‘ଡୈଡ଼ି ଡ଼ି’ ନାଁରେ ଫେମସ୍ ହେଲେ ଭାରତୀୟ କ୍ରିକେଟର୍ ଶିଖର ଧୱନ

35

ଶିଖର ଧୱନ ନିଜ ପ୍ରଶଂସକମାନଙ୍କୁ କେବେ ବି ନିରାଶ କରନ୍ତି ନାହିଁ । ସୋସିଆଲ ମିଡିଆରେ ନିଜ ସମ୍ବନ୍ଧରେ କିଛି ନା କିଛି ଅପଡେଟ୍‌ ସର୍ବଦା କରନ୍ତି ଧୱନ । ଭାରତୀୟ ଦଳରେ ଏବେ ‘ଡୈଡି ଡି’ ନାମରେ ପ୍ରସିଦ୍ଧ ହୋଇଛନ୍ତି ଶିଖର ଧୱନ । ବୁଧବାର ଶିଖର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଖୁବ୍‌ ଭାଇରାଲ ହୋଇଛି । ଏହି ଭିଡିଓରେ ଶିଖର ଅଟୋ ଚଲାଉଥିଲେ ଓ ପଛରେ ହାର୍ଦ୍ଦିକ ପାଣ୍ଡ୍ୟା ବସିଥିବାର ଦେଖା ଯାଇଥିଲା ।

ଅଟୋ ଚଲାଇବା ବେଳେ ଶିଖର ପଞ୍ଜାବୀ ଗୀତ ଗାଉଥିଲେ । ପଛରେ ବସି ଏହାର ଖୁବ୍‌ ମଜା ନେଉଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଭିଡିଓଟିକୁ ପ୍ରଶଂସକମାନେ ଅତିମାତ୍ରାରେ ପସନ୍ଦ କରିଛନ୍ତି । ଦୁଇ ଘଣ୍ଟାରୁ ବି କମ୍‌ ସମୟ ମଧ୍ୟରେ ଭିଡିଓଟିକୁ ପାଖାପାଖି ୫୦ ହଜାର ଲାଇକ୍‌ ମିଳି ସାରିଲାଣି ।

ଭାରତୀୟ ଦଳ ଏବେ ଶ୍ରୀଲଙ୍କାରେ ଅଛନ୍ତି । ଶ୍ରୀଲଙ୍କା ବିରୁଦ୍ଧରେ ଗତ ଶେଷ ଟେଷ୍ଟ ମ୍ୟାଚରେ ଶିଖର ନିଜ ଶତକ କରିବାର ଉତ୍ସବକୁ ଭିନ୍ନ ଢ଼ଙ୍ଗରେ ଦେଖାଇଥିଲେ । ଯାହାକୁ କି ଏବେ ‘ଡୈଡି ଡି’ ପୋଜ୍‌ କୁହାଯାଉଛି । ଏବେ ଆସନ୍ତା ୨୦ ତାରିଖରୁ ପାଞ୍ଚଟି ଦିନିକିଆ ସିରିଜ୍‌ ମ୍ୟାଚ୍‌ ଖେଳାଯିବ ।

ସୌଜନ୍ୟ: ୱାନଇଣ୍ଡିଆ