରିଜ୍ ପୂର୍ବରୁ ଏକ ଭିଡିଓ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି । ଖାଲି ସେତିକି ନୁହେଁ ଉଭୟେ ନିଜ ନିଜର ଭାବନାକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି ।

ଘଟଣାଟି ହେଲା, ଏହି ଭିଡିଓରେ ଏକ ଶିଶୁକୁ ଜଣେ ମହିଳା (ସମ୍ଭବତଃ ଶିଶୁଟିର ମା’) ସଂଖ୍ୟା ଗଣତି ଶିଖାଉଛନ୍ତି । ଆଉ ଏହି ସମୟରେ ଶିଶୁଟି କାନ୍ଦି କାନ୍ଦି ବାରମ୍ବାର ଭଲରେ ପଢାଇବାକୁ ଗୁହାରୀ କରୁଛି କିନ୍ତୁ ମହିଳା ଜଣକ ନିଜ ଜିଦ୍ଦରେ ଅଟଳ ଏବଂ ସେ ଚାହୁଁଛନ୍ତି କି ଶିଶୁଟି ନିର୍ଭୁଲ ଭାବେ ୧ରୁ ୫ ଯାଏଁ ଗଣତି ଫଟାଫଟ୍ ଭାବେ ଶିଖିଯାଉ ବୋଲି ।

ତେବେ ଶିଶୁଟିକୁ ପଢାଇବାର ଶୈଳୀ ଉପରେ ଶିଖର ଧୱନ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି କି, ‘ମୁଁ ଯେତେ ସବୁ ଭିଡିଓ ଦେଖିଛି, ସେଥିମଧ୍ୟରୁ ଅଧିକ କଷ୍ଟଦାୟକ ହେଉଛି ଏହି ଭିଡିଓ । ବାପାମାଆ ହେବା ଦୃଷ୍ଟିରୁ ଆମର ମୁଖ୍ୟ କର୍ତ୍ତବ୍ୟ ହେଉଛି ନିଜ ପିଲାଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ହେବା ଓ ସେମାନଙ୍କୁ ବୁଝାଶୁଝା କରି ପାଠ ପଢାଇବା । ମୋତେ ବହୁତ କଷ୍ଟ ଲାଗିଲା କି ଉକ୍ତ ମହିଳା ଜଣକ ଭାବାତ୍ମକ, ମାନସିକ ଏବଂ ଶାରୀରିକ ଦୃଷ୍ଟି କୋଣରୁ ଶିଶୁଟିକୁ ପ୍ରତାଡିତ କରୁଛନ୍ତି । ଯାହାଦ୍ୱାରା କି ଶିଶୁଟି ଖୁବ୍ ଶୀଘ୍ର ୫ ଯାଏଁ ଗଣିିବା ଶିଖିଯିବ’ ।

ଧୱନ ଆହୁରୀ ମଧ୍ୟ ଲେଖିଛନ୍ତି, ‘ଜୀବନ ଗୋଟିଏ ଚକ୍ର ଭଳି । ମୁଁ ପ୍ରାର୍ଥନା କରୁଛି କି ଏହି ସୁନ୍ଦର କୁନି ଝିଅଟି ଦିନେ ଜଣେ ମଜଭୁତ୍ ମହିଳା ହୋଇ ବାହାରିବ । ଯେତେବେଳେ ଶିଶୁଟି ବଡ ହୋଇଯିବ, ସେହି ମହିଳା ଜଣକ ବୃଦ୍ଧା ଆଉ ସେତେବେଳେ ହିଁ ଏହି କୁନି ଝିଅଟିର ହିଁ ରାଜୁତି ଚାଲିବ । ତେବେ ଖେଳ ଖେଳରେ ପିଲାଙ୍କୁ ପଢାଇବା ଦରକାର ନା କି ଭୟଭୀତ କରାଇ । ଶିକ୍ଷା ବହୁତ ଜରୁରୀ ଅଟେ, କିନ୍ତୁ ପିଲାଙ୍କୁ କଷ୍ଟ ଦେଇ ନୁହେଁ’ ।

ଅନ୍ୟପଟେ, ବିରାଟ ମଧ୍ୟ ଭିଡିଓକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ଲେଖିଛନ୍ତି କି, ‘ଶିଶୁଟିର କାନ୍ଦ ହୃଦୟକୁ କଷ୍ଟଦେବା ଭଳି ଅଟେ । ପିଲାଙ୍କୁ ଅତି କୋମଳତାର ସହ ପାଠ ପଢାଇବାକୁ ପଡିବ, ଡରାଇ ଧମକାଇ ନୁହେଁ । ତେବେ ଶିଶୁଟିକୁ ପଢାଇବାର ଶୈଳୀ ଏଭଳି ନିଷ୍ଠୁର ରହିଛି କି ଯିଏ ଦେଖିବ ସେ ନିଜ ଲୁହକୁ ଅଟକାଇ ପାରିବ ନାହିଁ । ଏହା ଅତ୍ୟନ୍ତ କଷ୍ଟଦେବା ଭଳି ଦୃଶ୍ୟ ଅଟେ’ ।

ସୌଜନ୍ୟ: ଆଜତକ୍