ବିନା ବ୍ୟାଙ୍କ ଯାଇ ବି ଘରେ ବସି କରିପାରିବେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ! ହେଲେ ଆପଣଙ୍କ ମୋବାଇଲରେ ରଖିବାକୁ ପଡିବ ଗୋଟିଏ ନମ୍ବର

30

ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କରେ ଖାତା ରହିଛି ତେବେ ନିମ୍ନରେ ଆମେ ଆଲୋଚନା କରିଥିବା ନମ୍ବରଗୁଡିକୁ ନିଶ୍ଚୟ ମନେ ରଖନ୍ତୁ ।  କାରଣ ଏହି ନମ୍ବରକୁ ଆପଣ ବ୍ୟବହାର କରି ଘରେ ବସି ବ୍ୟାଙ୍କଜନିତ ଅନେକ କାମ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ବ୍ୟାଙ୍କ ମଧ୍ୟ ଦୌଡିବାକୁ ପଡିବନାହିଁ । ହେଲେ ଆପଣ ଏହି ସୁବିଧାର ଲାଭ ସେତେବେଳେ ଯାଇ ଉଠାଇ ପାରିବେ ନାହିଁ ଯେତେବେଳ ଯାଇ ଆପଣଙ୍କର ନମ୍ବରଟି ରେଜିଷ୍ଟର ହୋଇନଥିବ । ଏହି ସୁବିଧା ଏସବି, ସିଏ, ଓଡି, ସିସି ଆକାଉଂଚଧାରୀଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଏଥିପାଇଁ ଆପଣଙ୍କୁ କୌଣସି ବି ଆଇଡି କିମ୍ବା ପାସୱାର୍ଡର ଆବଶ୍ୟକତା ପଡିବନି । କେବଳ ଥରେ ମାତ୍ର ଏଥିରେ ରେଜିଷ୍ଟ୍ରସନ ପ୍ରୋସେସ୍ କରିବାକୁ ପଡିବ ।

ତେବେ ଏସବିଆଇର ଏହି ସୁବିଧାର ନାମ ହେଲା ‘ଏସିବିଆଇ କୁଇକ୍’ । ଏହା ଏକ ମିସଡ କଲ ବ୍ୟାଙ୍କିଂ । ଏଥିରେ ଲୋକେ ଖାତାରେ ବାଲାନ୍ସଠାରୁ ଆରମ୍ଭ କରି ମିନି ଷ୍ଟେଟମେଂଟ  ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏସଏମଏସ ଜରିଆରେ ପାଇପାରିବେ । ଆଣ୍ଡ୍ରଏଡ ୱିଣ୍ଡୋଜ୍, ଆଇଓଏସ ଠାରୁ ଆରମ୍ଭ କରି ବ୍ଲାକବେରୀ କଷ୍ଟମର୍ସଙ୍କ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ । ଆପଣ ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଇନଷ୍ଟଲ କରିବା ପରେ ଏହାକୁ ବ୍ୟବହାର କରିବା ପାଇଁ ଇଂଟରନେଟର ଆବଶ୍ୟକତା ପଡିନଥାଏ । ସେହିପରି ଏହାକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିରେ ସମସ୍ତ କାର୍ଯ୍ୟ ଏସଏମଏସ ଏବଂ ମିସ୍ଡ କଲ ଜରିଆରେ ହିଁ ହୋଇଥାଏ ।

ବ୍ୟବହାର କରିବାର ପ୍ରକ୍ରିୟା

• ଯଦି ଆପଣଙ୍କରଏଟିଏମ କାର୍ଡ ହଜି ଯାଇଛି କିମ୍ବା ଚୋରି ହୋଇଯାଇଛି ତେବେ ଆପଣ ଏଥିରେ ଲକ ବି କରିପାରିବେ । ଏଥିପାଇଁ ଆପଣଙ୍କୁ   ‘BLOCKXXXX’ଲେଖି ୫୬୭୬୭୬ ନମ୍ବରରେ ପଠାଇବାକୁ ହେବ । ଏହି ମେସେଜ ପରେ ଆପଣଙ୍କୁ ଏସିବିଆଇ ତରଫରୁ ଏକ ଏସଏମଏସ ଆସିବ । ଏଥିରେ ଏଟିଏମ କାର୍ଡ ବ୍ଲକ କରିବାର ତାରିଖ ଏବଂ ଟାଇମ ଲେଖାଯାଇଥାଏ ।

• ସେହିପରି ଯଦି ଆପଣ ଆପଣଙ୍କର ଏଟିଏମ୍ କାର୍ଡ ପିନ ଚେଂଜ କରିବାକୁ ଚାହୁଁଛନ୍ତି ତେବେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ପିନ ଲେଖି ୫୬୭୬୭୬ ନମ୍ବରରେ ମେସେଜ କରିବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ କେ ଓଟିପି  କୋଡ ଆସିବ । ଯାହାଦ୍ୱାରା ଆପଣ ଆପଣଙ୍କର ପିନ ବଦଳାଇ ପାରିବେ । ଓଟିପି ଆସିବାର ୨୪ ଘଂଟା ମଧ୍ୟରେ ଆପଣ ଆପଣଙ୍କର ପିନ ଚେଂଜ କରିଲେ ଆପଣଙ୍କ ପାଇଁ ଭଲ ହେବ ।

• ଯଦି ଆପଣଙ୍କର ଲାଷ୍ଟ ବାଲାନ୍ସ କେତେ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଏଠାରେ  BAL ଲେଖି ୦୯୨୨୩୭୬୬୬୬୬ ନମ୍ବରେ ମେସେଜ କରିଦିଅନ୍ତୁ । ଏହାଛଡା ଆପଣ ମିସଡ କଲ କରି ମଧ୍ୟ ଜାଣିପାରିବେ । ଗତ ୫ଟି ଟ୍ରାଂଜାକସନର ମିନି ଷ୍ଟେଟମେଂଟ ଜାଣିବାକୁ ଚାହିଁଲେ ଆପଣ MSTMTଲେଖି ୦୯୨୨୩୮୬୬୬୬୬ ନମ୍ବରରେ ମେସେଜ ପଠାଇବାକୁ ପଡିବ ।

• ସେହିପରି ନିଜର ସେଭିଂ ଆକାଉଂଟର ଗତ ୬ ମାସର ଷ୍ଟେଟମେଂଟ ମଧ୍ୟ ପାଇପାରିବେ । ଷ୍ଟେଟମେଂଟ ଆପଣଙ୍କୁ ରେଜିଷ୍ଟର୍ଡ ଇମେଲ ଆଇଡିରେ ମେଲ କରାଯିବ । ଏଥିପାଇଁ ଆପଣଙ୍କୁ ESTMT  ଲେଖି ୦୯୨୨୩୫୮୮୮୮୮ ରେ ପଠାଇବାକୁ ହେବ ।