ଦୂର କରନ୍ତୁ ଆଧାର ଲିଙ୍କ୍ ସଂପର୍କିତ ସମସ୍ତ ଦ୍ୱନ୍ଦ୍ୱ ! ମାତ୍ର ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ ସେବା ପାଇଁ କେତେ ରଖାଯାଇଛି ସମୟ ସୀମା

49

କିଛି ସେବା ପାଇଁ ଆଧାର ଲିଙ୍କର ସମୟ ସୀମା ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୧୮କୁ ବୃଦ୍ଧି କରାଯାଇଛି ତ ପୁଣି କିଛି ସେବାକୁ ଏଥିରୁ ବାଦ୍ କରି ଦିଆଯାଇଛି । ଯାହାକି ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ତେଣୁ ଏହି ଦ୍ୱନ୍ଦ୍ୱକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଆଧାର ଲିଙ୍କ ସଂପର୍କିତ କିଛି ଖବର ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ସେବାଗୁଡିକରେ ଆଧାର ଲିଙ୍କ ସମୟ ସୀମା ବୃଦ୍ଧି କରାଯାଇଛି ଆଉ କେଉଁଥିରେ ନୁହେଁ . . .

• ମାନ୍ୟବର ସୁପ୍ରିମ କୋର୍ଟ ଡିଏଲ, ବ୍ୟାଙ୍କ, ପାନ କାର୍ଡ, ସିମ କାର୍ଡକୁ ଆଧାର ସହ ଲିଙ୍କ କରିବାର ଡେଡ୍ ଲାଇନ ଫାଇନାଲ ନିଷ୍ପତି ଆସିବା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

• ସେହିପରି ବୀମା ପଲିସିକୁ ଆଧାର ସହ ସଂଯୋଗ କରିବାର ସମୟସୀମା ବର୍ତ୍ତମାନ ପାଇଁ ବୃଢାଇ ଦିଆଯାଇଛି ।

• ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଂଟକୁ ଆଧାର ସହ ଲିଙ୍କ କରିବାର ତାରିଖ ମଧ୍ୟ ଏଯାବତ୍ ସ୍ଥିର କରାଯାଇପାରିନି । ଆପଣ ଆଧାର ସେପର୍ଯ୍ୟନ୍ତ ଲିଙ୍କ କରିପାରିବେ ଯେପର୍ଯ୍ୟନ୍ତ ଟେଲିକମ ମନ୍ତ୍ରାଳୟ ପକ୍ଷରୁ ଏସଂପର୍କରେ ସେଭଳି କୌଣସି ନିଷ୍ପତି ନଆସିଛି ।

• ସେହିପରି ବ୍ୟାଙ୍କ ଖାତା ଖୋଲିବା ଏବଂ ତତକାଳ ପାସପୋର୍ଟ ପାଇଁ ଆପ୍ଲାଏ କରିବା ସମୟରେ ଆଧାର କାର୍ଡ ପୂର୍ବ ଭଳି ହିଁ ଜରୁରୀ ଅଟେ ।

• ଯେଉଁମାନଙ୍କ ନିକଟରେ ଆଧାର କାର୍ଡ ନାହିଁ କିମ୍ବା ଆଧାର ପାଇଁ ଆବେଦନ କରିଛନ୍ତି ସେମାନେ ଆଧାର ଆପ୍ଲିକେସନ ନମ୍ବର ଦେଇପାରିବେ ।

• ଜୁଲାଇ ୧ରୁ ଆଧାର କାର୍ଡ ପାଇଁ ରିକଗନିସନର ସୁବିଧା ଏବଂ ଭର୍ଚ୍ୟୁଆଲ ଆଇଡିର ସୁବିଧା ଉଲଲବ୍ଧ କରାଯିବ ।