ବ୍ୟାଙ୍କଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା : ଏହିସବୁ ଆକାଉଂଟ ଉପରେ ଲାଗୁ ହୋଇନଥାଏ ମିନିମମ ବାଲାନ୍ସ ନିୟମ, ଜାଣନ୍ତୁ ପୂରା ତାଲିକା

33

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ତଥା ଏସବିଆଇ ହେଉଛି ଦେଶର ସବୁଠାର ବଡ ସରକାରୀ ବ୍ୟାଙ୍କ । ସାରା ଦେଶରେ ଏସବିଆଇର ପାଖାପାଖି କୋଟିଏରୁ ଅଧିକ ଆକାଉଂଟ ହୋଲ୍ଡର୍ସ ରହିଛନ୍ତି, କିନ୍ତୁ ମିନିମମ ବାଲାନ୍ସ ନଖିବା ଚକ୍କରରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ମୋଟା କରମର ଜରିମାନା ଆଦାୟ କରୁଛି । ଏସବିଆଇ ତରଫରୁ ଜାରି ଆକଳନ ମୁତାବକ, ମିନମମ ବାଲାନ୍ସର ଚଟଚାର୍ଜ ଆଧାରରେ ବ୍ୟାଙ୍କ ପାଖାପାଖି ୧୭୭୧ କୋଟି ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରିଛି । ତେବେ ବ୍ୟାଙ୍କ ଏଭଳି ୮ଟି ଆକାଉଂଟ ଖୋଲିଥାଏ , ଯେଉଁଥିରେ ଏହି ନିୟମ ଲାଗୁ ହୋଇନଥାଏ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଏସିବିଆଇ ତରଫରୁ ଜାରି କରାଯାଇଥିବା ଏକ ରିପୋର୍ଟ ଆଧାରରେ, ଏହି ୮ଟି ବ୍ୟାଙ୍କ ଆକାଉଂଟରେ ଯଦି ଆପଣ ଜିରୋ ବାଲାନ୍ସ ବି ରହିଥାଏ ତେବେ ବି ଆପଣଙ୍କଠାରୁ ମିନିମମ ବାଲାନ୍ସ ଚାର୍ଜ ଆଦାୟ କରି ପାରିବ ନାହିଁ ବ୍ୟାଙ୍କ । ଏଥିରେ ସ୍ୱଳ୍ପ ସଂଚୟ, ବେସିକ୍ ସେଭିଂ ଆକାଉଂଟ ସମେତ ଅନ୍ୟାନ୍ୟ ଆକାଉଂଟ ମଧ୍ୟ ସାମିଲ ।

ଏହି ୮ଟି ଖାତାରେ ଉପରେ ଲାଗିନଥାଏ ମିନିମମ ବାଲାନ୍ସ ଚାର୍ଜ

• ଫାଇନ୍ସିଆଲ ଇନିକ୍ୟୁଜନ ଆକାଉଂଟ

• ନୋ ଫ୍ରିଲ୍ ଆକାଉଂଟ

• ସାଲାରୀ ପ୍ୟାକେଜ୍ ଆକାଉଂଟ

• ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍

• ସ୍ମଲ୍ ସେଭିଂ ଆକାଉଂଟ

• ପହଲା କଦମ୍ ଆଣ୍ଡ ପହଲା ଉଡାନ୍ ସେଭିଂ ଆକାଉଂଟ

• ପେନସନର୍ସ ଆକାଉଂଟ

• ମାଇନର ଆକାଉଂଟ

ଆପଣ ଯଦି ଚାହିଁବେ ତ ନିଜ ବର୍ତ୍ତମାନର ସଂଚୟ ଖାତାକୁ ଏହି ୮ଟି ଆକାଉଂଟ ମଧ୍ୟରୁ କୌଣସି ବି ଗୋଟିଏରେ ପରିବର୍ତ୍ତନ କରିପାରିବେ । ଯଦି ଆପଣ ଆପଣଙ୍କର ଖାତାକୁ ଏଥିମଧ୍ୟରୁ କୌଣସି ବି ଗୋଟିଏରେ ପରିବର୍ତ୍ତନ କରନ୍ତି ତେବେ ଆପଣ ମିନିମମ ବାଲାନ୍ସ ରଖିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।