ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୁସି ଖବର ! ଏଣିକି ଗ୍ରାହକଙ୍କୁ ଦେବାକୁ ପଡିବନି କୌଣସି ଚାର୍ଜ 

41

ସାର୍ବଜନୀକ କ୍ଷେତ୍ରର ସବୁଠାରୁ ବଡ଼ ବ୍ୟାଙ୍କ ତଥା ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ମାସିକ ହାରାହାରି ସର୍ବନିମ୍ନ ବାଲାନ୍ସ ରଖିପାରୁନଥିବା ଗ୍ରାହକମାନଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଥିଲା ତାହାକୁ ହ୍ରାସ କରିବା ପରେ ଏବେ ଗ୍ରାହକଙ୍କୁ ଭେଟି ଦେଇଛି ପୁଣି ଏକ ନୂଆ ଉପହାର । ଏସବିଆଇର ପକ୍ଷରୁ କରାଯାଇଥିବା ଏକ ଟୁଇଟ୍ ମୁତାବକ, ଆକାଉଂଟ ବନ୍ଦ କରିବା ଦ୍ୱାରା ଲାଗୁ ହେଉଥିବା ଚାର୍ଜେସେ ଉପରେ କିଛି ପରିବର୍ତ୍ତନ ଆଣିଛନ୍ତି । ଯାହାକି ଆସନ୍ତା ମାସରୁ କାର୍ଯ୍ୟାକାରୀ କରାଯିବ । ତେବେ ଅକ୍ଟୋବର ପହିଲାରୁ ବ୍ୟାଙ୍କ ନିଜର ସର୍ବନିମ୍ନ ବାଲାନ୍ସର ନୂଆ ନିୟମକୁ ଲାଗୁ କରିବାକୁ ଘୋଷଣା କରିଛି ।

ଏହି ନୂଆ ନିୟମ ଆଧାରରେ ଯଦି କୌଣସି ଗ୍ରାହକ ଖାତା ଖୋଲିବାର ବର୍ଷକ ମଧ୍ୟରେ ତାକୁ ବନ୍ଦ କରିଦିଅନ୍ତି ତେବେ ଏଥିପାଇଁ ତାଙ୍କୁ କୌଣସି ପ୍ରକାରର ଚାର୍ଜ ବା ଶୁଳ୍କ ଦେବାକୁ ପଡିବ ନାହିଁ । ଏଥସହିତ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ଏବଂ ତାଙ୍କ ଖାତାର ସେଟଲମେଂଟ କରାଯିବା ସହ ତାକୁ ବନ୍ଦ କରିଦିଆଯାଏ ତେବେ ଏଭଳି ପରିସ୍ଥିତିରେ ମଧ୍ୟ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ । ରେଗ୍ୟୁଲାର ସେଭିଂ ବ୍ୟାଙ୍କ ଆକାଉଂଟ ଏବଂ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟି ଭଳି ଆକାଉଂଟର ବନ୍ଦ କରିବା ଉପରେ ଏଣିକି ଗ୍ରାହକଙ୍କଠାରୁ କୌଣସି ପ୍ରକାର ଶୁଳ୍କ ନିଆଯିବ ନାହିଁ । ବର୍ତ୍ତମାନ ସମୟରେ ଏଭଳି ପ୍ରକାର ସମସ୍ତ ଖାତାକୁ ବନ୍ଦ କଲେ କିମ୍ବା ସେଟଲ କରିବା ଉପରେ ୫୦୦ଟଙ୍କାର ଶୁଳ୍କ ଏବଂ ବସ୍ତୁ ଓ ସେବା କର ନିଆଯାଉଥିଲା ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଯଦି କୌଣସି ଖାତାଧାରକ ଆକାଉଂଟ ଖୋଲିବାର ୧୪ ଦିନ ଭିତରେ ତାକୁ ବନ୍ଦ କରିଦିଅନ୍ତି ତେବେ ତାଙ୍କୁ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ହେଲେ ଆକାଉଂଟ ଖୋଲିବାର ୧୪ ଦିନ ପରଠାରୁ ଆରମ୍ଭ କରି ଗୋଟିଏ ବର୍ଷ ମଧ୍ୟରେ ଯଦି ତାକୁ ବନ୍ଦ କରି ଦିଆଯାଏ ତେବେ ଏଥିପାଇଁ ଗ୍ରାହକଙ୍କୁ ୫୦୦ ଟଙ୍କା ଶୁଳ୍କ ସହିତ ବସ୍ତୁ ଓ ସେବା କର ମଧ୍ୟ ଦେବାକୁ ପଡିବ ।

ଏଠାରେ ଆମେ କହିରଖୁଛୁ କି, ଗତ ସୋମବାର ଏସବିଆର ମାସିକ ହାରାହାରି ସର୍ବନିମ୍ନ ବାଲାନ୍ସର ଲିମିଟକୁ ହ୍ରାସ କରି ଦିଆଯାଇଛି । ଯେଉଁଥିରେ ମେଟ୍ରୋ ଏବଂ ସହରାଞ୍ଚଳ ଉଭୟ ସ୍ଥାନର ଗ୍ରାହକଙ୍କୁ ବ୍ୟାଙ୍କ ସମାନ ଦୃଷ୍ଟିରେ ରଖାଯାଇଛି । ପୂର୍ବରୁ ମେଟ୍ରୋ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୫ ହଜାର ଟଙ୍କା ରହିଥିଲା । ତାହାକୁ ଖସାଇ ୩୦୦୦ ହଜାର ଟଙ୍କା କରାଯାଇଛି । ଏହାର ଅର୍ଥ ହେଉଛି ମେଟ୍ରୋ ଏବଂ ସହରାଞ୍ଚଳରେ ଖାତା ଥିବା ଗ୍ରାହକମାନଙ୍କ ମାସିକ ହାରାହାରି ସର୍ବନିମ୍ନ ବାଲାନ୍ସ ୩୦୦୦ ଟଙ୍କାରୁ କମ୍ ହେଲେ ଶୁଳ୍କ ଲଗାଯିବ । ଶୁଳ୍କରେ ମଧ୍ୟ ୨୦-୫୦%ର ହ୍ରାସ ଘୋଷଣା କରାଯାଇଛି । ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳ ଉପରେ ଶୁଳ୍କ ପରିମାଣ ୨୦-୪୦ ଟଙ୍କା ମଧ୍ୟରେ ରଖାଯାଇଛି । ସେହିପରି ମେଟ୍ରୋ ଏବଂ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଶୁଳ୍କ ପରିମାଣ ୩୦-୫୦ ଟଙ୍କା ରହିଛି । ଖାତାରେ ସର୍ବନିମ୍ନ ବାଲାନ୍ସ ନରହିଲେ ଯେଉଁ ଅଞ୍ଚଳରେ ଖାତା ରହିଛି, ସେହି ଅନୁସାରେ ଶୁଳ୍କ ଆଦାୟ କରାଯିବ । ନୂତନ ନିୟମ ଅକ୍ଟୋବରଠାରୁ ଲାଗୁ ହେବ ।

ଷ୍ଟେଟବ୍ୟାଙ୍କର ୪୨ କୋଟି ସଞ୍ଚୟ ଜମା ଖାତା ଗ୍ରାହକ ରହିଛନ୍ତି । ସେଥି ମଧ୍ୟରୁ ୧୩ କୋଟି ହେଉଛି ଜନ ଧନ ଖାତା । ଏବେ ସର୍ବନିମ୍ନ ବାଲାନ୍ସ ନିୟମକୁ କୋହଳ କରାଯାଇଥିବାରୁ ଅଧିକ ୫ କୋଟି ଗ୍ରାହକ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଷ୍ଟେଟ୍ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଖାତା, କ୍ଷୁଦ୍ର ଖାତା, ଫେଲା କଦମ୍, ଫେଲି ଉଡାନ୍ ଖାତା ଏବଂ ବେସିକ୍ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ୍ ଖାତା ଉପରେ ସର୍ବନିମ୍ନ ବାଲାନ୍ସ ଶୁଳ୍କ ଲାଗୁ କରାଯିବ ନାହିଁ ।

ସୌଜନ୍ୟ: ଦୈନିକ ଜାଗରଣ