ଏସବିଆଇ ନିୟମରେ ବଡ ଧରଣର ପରିବର୍ତ୍ତନ । ସମୟ ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ୍, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ ଅସୁବିଧା

58

ଏସବିଆଇ ନିୟମରେ ବଡ ଧରଣର ପରିବର୍ତ୍ତନ । ସମୟ ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ୍, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ ଅସୁବିଧା
ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକ ଅଟନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବଡ ଖବର । କାରଣ ଏସବିଆଇ ନିଜ ନିୟମରେ କିଛି ପରିବର୍ତ୍ତନ ଆଣିଛି, ଯାହା ସଂପର୍କରେ ବୋଧହୁଏ ଆପଣଙ୍କୁ ଜଣା ନଥିବ । ତେବେ ନିମ୍ନରେ ସେସଂପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଛି ।

• ସବୁଠାରୁ ବଡ ପରିବର୍ତ୍ତନ ବ୍ୟାଙ୍କ ତାର ଅନଲାଇନ ଟ୍ରାଂଜାକସନରେ ଆଣିଛି । ଯେଉଁଥିରେ ବ୍ୟାଙ୍କ ନିଜର ୧୨୦୦ଶାଖାଗୁଡିକର କୋଡ , ନାମ ଏବଂ ଆଇଏଫଏସସି କୋଡ ବଦଳାଇ ଦେଇଛି । ଯାହା ପରେ ଏବେ ଆଉ ପୁରୁଣା କୋଡ ଏବଂ ନାମ କାମ କରିବ ନାହିଁ । ତେବେ ଯେଉଁ ଯେଉଁ ଶାଖାଗୁଡିକରେ ଏହି ପରିବର୍ତ୍ତନ କରାଯାଇଛି ସେଥିମଧ୍ୟରୁ ସେହି ବ୍ୟାଙ୍କ ଶାଖାମାନେ ବି ସାମିଲ ଅଛନ୍ତି । ଯେଉଁମାନଙ୍କର ବିଲୟ ନିକଟରେ ଘଟିଛି । ଆପଣ ଏହି ତାଲିକା https://www.sbi.co.in/webfiles/uploads/files/RATIONALISED_BRANCHES_WITH_IFSC.pdfକୁ ଯାଇ ପାଇ ପାରିବେ ।

• ୩୧ ଡିସେମ୍ବର ୨୦୧୭ରେ ଷ୍ଟେଟ୍ ବ୍ୟାଙ୍କର ଏସୋସିଏଟେଡ୍ ବ୍ୟାଙ୍କମାନଙ୍କ ସମେତ ୬ଟି ବ୍ୟାଙ୍କର ଚେକ୍ ବୁକ୍ ଋଦ୍ଦ ହୋଇଯିବ । ଏସବିଆଇ ସୂଚନା ମୁତାବକ, ଏହି ସମସ୍ତ ବ୍ୟାଙ୍କର ଗ୍ରାହକମାନେ ନୂଆବର୍ଷ ପୂର୍ବରୁ ମୋବାଇଲ ବ୍ୟାଙ୍କିଂ ଜରିଆରେ କିମ୍ବା ବ୍ରାଂଚକୁ ଯାଇ ନୂଆ ଚେକବୁକ୍ ପାଇଁ ଆବେଦନ କରିପାରିବେ ।

• ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନଙ୍କୁ ୩୧ ଡିସେମ୍ବର, ୨୦୧୭ ସୁଦ୍ଧା ନିଜର ଆଧାର ନମ୍ବରକୁ ବ୍ୟାଙ୍କ ଖାତା ସହ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛି । ଯେଉଁ ଗ୍ରାହକମାନେ ଏଭଳି ନକରିବେ ସେମାନଙ୍କର ଖାତା ଜାନୁଆରୀ ୧ରୁ ବନ୍ଦ କରାଯାଇପାରେ । ଅର୍ଥାତ୍ ଜାନୁଆରୀ ୧ ପରଠାରୁ ୟୁଜର ନିଜର ଖାତାରୁ କୌଣସି ପ୍ରକାରର ଟ୍ରାଂଜାକସନ କରିପାରିବେ ନାହିଁ ।

• ଭାରତ ସରକାର ଡିଜିଟାଲ ଟ୍ରାଂଜାକସନ ଏବଂ କ୍ୟାସଲେସ କାରବାରକୁ ଅଗ୍ରାଧୀକାର ଦେବା ଉଦ୍ଦେଶ୍ୟରେ ଟ୍ରାଂଜାକସନ ଉପରେ ଲାଗୁହେଉଥିବା ସର୍ଭିସ ଚାର୍ଜକୁ ୮୦ପ୍ରତିଶତ କମାଇ ଦେଇଛନ୍ତି । ଇମିଡିଏଟ୍ ପେମେଂଟ ସର୍ଭିସ ପାଇଁ ଚାରୋଟି ଅଲଗା ଅଲଗା ସ୍ଲାବ ତିଆରି କରିଛନ୍ତି । ପ୍ରଥମଟି ୦ରୁ ୧ ହଜାର ଟଙ୍କା, ଦ୍ୱୀତିୟଟି ହେଲା ୧୦୦୧ ଟଙ୍କାରୁ ୧୦ ହଜାର ଟଙ୍କା, ତୃତୀୟ ୧୦୦୦୧ରୁ ୧ ଲକ୍ଷ ଟଙ୍କା ଏବଂ ଚତୁର୍ଥଟି ୧୦୦୦୦୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରଥମ ସ୍ଲାବରେ କୌଣସି ପ୍ରକାରର ସର୍ଭିସ ଚାର୍ଜ ଦେବାକୁ ପଡିବ ନାହିଁ । ଦ୍ୱିତୀୟରେ ୧ ଟଙ୍କା, ତୃତୀୟରେ ୨ଟଙ୍କା ଏବଂ ଚତୁର୍ଥରେ ୩ ଟଙ୍କାର ସର୍ଭସି ଚାର୍ଜ ଦେବାକୁ ପଡିବ ।

• ଏସବିଆଇ ଏବେ ଆପଣଙ୍କୁ ଡେବିଟ୍ କାର୍ଡ ଉପରେ ନିଜର ଫଟୋ ଲଗାଇବାର ସୁବିଧା ଦେବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର sbiINTOUCH ବ୍ରାଂଚରେ ଖାତା ଖୋଲି ବାକୁ ହେବ । ଏହି ବ୍ରାଂଚରେ ଖାତା ଖୋଲିବା ପରେ ଆପଣଙ୍କୁ ଏହି ଶାଖାମାନଙ୍କରେ ଅନେକ ଆଧୂନିକ ସୁବିଧା ମଧ୍ୟ ମିଳିବ ।

• ଏସବିଆଇ ସୁଧଦରରେ ହ୍ରାସତା ଆଣି ସବୁଠାରୁ ଶସ୍ତା ହୋମଲୋନ ଯୋଗାଇଦେଉଛି । ସେହିପରି ନୂଆ ଦରଗୁଡିକ ୧ ନଭେମ୍ବରରୁ ଲାଗୁ ହୋଇସାରିଛି । ବ୍ୟାଙ୍କରୁ ପାତ୍ର ବେତନ ଭୋଗୀ ଗ୍ରାହକମାନଙ୍କୁ ୩୦ ଲକ୍ଷ ପର୍ଯ୍ୟନ୍ତ ହୋମଲୋନ ଉପରେ ୮.୩୦ ପ୍ରତିଶତର ଦରରେ ସୁଧ ମିଳିବ । ଅନ୍ୟ କରଜ ଉପରେ ସୁଧ ଦରରେ ମଧ୍ୟ ୦.୦୫ ପ୍ରତିଶତର ହ୍ରାସତା ଅଣାଯାଇଛି ।