ମାଓପ୍ରବଣ ଅଂଚଳରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

25

କନକ ବ୍ୟୁରୋ : ମାଓପ୍ରବଣ ଅଂଚଳରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ମାଲକାନାଗିରି, କନ୍ଧମାଳ, ନୟାଗଡ ଏବଂ କୋରାପୁଟ ଜିଲ୍ଲାରେ ନୋଡାଲ ସେଂଟର ଥାନାରେ ହେବ । ଆବଶ୍ୟକ ପଡିଲେ ଏହି ସେଂଟର ଗୁଡିକରେ ସିସିଟିଭିର ବନ୍ଦୋବସ୍ତ ମଧ୍ୟ କରାଯିବ ।

ଚଳିତ ବର୍ଷ ମୋଟ ୨୯୫ ଟି ନୋଡାଲ ସେଂଟର ମଧ୍ୟରୁ ୨୭ ଟି ନୋଡାଲ ସେଂଟର ଥାନାରେ ହେଉଛି । ସେହିପରି ଆସନ୍ତା ଫେବୃୟାରୀ ୮ ତାରିଖରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଅନଲାଇନରେ ଡାଉନଲୋଡ୍ କରିପାରିବେ । ଏହି ସୂଚନା ବୋର୍ଡ କାର୍ଯ୍ୟାଳୟ ତରଫରୁ ମିଳିଛି ।

ଦେଖନ୍ତୁ ଏହି ଭିଡିଓ :