ମୋ ଜୀବନ ସଂଘର୍ଷପୂର୍ଣ୍ଣ ,୭ଥର ମୃତ୍ୟୁକୁ ଦେଖିଛି ପାଖରୁ : ରାମଦେବ କହିଲେ ନିଜ ଜୀବନର ଅକୁହା କଥା

70
ହରିଦ୍ୱାର : ନିଜର ଜୀବନୀ ଉପରେ ଆଧାରିତ  ଟିଭି ସିରିଏଲର ପ୍ରେସ୍ କନଫରେନ୍ସ ସମୟରେ  ଯୋଗ ଗୁରୁ  ରାମଦେବ  ନିଜ ସହ ଜଡିତ  ଅନେକ ରହସ୍ୟର ରାଜ୍ ଖୋଲିଛନ୍ତି ।  କହିଛନ୍ତି ତାଙ୍କର ଜୀବନର ଅନେକ ଅକୁହା କଥା । ସ୍ୱାମୀ ରାମଦେବ କହିଛନ୍ତି କି ତାଙ୍କର ପିଲାଦିନ ସଂଘର୍ଷ ଓ ସମସ୍ୟାରେ ବିତିଛି । ଖାଲି ଏତିକି ନୁହେଁ  ୭ଥର  ମଧ୍ୟ ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ।  ଏସବୁ କାହାଣୀ  ତାଙ୍କୁ ଟିଭି ସିରିଏଲ ମାଧ୍ୟମରେ ଦେଖିବାକୁ ମିଳିବ । ଯାହା ତାଙ୍କର ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ।
ଋାମଦେବଙ୍କର ଜୀବନୀ ଉପରେ ଆଧାରିତ ଟିଭି ସିରିଏଲ ‘ସଂଘର୍ଷ କଥା ’ ଖୁବ୍ ଶୀଘ୍ର  ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ରାମଦେବଙ୍କର ପିଲାଦିନ ଠାରୁ ନେଇ ଯୋଗ ଗୁରୁ ହେବା ଯାଏ  କାହାଣୀ ରହିଛି । ପ୍ରେସ୍ କନଫରେନ୍ସ ସମୟରେ ବାବା ରାମଦେବ କହିଛନ୍ତି ନିଜ ଜୀବନର ଅକୁହା କଥା । ଗାଁରେ  ତାଙ୍କର ସଂପର୍କୀୟ ଲୋକ ତାଙ୍କର ମା’ଙ୍କ ସହ ନିଷ୍ଠୁର ବ୍ୟବହାର କରୁଥିଲେ । ଟିକେ ବଡ ହେବା ପରେ ସ୍ୱାମୀ ରାମଦେବ ନିଜେ ଏହାର ବିରୋଧ କରିଥିଲେ । ଆଉ ହରିଦ୍ୱାର ଚାଲିଆସିଲେ ।
ତିରସ୍କାରକୁ କଲେ ନିଜର ଶକ୍ତି –
 ରାମଦେବ ଆଗକୁ କହିଛନ୍ତି , ‘ହରିଦ୍ୱାର ପହଁଚିବା ପରେ  ମୋ ସହ  ଷଡଯନ୍ତ୍ର ହେଲା । ଥରେ ୫୦ ରୁ ଅଧିକ  ଲୋକ ମୋତେ ଘେରି ଯାଇଥିଲେ । ମୋ ମୃତ୍ୟୁର ପୁରା ପ୍ରସ୍ତୁତି ହୋଇଥିଲା । କିନ୍ତୁ  ମୁଁ ବଂଚିଗଲି । ’  ଏହାପରେ ଆଉ ଏକ ଘଟଣାର ଅବତାରଣା କରି ରାମଦେବ କହିଛନ୍ତି କି ଥରେ ଭୁଲରେ ଆଲୁମିନିୟମ ପାତ୍ରରେ ଗରମ ଦୁଗ୍ଧ  ପିଇନେଇଥିଲି ।  ଏହି କାରଣରୁ ତାଙ୍କର ଶରୀରରେ ଆର୍ସେନିକ୍ ର ବିଷ ଚହଲି ଗଲା । ପ୍ରବଳ ବାନ୍ତି ହେଲା ।
ନିଜର ଜୀବନ କଥାକୁ ଦର୍ଶାଇବାକୁ ଯାଇ ରାମଦେବ କହିଛନ୍ତି, ‘ମୁଁ ସବୁ ବିରୋଧ ଓ ତିରସ୍କାରକୁ  ନିଜର ଶକ୍ତି କଲି । ମୋର ଯାତ୍ରାରେ ମୋର ଗୁରୁ ଆଚାର୍ଯ୍ୟ ଭାର୍ଷ୍ଣୋୟ ସବୁବେଳେ ସାଥିିରେ ରହିଛନ୍ତି । ’ ରାମଦେବ କହିଛନ୍ତି ସେ  ପାଠପଢିନଥିବା ମାତାପିତାଙ୍କ ପୁଅ ଅଟନ୍ତି । ଏବଂ ଖାଲି ପାଦରେ ଚାଲି ଚାଲି ସରକାରୀ ସ୍କୁଲକୁ ପଢିବାକୁ ଯାଉଥିଲି ।
ରାଜନୀତିରେ ସାମିଲ ହେବି ନାହିଁ ,ଏହା ମୋର ଭୀଷ୍ମ ପ୍ରତିଜ୍ଞା –
ଦିଲ୍ଲୀର ଛତ୍ରସାଲ୍ ଷ୍ଟାଡିୟମରେ ସିରିୟଲର ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା । ଯେଉଁଥିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେଠାରେ ଆଉ ରାଜନୀତିକୁ ଆସିବାର ପ୍ରଶ୍ନରେ ରାମଦେବ କହିଛନ୍ତି , ‘ରାଜନୀତି ମୋ ପାଇଁ ରାଷ୍ଟ୍ରଧର୍ମ । କିନ୍ତୁ ମୁଁ କେବେ କୌଣସି ରାଜନୈତିକ ମୁଖ୍ୟ ହେବି ନାହିଁ , ଏହା ମୋର ଭୀଷ୍ମ ପ୍ରତିଜ୍ଞା । ମୋ ଦେଶ ସୁରକ୍ଷିତ ରହୁ , ଏହା ମୁଁ ଅବଶ୍ୟ ଚାହିଁବି । କିଛି ହାସଲ କରିବା ମୋର ଲକ୍ଷ୍ୟ ନୁହେଁ ।’
ସ୍ୱାମୀ ରାମଦେବ କହିଛନ୍ତି, ‘ ବଂଚଥିବାବେଳେ ନିଜର କାହାଣୀଗୁଡିକୁ ଦେଖାଇବା ଆଉ ଏକ ସଂଘର୍ଷକୁ ଆହ୍ୱାନ କରିବା କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ ରହିଛି ।’  ସେ କହିଛନ୍ତ, ‘ମୁଁ ଜଣେ ଦେଶୀ ଆଉ ପବିତ୍ର ସନ୍ୟାସୀ ।  ଗତାନୁଗତିକ ଧାରାର ବିପରୀତ ଦିଗରେ ମୋର ଜୀବନ ଯାତ୍ରାକୁ ବଢାଇଛି । ସାମାଜିକ ଦୃଷ୍ଟିରେ ମୋତେ ବହୁତ ସମୟ ପରେ ମୋତେ ଜଣାପଡିଲା କି ମୁଁ ଏକ ପଛୁଆ ପରିବାରରୁ ଆସିଛି । ’
(ସୌଜନ୍ୟ- ନବଭାରତ ଟାଇମ୍ସ)