ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ! ମାତ୍ର ୮ ଟଙ୍କା ଖର୍ଚ୍ଚ କଲେ ସାରା ଜୀବନ ମିଳିବ ଅନେକ ସୁବିଧା

42

ଯଦି ଆପଣଙ୍କର ଏସବିଆଇରେ ଆକାଉଂଟ ରହିଛି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହୋଇପାରେ । କାରଣ ନିକଟରେ ଏସବିଆଇ ଏଭଳି ଏକ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଆପଣ ମାତ୍ର ୮ ଟଙ୍କା ନିବେଶ କରି ସାରା ଜୀବନ ଚିନ୍ତା ମୁକ୍ତ ହୋଇପାରିବେ । ତେବେ ଏହା କିଭଳି ସମ୍ଭବ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଏସବିଆଇର ଅଫିସିଆଲ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ, ନିକଟରେ ଏକ ଏଭଳି ସ୍କିମ ବ୍ୟାଙ୍କ ଆରମ୍ଭ କରିଛି । ଯାହାକି ଏକ ଟର୍ମ ଇନସ୍ୟୁରାନ୍ସ ପ୍ଲାନ ଅଟେ । ଏଥିରେ ଆପଣଙ୍କୁ ମାତ୍ର ୮ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନଟି ୩୬ ବଡ ରୋଗକୁ କଭର କରିଥାଏ । ଏଥିସହିତ ହିଁ ଲାଇଫ୍ କଭର ମଧ୍ୟ ଦେଇଥାଏ । ଏହି ପ୍ଲାନଟି ଯେଉଁସବୁ ରୋଗକୁ କଭର କରିଥାଏ ସେଗୁଡିକ ମଧ୍ୟରେ ହାର୍ଟଆକାଟାକ୍ , ହାର୍ଟ ଷ୍ଟୋକ୍, କ୍ୟାନସର ଭଳି ରୋଗ ସାଲିମ ରହିଛି । ଏହି ପ୍ଲାନ ୧୯ ବର୍ଷ, ୧୫ ବର୍ଷ, ୨୦ ବର୍ଷ, ୨୫ ବର୍ଷ ନଚେତ୍ ୩୦ ବର୍ଷ ପର୍ଯ୍ୟନ୍ତ ଗ୍ରାହକମାନେ କରିପାରିବେ ।

ସେହିପରି ବ୍ୟାଙ୍କର ଏହି ପୂରା ପ୍ଲାନ ଅବସରରେ ପ୍ରିମିୟମ କେବଳ ଗୋଟିଏ ହିଁ ରହିବ । ତେବେ ପ୍ରିମିୟମ ମଧ୍ୟ ମାସିକ, ତ୍ରୟମାସିକ, ଛମାସିକ କିମ୍ବା ବାର୍ଷିକ ଜମା କରାଯାଇପାରିବ । ବୟସ ବଢିବା ସହିତ ଏହି ପ୍ଲାନକୁ ପରିବର୍ତ୍ତନ ମଧ୍ୟ କରାଯାଇପାରିବ, ଇନକମ ଟାକ୍ସ ବେନିଫିଟ୍ ବି ମିଳିବ । ତେବେ ଏହି ପ୍ଲାନ ନେବା ପାଇଁ ସର୍ବନିମ୍ନ ବୟସ ରହିଛି ୧୮ ବର୍ଷ ଏବଂ ସର୍ବାଧିକ ୬୫ ବର୍ଷ ହୋଇଥିବା ଦରକାର । ଯଦି ଜଣେ ୧୮ ବର୍ଷର ବ୍ୟକ୍ତିବିଶେଷ ଏହି ପ୍ଲାନକୁ ୧୦ ବର୍ଷ ପାଇଁ ନିଅନ୍ତି ତେବେ ପଲିସି ୨୮ ବର୍ଷରେ ମ୍ୟାଚ୍ୟୁଅର ହେବ ।

ସେହିପରି ୬୫ ବର୍ଷର ବ୍ୟକ୍ତି ବିଶେଷ ୧୦ ବର୍ଷ ପାଇଁ ପଲିସି ନେଲେ ତାହା ୭୫ ବର୍ଷରେ ମ୍ୟାଚ୍ୟୁଅର ହେବ । ଏହି ପିଲିସିରେ ମିନିମମ ପ୍ରମିୟମ ୩ ହଜାର ଟଙ୍କା ବର୍ଷ ହେବ ଏବଂ ସର୍ବାଧିକ ପ୍ରିମିୟମ ୯.୩୦ ଲକ୍ଷ ବାର୍ଷିକ ଅଟେ । ଏହି ପ୍ଲାନ ଆଧାରରେ ସମସ୍ତ ବେନିଫିଟ୍ ପ୍ରଦାନ କରାଯିବ ତଥା ଡେଥ ବେନିଫିଟ, କ୍ରିଟିକାଲ ଇଲନେସ ବେନିଫିଟ, ମ୍ୟାଚ୍ୟୁରିଟି ବେନିଫିଟ୍, ଇନକମ ଟାକ୍ସ ବେନିଫିଟ୍, ପ୍ରିମିୟମ ୱେଭର ବେନିଫିଟ୍ ଆଦି ସାମିଲ ରହିଛି ।