ସାଧାରଣ ମହିଳା. . ଅସାଧାରଣ କାହାଣୀ

47

ଶାନ୍ତିଲତା ରାଉତ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଜି ସେ ପାଲଟି ଯାଇଛନ୍ତି ପରିଚିତ ଚେହେରା । ବର୍ଷର ବର୍ଷର ସଂଘର୍ଷ , ଆଜି ତାଙ୍କୁ ଆଣିଦେଇଛି ସୀମା ହିନ ଖୁସି । ଗୋଟିଏ ମଂଚରେ ଆଜି ସେ ରାଜ୍ୟପାଳ ଡ. ଏସ୍.ସି. ଜମିର , ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଜଂନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ନିରଜଂନ ପଟ୍ଟନାୟକଙ୍କ ସହ ଏକାଠି ବସିବାର ପାଇଛନ୍ତି ସୁଯୋଗ । ତେବେ କିଏ ଏହି ଶାନ୍ତିଲତା ? କଣ ଏହି ସାଧାରଣ ମହିଳାଙ୍କ ଅସାଧାରଣ କାହାଣୀ ? ଜାଣନ୍ତୁ ଆଜିର ଏହି ସ୍ପେଶାଲ ରିପୋର୍ଟରେ ।

shantilataବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ରୁହନ୍ତି ଶାନ୍ତିଲତା । ସ୍ୱାମୀ ଓ ପିଲାଙ୍କୁ ନେଇ ହସଖୁସିରେ ଚାଲୁଥିଲା ପରିବାର । ହେଲେ ଶାନ୍ତିଙ୍କ ସଂସାରରେ ଦିନେ ଲାଗି ଗଲା ଗ୍ରହଣ । ଅଧାବାଟରେ ହାତ ଛାଡି ଆରପାରିକୁ ଚାଲିଗଲେ ସ୍ୱାମୀ । ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ବି ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡିଦେଇ ଚାଲିଗଲା କୋଲାକାତା । ହେଲେ ଶାନ୍ତି କିନ୍ତୁ ଅଟକି ନାହାନ୍ତି । ପରିବାରର ପେଟ ପୋଷିବାକୁ କେବେ shantilataପଛଘୁଂଚା ଦେଇନାହାନ୍ତି । ଏବେ ଶାନ୍ତିଲତା ଜଳେଶ୍ୱର ଅଂଚଳରେ ଜଣେ ସଫଳ ମହିଳା ଚାଷୀ ଭାବେ ପରିଚିତ । ଚାଷ କରି ସେ ନିଜ ଗୋଡରେ ଛିଡା ହୋଇଛନ୍ତି । ପେଟ ପାଇଁ ମାଟିରେ ମାଟି ହୋଇଛନ୍ତି । ଆଉ ମୁଣ୍ଡ ଫଟା ଖରାରେ ଚାଷ କରି ବିନା ଆଶ୍ରାରେ ମାଡି ଚାଲିଛନ୍ତି ଶାନ୍ତିଲତା । ଜୀବନରେ ପାହାଚରେ ଆସୁଥିବା ପ୍ରତ୍ୟେକଟି ସମସ୍ୟା ଓ କଠିନତାକୁ ଶାନ୍ତି ଅଙ୍ଗେ ଲିଭାଇଛନ୍ତି । ହେଲେ କେବେ ଦୋହଲିନି ଶାନ୍ତିଙ୍କ ମେରୁଦଣ୍ଡ । ବୋହୂ ଓ ଦୁଇ ନାତୁଣୀଙ୍କ ଦାୟିତ୍ୱ ନେଇ ପରିବାରର ଗାଡିକୁ ଆଗେଇ ନେଇ ଚାଲିଛନ୍ତି ।

vlcsnap-2016-05-30-21h39m34s312ଶାନ୍ତିଲତାଙ୍କ ଏହି ନିଷ୍ଠା ଓ ସାହାସକୁ ସମ୍ମାନ ଜଣାଇବାକୁ ଆମ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ । ଯେଉଁଥିରେ ରାଜ୍ୟପାଳଙ୍କୁ ମୁଢି ଖୁଆଇଥିଲେ ଜଳେଶ୍ୱରର ଏହି ମହିଳା । ଆଉ ଯେଉଁ ସବୁ ସ୍ମୃତିକୁ ସାଉଁଟି ନେଇ ଖୁସିରେ ଆତ୍ମହରା ଶାନ୍ତିଲତା ।