ମହିଳାଙ୍କ ସାମ୍ନାରେ କାହାକୁ ଗାଳି ଦେବା ବି ଯୌନ ଶୋଷଣ ! ଜାଣନ୍ତୁ ଆଇନ ଦୃଷ୍ଟିରୁ ଯୌନ ଶୋଷଣର ଅର୍ଥ କଣ ଓ ଏଥିପାଇଁ କେବେ ଆଉ କେଉଁଠି ଓ କିଭଳି କରିବେ ଅଭିଯୋଗ

75

ଦିନକୁ ଦିନ ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଛି ଅନ୍ୟାୟ ଓ ଅତ୍ୟାଚାର । ଏଭଳି ଗୋଟିଏ ଦିନ ନାହିଁ ଯେଉଁଦିନ ମହିଳାଙ୍କୁ ନେଇ ଯୌନ ନିର୍ଯାତନା ଭଳି ଖବର ଆସିନଥିବ । ତେବେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ତଥା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ କଠୋର ନିୟମ ପ୍ରଣୟନ କରାଯାଇଛି । ଯେଉଁଥିରେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ ସହ ମହିଳାଙ୍କ ସୁରକ୍ଷା ନେଇ ଅନେକ ନୀତିନିୟମ ରହିଛି । ଆଉ ଏହିସବୁ ନିୟମକାନୁନ ଭିତରେ ଯୌନ ନିର୍ଯାତନାର ବାସ୍ତବ ଅର୍ଥ କଣ ସେସଂପର୍କରେ ବି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।

ତେବେ ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ମଜାକମସ୍ତିରେ କୁହାଯାଉଥିବା କଥା ବି ଯୌନ ଶୋଷଣ ପରିସରରେ ଆସିଥାଏ । ତେଣୁ ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ କି, ଯୌନ ଶୋଷଣ ପ୍ରକୃତରେ କଣ ଏବଂ ଏଥିରେ କେବେ ଆଉ କେଉଁଠି ଓ କିଭଳି ଅଭିଯୋଗ କରିବା ଦରକାର । ତେବେ ଆସନ୍ତୁ ଜାଣିବା…

ଯୌନ ଶୋଷଣ କଣ

ଅଧିକାଂଶ ସମୟରେ ମହିଳାଙ୍କୁ ଜ୍ଞାନ ହିଁ ନଥାଏ କି ସେମାନଙ୍କର ଶୋଷଣ ହେଉଛି । କାମ କରୁଥିବା ପରିବେଶରେ ଦେଖେଇ ସେକେଇ କହିବା ବି ଅପରାଧ ତଥା ଯୌନ ଶୋଷଣ ବୋଲି କୁହାଯାଇପାରିବ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଏକ ଗାଇଡଲାଇନରେ କୁହାଯାଇଛି କି, ଏହା ଜରୁରୀ ନୁହେଁ କି ଯୌନ ଶୋଷଣର ଅର୍ଥ କେବଳ ଶାରୀରିକ ଶୋଷଣ । ଆପଣ କାମ କରୁଥିବା ପରିବେଶରେ କୌଣସି ବି ପ୍ରକାରର ଭେଦଭାବ, ଯାହା ଆପଣଙ୍କୁ ଏକ ପୁରୁଷ ସହକର୍ମୀଙ୍କଠାରୁ ଅଗଲା କରିଦିଏ କିମ୍ବା ଆପଣଙ୍କୁ କୌଣସି କ୍ଷତି କେବଳ ଏଥିପାଇଁ ସହିବାକୁ ପଡିଥାଏ, କାହିଁକି ନା ଆପଣ ଜଣେ ମହିଳା, ତେବେ ତାକୁ ଆପଣ ଯୌନ ଶୋଷଣ କହିପାରିବେ ।

ଆପଣ କାମ କରୁଥିବା ପରିବେଶରେ କୌଣସି ପୁରୁଷ ଦ୍ୱାରା ଦାବି କରାଯାଇଥିବା ଶାରୀରିକ ଲାଭ, ଆପଣଙ୍କ ଶରୀର କିମ୍ବା ରଙ୍ଗକୁ ନେଇ କରାଯାଉଥିବା ଟିପ୍ପଣୀ, ଖରାପ ମଜାକ. ଦୁର୍ବ୍ୟବହାର, ଜାଣିଶୁଣି କୌଣସି ତରିକାରେ ଆପଣଙ୍କ ଶରୀରକୁ ଛୁଇବା, ଆପଣ ଏବଂ ଆପଣଙ୍କ ନାଁକୁ ନେଇ କୌଣସି କର୍ମଚାରୀଙ୍କ ନାଁରେ ଯୋଡି କହିବା, ଅଶ୍ଳୀଳ ସିନେମା କିମ୍ବା ଆପତିଜନକ ଫଟୋ ଦେଖାଇବା କିମ୍ବା ପଠାଇବା, ଶାରୀରିକ ଲାଭ ବଦଳରେ ଆପଣଙ୍କୁ ଭବିଷ୍ୟତରେ ଲାଭ ଏବଂ କ୍ଷତି ଭଳି ପ୍ରତିଶ୍ରୁତ ଦେବା, ଆପଣଙ୍କୁ ଖରାପ ଇଙ୍ଗିତ କରିବା, ଆପଣଙ୍କୁ ନେଇ କୌଣସି ଖରାପ କଥା କହିବା ଇତ୍ୟାଦି ଏସମସ୍ତ ଯୌନ ଶୋଷଣର ଅଂଶ ବିଶେଷ ଅଟେ ।

ଆଇନ ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକ ସଂସ୍ଥା, ଯେଉଁଥିରେ ୧୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ତେବେ ସେଠାରେ ମହିଳାମାନଙ୍କର ଯୌନ ଉତ୍ପିଡନ ତଥା ନିବାରଣ ନିଷେଧ ଏବଂ ନିବାରଣ ଅଧିନିୟମ ୨୦୧୩ ଅନୁସାରେ, ଇଂଟରନାଲ କପ୍ଲେନ ତଥା ଆଭ୍ୟନ୍ତରୀଣ ଅଭିଯୋଗ ସମିତି ହେବା ଜରୁରୀ । ଆପଣ ଆପଣଙ୍କର ଅଭିଯୋଗ ଲିଖିତ ରୂପରେ ନିଜ ମାଲକ ତଥା ବସକୁ ଦେଇପାରିବେ କିମ୍ବା ଏଚଆରଙ୍କୁ ମଧ୍ୟ ଦେଇପାରିବେ ।

ତେବେ ଏହି ଅଭିଯୋଗ ଆପଣଙ୍କୁ ଘଟଣା କିମ୍ବା ଶେଷଥର ପାଇଁ ଘଟିଥିବା ଘଟଣାର ୩ ମାସ ମଧ୍ୟରେ ଦାଖଲ କରିବାକୁ ହେବ । ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଯେପରି କୌଣସି ମେସେଜ, କୌଣସି ଇମେଲ, କୌଣସି ରେକଡିଂ ରହିଛି ତେବେ ତାକୁ ମଧ୍ୟ ଦେଇପାରିବେ । ଅଭିଯୋଗ ମିଳିବା ପରେ ସମିତିକୁ ମାମଲାର ଯାଂଚ ପଡତାଳ ୯୦ ଦିନ ଭିତରେ ଶେଷ କରି, ତାର ରିପୋର୍ଟ ଦାଖଲ କରିବାକୁ ହେବ । ଏଥିପାଇଁ ସମିତି ଉଭୟ ପକ୍ଷ ସହିତ ପଚରାଉଚରା କରିପାରିବେ ।

ଆପଣଙ୍କ ପରିଚୟକୁ ଗୋପନ ରଖିବା ସମିତିର ଦାୟିତ୍ୱ

ଆପଣଙ୍କର ବାକି ସହକର୍ମୀଙ୍କୁ ମଧ୍ୟ ସାକ୍ଷ୍ୟ ଆଧାରରେ ପ୍ରଶ୍ନ କରାଯାଇପାରେ । ଆପଣଙ୍କ ପରିଚୟ ଗୋପନୀୟ ରଖିବା ସମିତିର ଦାୟିତ୍ୱ । ଜରୁରୀ ନୁହେଁ କି ଆପଣ ସେହି ସଂସ୍ଥାର ସ୍ଥାୟୀ କର୍ମଚାରୀ ହୋଇଥିବା ଦରକାର ।

କିଭଳି କରିବେ ଥାନାରେ ଅଭିଯୋଗ

ଯଦି ଆପଣ କୌଣସି ବି ସଂସ୍ଥାରେ ଯୌନ ଉତ୍ପିଡନର ଶିକାର ହୋଇଛନ୍ତି ତେବେ ଏନେଇ ସିଧା ସଳଖ ୧୦୯୦ରେ କଲ କରି ଜଣାଇପାରିବେ । ଏଠାରେ ପୁଲିସ ଆପଣଙ୍କ ସହାୟତା କରିବେ । ଏହାଛଡା ଆପଣ େଓବସାଇଟରେ ଅନଲାଇନ ଅଭିଯୋଗ ମଧ୍ୟ କରିପାରିବେ । ପୁଲିସ ବିଭାଗର ଏକ ମୋବାଇଲ ଆପ ମଧ୍ୟ ରଖିପାରିବେ ।

ମହିଳା ସାମ୍ନାରେ କୌଣସି ବ୍ୟକ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା କରିବା, ମହିଳାଙ୍କ ସମ୍ମାନକୁ ଆଘାତ ଦେଲା ଭଳି କୌଣସି କାମ କରିବା, କୌଣସି ଏଭଳି କାମ ଯେଉଁଥିରେ ମହିଳାଙ୍କୁ ସେ ମହିଳା ହେବା କାରଣରୁ ନିଚା ଦେଖାଇବା ଆଦି ôଯୌନ ଶୋଷଣର ପରିସରରେ ଆସିଥାଏ । ମହିଳାମାନେ ଏନେଇ ନା ହିଁ କେବଳ ନିଜ ସଂସ୍ଥାରେ ଅଭିଯୋଗ କରିପାରିବେ ବରଂ ପୁଲିସକୁ ବି ଜଣାଇପାରିବେ ।