ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଆଧାର ଲିଙ୍କ ନଥିଲେ ଅଚଳ ହୋଇଯିବ ପାନକାର୍ଡ, ଜାଣନ୍ତୁ ଘରେ ବସି କିଭଳି କରିବେ ପାନ୍ ସହ ଆଧାର ସଂଯୋଗ

59

ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆଧାର କାର୍ଡର ବୈଧତାକୁ ବଳବତର ରଖିଛନ୍ତ ୫ଜଣିଆ ଖଣ୍ଡପୀଠ । ଖଣ୍ଡପୀଠ କହିଛନ୍ତି ଆଧାର ଯୋଗୁଁ ଗରିବଙ୍କୁ ପରିଚୟ ମିଳିଛି ଏବଂ ଆଧାର କାର୍ଡ ଏକଦମ ସୁରକ୍ଷିତ । ଆଧାର ସାଧାରଣ ନାଗରିକଙ୍କ ପରିଚୟ ହୋଇଛି । ଆଧାର ବିରୋଧରେ କହିବା ସମ୍ବିଧାନ ବିରୋଧୀ । ନିଟ, ଆଧାର ଓ ସିବିଏସଇରେ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।

ସେହିପରି ଆୟକର ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଓ ପ୍ୟାନ କାର୍ଡ ପାଇଁ ବି ଆଧାର ଜରୁରୀ ବୋଲି କହିଛନ୍ତି ଖଣ୍ଡପୀଠ । ତେବେ ବ୍ୟାଙ୍କ ଆକାଉଂଟ, ମୋବାଇଲ ନମ୍ବର ଓ ସ୍କୁଲରେ ନାମଲେଖାବେଳେ ଆଧାର ଜରୁରୀ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ । ଏହା ସହିତ ଆଧାର ତଥ୍ୟକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ଘରୋଇ କମ୍ପାନୀ ଆଧାର ମାଗିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଧାର କାର୍ଡର ବୈଧତାକୁ ନେଇ ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛି କି ଆଧାର କାର୍ଡ କେଉଁଠି ଜରୁରୀ ଆଉ କେଉଁଠି ନୁହେଁ ।

ଆୟକର ରିଟର୍ଣ୍ଣ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଆଧାରକୁ ବାଧ୍ୟତାମୂଳକ ବୋଳି ଘୋଷଣା କରାଯାଇଛି । ଅର୍ଥାତ୍ ଆଧାର ବିନା ଏବେ ଆପଣ ଆୟକର ପୈଠ କରିପାରିବେ ନାହିଁ ।

ପାନକାର୍ଡ: ସେହିଭଳି ପାନ କାର୍ଡ ପାଇଁ ମଧ୍ୟ ଆଧାର ବାଧ୍ୟତାମୂଳକ ଅଟେ । ଯାହାର ଅର୍ଥ ପାନକୁ ଆଧାର ସହ ଲିଙ୍କ କରିବା ନିହାତି ଜରୁରୀ । ଯଦି ଆପଣଙ୍କ ପାନକାର୍ଡ ଆଧାର ସହ ଲିଙ୍କ ନାହିଁ ତେବେ ତାହା ଅଚଳ ହୋଇପାରେ । ତେଣୁ ତୁରନ୍ତ ନିଜ ପାନକୁ ଆଧାର ସହ ଲିଙ୍କ କରିଦିଅନ୍ତୁ ।

ଏଠାରେ ଆମେ କହି ରଖୁଛୁ କି, ସେପଟେ ଆଧାରର ସାମ୍ବିଧାନିକ ବୈଧତା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରିଛନ୍ତି । ଏହାକୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସ୍କିମରେ ବାଧ୍ୟତାମୂଳକ କରାଯିବ କି ନାହିଁ ସର୍ବୋଚ୍ଚ ଅଦାଲତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଧାରର ବୈଧତାକୁ ନେଇ ବିଭିନ୍ନ ଆବେଦନର ଶୁଣାଣି କରି ମେ ମାସରେ ସାମ୍ବିଧାନିକ ପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ଫଳରେ ଆଧାରକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟିଛି ।

ଘରେ ବସି କରିପାରିବେ ପାନକାର୍ଡ ସହ ଆଧାର ଲିଙ୍କ

ଯଦି ଆପଣଙ୍କୁ ନାଁରେ କିଛି ପରିବର୍ତ୍ତନ ଆଣିବାକୁ ରହିଛି ତେବେ ଆପଣ ଅସଲି ନାଁ ବାଲା ପେପରର ଏକ ଫଟୋକପି ପୂର୍ବରୁ ହିଁ ନିଜ ପାଖରେ ରଖିବାକୁ ହେବ ।ଯେଉଁଥିରେ ପାସପୋର୍ଟ, ଭୋଟରକାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ସାମିଲ ।

• ସର୍ବପ୍ରଥମେ ଆପଣଙ୍କୁ ଏହି https://www.onlineservices.nsdl.com/paam/endUserRegisterContact.html ଲିଙ୍କରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲି ଯିବ । ଯେଉଁଥିରେ ଆପଣଙ୍କୁ Application Typeରେ Change and Correction in Existing PAN dataର ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ କାଟାଗୋରୀରେ INDIVIDUALକୁ ଚୟନ କରିବାକୁ ହେବ ।

• ଏହାପରେ ନିମ୍ନରେ ନଜର ଆସୁଥିବା କଲମରେ ନିଜର ସଠିକ୍ ସୂଚନା ଭରିବାକୁ ହେବ ।

• ମୋବାଇଲ ନମ୍ବର, ଜନ୍ମତାରିଖ, ଇ-ମେଲ ଆଇଡି ଭରିବା ପରେ କ୍ୟାପଚା କୋଡ ବି ଭରିବାକୁ ହେବ । ଏହାପରେ ଏଠାରେ ଥିବା ସବମିଟ୍ ବଟନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ ଆପଣ ଏକ ନୂଆ ପେଜ ଉପରେ ପହଂଚିବେ , ଯେଉଁଠି ଆପଣଙ୍କୁ ୪ଟି ବିକଳ୍ପ ନଜର ଆସିବ । ଏହି ପେଜରେ ଆପଣଙ୍କୁ ଆଧାର ନମ୍ବର ଏବଂ ପାନନମ୍ବର ଭରିବାକୁ ହେବ । କୌଣସି ବି ପ୍ରକାରର ସୂଚନା ଭରିବା ସମୟରେ ଟିକିଏ ସାବଧାନତା ଅବଲମ୍ବନ କରିବେ , ଯାହାଦ୍ୱାରା କି ପୁଣି ଯେମିତି କୌଣସି ଭୁଲ ନ ହୁଏ ।

• ଏହାପରେ ଆପଣଙ୍କୁ ଜରୁରୀ ପେପରର କପି ସବମିଟ୍ କରିବାକୁ ହେବ ଏବଂ ୧୨୦ ଟଙ୍କା ଦେବାକୁ ହେବ ।

• ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି କୋଡ ଚାଲିଆସିବ । ଏବେ ଏହି ଓଟିପିକୁ ସବମିଟ କରିବାକୁ ହେବ । ଏବେ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ କରିବାର ବିକଳ୍ପ ମିଳିବ । ଯାହାକୁ ଆପଣ ସେଭ କରିପାରିବେ କିମ୍ବା ପ୍ରିଂଟଆଉଟ୍ ବାହାର କରିପାରିବେ । ତେବେ ଆବେଦନ କରିବା ପରେ ଆପଣ ଦେଇଥିବା ଠିକଣାରେ ପାନକାର୍ଡ ୧୫ ଦିନ ମଧ୍ୟରେ ପହଂଚିଯିବ ।