ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଧକ୍କା । ବିଜେପି ନେତା କହିଲେ, ରାସ୍ତା କଡରେ ପରିସ୍ରା କରିବା ଆମର ପୁରୁଣା ପରମ୍ପରା

63

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ପରି ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଧାମୋହାନଙ୍କ ଭଳି ଅନ୍ୟ ଜଣେ ବିଜେପି ନେତା ରାସ୍ତାକଡରେ ଖୋଲାରେ ପରିଶ୍ରା କରୁଥିବାର ଦୃଶ୍ୟ ରହିଛି । ତେବେ ବଡ କଥା ହେଲା ଗୋଟିଏ ପଟରେ ଯେଉଁଠି ଦଳର ସୁପ୍ରିମୋ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ବଡ ବଡ କଥା କହୁଛନ୍ତି , ସେଠି କିନ୍ତୁ ଦଳୀୟ ନେତାଙ୍କ ଏପରି କାଣ୍ଡ ନିହାତି ରୂପେ ନିନ୍ଦନୀୟ ଘଟଣା ବୋଲି କହିପାରିବା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଯେଉଁ ବ୍ୟକ୍ତି ଜଣକ ଅଛନ୍ତି, ସେ ହେଉଛନ୍ତି ରାଜସ୍ଥାନର ଜଣେ ବିଜେପି ନେତା । ଯାହାଙ୍କ ନାଁ ହେଲା ଶମ୍ଭୁ ସିଂହ ଖାତେସର । ଏହି ଫଟୋରେ ସେ ଏକ କାନ୍ଥ ପାଖରେ ପରିସ୍ରା କରୁଥିବାର ନଜର ଆସୁଛନ୍ତି । ବଡ କଥା ହେଲା କି, ଶମ୍ଭୁ ସିଂହ ଖାତେସର ଯେଉଁଠି କାନ୍ଥ ପାଖରେ ପରିସ୍ରା କରୁଛନ୍ତି, ସେଠାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବସୁନ୍ଧରା ରାଜେଙ୍କର ଏକ ପୋଷ୍ଟର ମଧ୍ୟ ଲଗାଯାଇଛି । ଏହି ଫଟୋଟି ଭାଇରାଲ ହେବା ପରେ ବିବାଦ ସେତେବେଳେ ଆହୁରୀ ବଢିଯାଇଥିଲା , ଯେତେବେଳେ ମନ୍ତ୍ରୀ ଶମ୍ଭୁ ସିଂହଙ୍କୁ ଏସଂପର୍କରେ ପ୍ରଶ୍ନ କରାଯାଇଥିଲେ ।

ଶମ୍ଭୁୁ ସିଂହ ଯେଉଁ ଉତର ଦେଇଥିଲେ , ତାହା ଥିଲା ଏହାଠାରୁ ଆହୁରୀ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା । ଶମ୍ଭୁ ସିଂହ କହିଥିଲେ କି, ଖୋଲାରେ ପରିସ୍ରା କରିବା ଏକ ପୁରୁଣା ପରମ୍ପରା । ତେଣୁ ଏପରି କରି ସେ କୌଣସି ପାପ କରିନାହାଁନ୍ତି ବୋଲି । ଏଥିସହିତ ହିଁ ସେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ନିକଟରେ ପରିସ୍ରା କରିଥିବା ଘଟଣାକୁ ମଧ୍ୟ ପୂରା ପୁରି ମନାକରିଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଏହି ଘଟଣା କୌଣସି ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ବିଜେପିର ଅନେକ ନେତା-ମନ୍ତ୍ରୀଙ୍କୁ ଏଭଳି ଖୋଲାରେ ପରିସ୍ରା କରୁଥିବା ଅବସ୍ଥାରେ କ୍ୟାମେରାରେ ଧରାପଡିଛନ୍ତି । ନିକଟରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଏଭଳି ଏକ ଫଟୋକୁ ନେଇ ପ୍ରବଳ ସମାଲୋଚନା ହୋଇଥିଲା । ବିହାରରେ ନିଜ ନିର୍ବାଚନୀ କ୍ଷେତ୍ର ଗସ୍ତ କଲାବେଳେ ରାସ୍ତାକଡରେ ଗାଡି ରଖି ପାଖରେ ପରିଶ୍ରା କରୁଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ମନ୍ତ୍ରୀଙ୍କୁ ଜଗି ରହିଥିଲେ ତାଙ୍କ ସୁରକ୍ଷା କର୍ମୀ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟଠାରୁ ସଫେଇ ଦାବି କରିଥିଲେ ବିରୋଧୀ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ କଥା କହୁଥିବାବେଳେ ତାଙ୍କ ମନ୍ତ୍ରୀ ଏହାର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ବାଢିଥିଲେ ।