ସାଧାରଣତଃ କିନ୍ନରମାନଙ୍କୁ ଆପଣ ପ୍ରାୟତଃ ଦେଖିଥିବେ । ସେ ଆମ ଭଳି ଜଣେ ସାଧାରଣ ଲୋକ । ସେମାନେ ସେହି ପାଣି ପବନରେ ବାସ କରନ୍ତି ଯେଉଁଠି ଆମେ ବାସ କରୁ । ସେମାନେ ସେହି ଜିନିଷ ଖାଆନ୍ତି ଯାହା ଆମେ ଖାଇଥାଉ । ମାତ୍ର ଫରକ ଜମା ଏତିକି କି ସେ ଜଣେ ସାଧାରଣ ଲୋକଠୁ ଟିକେ ଅଜିବ୍ । ଅର୍ଥାତ୍ ସେମାନେ ଜଣେ ସାମାନ୍ୟ ଲୋକଠାରୁ ଅଧିକ ମେକଅପ୍ ନେଇଥାନ୍ତି । କିନ୍ତୁ ଆମକୁ ଏଠାରେ ଅନୁଭବ କରିବାକୁ ପଡିବ ସେ ବି ଆମ ଭଳି ଜଣେ ମଣିଷ । ତେବେ ତାଙ୍କୁ ଭଲଭାବରେ ଜାଣିବା ପାଇଁ ଆମେ ଆପଣଙ୍କୁ ସେମାନଙ୍କ ସହ ଜଡିତ କିଛି ରହସ୍ୟମ କାହାଣୀ ସଂପର୍କରେ ଜଣାଇବୁ ।

ଯେତେବେଳେ କେହି କିନ୍ନର ତଥା କିନ୍ନରମାନଙ୍କ ସମାଜରେ ଯଦି କେହି ନୂଆ ସଦସ୍ୟ ଆସେ ତେବେ ତାଙ୍କୁ ନାଚି ଗାଇ ଅତି ଆନନ୍ଦର ସହ ଉତ୍ସବ ପାଳନ କରି ତାଙ୍କ ସମାଜରେ ସାମିଲ କରାଯାଇଥାଏ । ଖାଲି ସେତିକି ନୁହେଁ ଏଥିପାଇଁ ସେମାନେ କିଛି ପାରମ୍ପରିକ ରିତିନୀତି ମଧ୍ୟ ପାଳନ କରିଥାନ୍ତି । ସେଥିପାଇଁ ସେ ତାଙ୍କ ଇଷ୍ଟ ଦେବତାଙ୍କ ଆରାଧାନା କରିଥାନ୍ତି । ତେବେ ଏବେ ଆପଣ ଚିନ୍ତା କରୁଥିବେ ସେମାନଙ୍କ ଇଷ୍ଟ ଦେବତା କିଏ ହୋଇଥିବେ ? ସେମାନଙ୍କ ଇଷ୍ଟ ଦେବତା ହେଲେ ଇରାବଣ ବା ଆରାବଣ । ପ୍ରତିବର୍ଷ ସେମାନେ ଆରାବଣଙ୍କ ବିବାହ ଉତ୍ସବକୁ ବହୁ ଧୁମଧାମରେ ପାଳନ କରନ୍ତି । ଆପଣ ଜାଣିଲେ ଚକିତ ହେବେ କି, ଇଷ୍ଟଦେବତାଙ୍କ ବିବାହ ଉତ୍ସବ ପାଳନର ଠିକ୍ ପରଦିନ ହିଁ ତାଙ୍କ ମୃତ୍ୟୁକୁ ନେଇ ଶୋକପାଳନ କରିଥାନ୍ତି ଏହି କିନ୍ନର ସମାଜ । ଆଉ ତାଙ୍କ ମୃତ୍ୟୁ ଏକ ରାଜ୍ ହୋଇ ଏବେ ମଧ୍ୟ ରହିଛି ।

ଆଜ୍ଞା ହଁ । ଆପଣଙ୍କୁ ଆମେ ପୂର୍ବରୁ ମଧ୍ୟ ଜଣାଇଥିଲୁ କି ଯେତେବେଳେ କୌଣସି କିନ୍ନରର ମୃତ୍ୟୁ ହୋଇଥାଏ ତେବେ ତାର ଅନ୍ତିମ ସଂସ୍କାର ରାତିରେ ଆଉ ଗୁପ୍ତରେ ହିଁ କରାଯାଇଥାଏ ଏବଂ ଏଥିସହ ମୃତ ଦେହକୁ ଜୋତା ଚପଲରେ ମାଡ ମରାଯାଇଥାଏ ଯେପରି କି ପର ଜନ୍ମରେ ସେ କିନ୍ନର ହୋଇ ନ ଜନ୍ମ ହୁଏ । ଲୋକଙ୍କୁ କେବେ କୌଣସି କିନ୍ନରର ମୃତ୍ୟୁ ତଥା ଅନ୍ତିମ ସଂସ୍କାର ସହ ଜଡିତ କିଛି ବି ରାଜ୍ ସଂପର୍କରେ ଜଣା ନଥିବ ମାତ୍ର ଏକ ତଥ୍ୟ ରହିଛି ଯାହା ମହାଭାରତ ସହ ଜଡିତ ତେବେ ମହାଭାରତରେ ଶ୍ରୀଖଣ୍ଡି ନାମକ ଜଣେ କିନ୍ନର ଚରିତ୍ରର ଅବତରଣ କରାଯାଇଛି ଯିଏ କି ସଂପୂର୍ଣ୍ଣ ମହାଭାରତରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ଯିଏ କି ମହାଭାରତର ମହାଯୁଦ୍ଧରେ ପିତାମହ ଭିସ୍ମଙ୍କୁ ବଧ କରିବା ଦିଗରେ ଅର୍ଜୁନଙ୍କୁ ସହାୟତା କରିଥିଲେ । ଇତିହାସ କୁହେ, ଯେତେବେଳେ ପାଣ୍ଡବମାନେ ଏକ ବର୍ଷ ଅଜ୍ଞାତବାସରେ ରହିଥିଲେ ସେତେବେଳେ ଅର୍ଜୁନ କିନ୍ନର ସାଜି ସମୟ ବିତାଇଥିଲେ । ଏହାର ଅର୍ଥ ହେଲା ପୁରାଣକାଳରେ ମଧ୍ୟ କିନ୍ନରଙ୍କ ସ୍ଥାନ ସ୍ୱତନ୍ତ୍ର ଥିଲା ।