ଦୁନିଆର ଏକମାତ୍ର ବାପା ! ଯିଏ କରିଥାଏ ପିଲା ଜନ୍ମ

74

ଆପଣ ଜାଣିଥିବେ ପ୍ରକୃତିର ନିୟମ ଅନୁସାରେ ସ୍ତ୍ରୀ ଲିଂଗଧାରୀ ପ୍ରାଣୀ ପିଲା ଜନ୍ମ ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଚକିତ ହେବେ କି ପୃଥିବୀରେ ଏକ ଏଭଳି ଜୀବ ରହିଛି ଯାହାର ପିଲା ଜନ୍ମ କରିବାର କ୍ଷମତା ପୁରୁଷଙ୍କର ରହିଛି । ତେବେ ଏହି ଜୀବଟିକୁ ସମୁଦ୍ର ଦେଖିବାକୁ ମିଳେ ଯାହାର ନାଁ ହେଲା ସି-ହର୍ସ ବା ସମୁଦ୍ର ଘୋଡା । ଏହା ଏକ ପ୍ରକାର ସାମୁଦ୍ରିକ ମାଛ ।

ବର୍ତ୍ତମାନ ଏହି ମାଛଟି ପୁଣିଥରେ ଚର୍ଚ୍ଚାରେ ରହିଛି ଏଥିପାଇଁ କି ଲଣ୍ଡନର ଏକ ସମୁଦ୍ର ଜୀବ ବୈଜ୍ଞାନିକ ‘କେଲେନ ଡାୟଲ’ ନିଜ ରିପୋର୍ଟରେ ଦାବି କରିଛନ୍ତି କି , ପ୍ରାୟ ୧୦-୧୫ ବର୍ଷ ମଧ୍ୟରେ ଏହି ମାଛ ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ବିଲୁପ୍ତ ହୋଇଯାଇପାରେ । ସେ ଆଉ ମଧ୍ୟ ଦାବି କରିଛନ୍ତି, ଏହି ମାଛର ଶିକାର ପାଖାପାଖି ୭୦ଟି ଦେଶ କରିଆସୁଛନ୍ତି । ଆଉ ଏହି ତାଲିକାର ଶୀର୍ଷରେ ରହିଛି ଚୀନ । ଯିଏ କି ପ୍ରତିଦିନ ୧୫ କୋଟି ସି-ହର୍ଶକୁ ହତ୍ୟା କରୁଛି ।

ତେବେ ଏଠାରେ ଆମେ କହି ରଖୁଛୁ କି ଏହି ସି-ହର୍ସର ଦାନ୍ତ ନଥାଏ । ଏମାନଙ୍କ ଆୟୁ ୧-୫ ବର୍ଷ ହୋଇଥାଏ । ଏମାନଙ୍କ ଲମ୍ବ ପାଖାପାଖି ୧୫ରୁ ୩୫ ସେଂଟିମିଟର ହୋଇଥାଏ । ସବୁଠାରୁ ବଡକଥା ହେଲା, ସି-ହର୍ସ ଏଣ୍ଡୁଅ ଭଳି ତାର ରୂପ ବଦଳାଇ ଥାଏ । ଆଉ ଏମାନେ ପୃଥିବୀରେ ଏଥିପାଇଁ ଭିନ୍ନ ହୋଇଥାଏ କି ଏହି ପ୍ରଜାତିର ମାଛଙ୍କ ପିଲା ଜନ୍ମ କରିବା କ୍ଷମତା ପୁରୁଷଙ୍କର ହିଁ ଥାଏ । ଏହି ପ୍ରଜାତିରେ ମାଈ ମାଛ ନିଜର ଅଣ୍ଡାକୁ ପୁରୁଷ ମାଛ ଶରୀରରେ ଛାଡି ଦେଇଥାଏ । ଏହା ପରେ ୧୦ ଦିନରୁ ଆରମ୍ଭ କରି ୬ ମାସ ଅବଧି ମଧ୍ୟରେ ପୁରୁଷମାଛଟି ପିଲା ଜନ୍ମ କରିଥାଏ ।