ରେଳ ଟିକେଟ୍ ଉପରେ ଜବରଦସ୍ତ ଅଫର : ଏଠାରୁ ବୁକିଂ କରିବା ଦ୍ୱାରା ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା, ଜାଣନ୍ତୁ ପୂରା ପ୍ରକ୍ରିୟା

34

ଭାରତର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ କ୍ରେଡିଟ୍ କାର୍ଡ ଉପରେ ବିଭିନ୍ନ ପ୍ରକାରର ଅଫର ସବୁବେଳେ ଦେଇରଖିଥାଏ । ଏହାବ୍ୟତୀତ ଏହି କାର୍ଡରେ ଆଇଆରସିଟିସିର ୟୁଜର୍ସଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଫର ମିଳିଥାଏ । ତେବେ ଏସବିଆଇ ଆଇଆରସିଟିସି କ୍ରେଡିଟ କାର୍ଡରୁ ୟୁଜର୍ସଙ୍କୁ ମିଳିବାକୁ ଥିବା ଫାଇଦା ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ଆପଣ ଜାଣିବା ନିହାତି ଦରକାର ।

ଯେତେବେଳେ ଆପଣ ନୂଆ କାର୍ଡ ନେବେ ସେତେବେଳେ ଆପଣଙ୍କୁ ୩୫୦ ରିୱାର୍ଡ ପଏଂଟ ମିଳିବ । ଏହି ପଏଂଟଗୁଡିକ ୪୫ ଦିନ ମଧ୍ୟରେ ୫୦୦ ଟଙ୍କା ଖର୍ଚ୍ଚ କରିବା ଉପରେ ମିଳିଥାଏ । ଏହାଛଡା କାର୍ଡ ଜାରି ହେବାର ୩୦ ଦିନ ଭିତରେ କ୍ୟାସ ବାହାର କରିବା ଦ୍ୱାରା ୧୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯେତେବେଳେ ଆପଣ ଡବ୍ଲୁଡବ୍ଲୁଡବ୍ଲୁ ଡଟ କୋ ଡଟ୍ ଇନରୁ ଏସି୧,ଏସି୨ ଏବଂ ଏସ ଚେୟାର ଟିକେଟ୍ ବୁକ୍ କରିବେ ତେବେ ଆପଣଙ୍କୁ ମୋଟ ଟିକେଟ ଦାମ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ।

ତୈଳ ବ୍ୟତୀତ ଯେକୌଣସି ଜିନିଷରେ ୧୨୫ ଟଙ୍କାର ସପିଂ ଏବଂ ଟିକେଟ୍ ବୁକିଂ ଉପରେ ୧ ରିୱାର୍ଡ ପଏଂଟ ମିଳିବ । ଏହି ସମସ୍ତ ରିୱାର୍ଡ ପଏଂଟକୁ ଆଇଆରସିଟିସିରୁ ଟିକେଟ ବୁକ ପାଇଁ ବ୍ୟବହାର କରିପାରିବେ । ଯଦି ଆପଣ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆଇଆରସିଟିସି ଡଟ୍ ଇନରୁ ଟେକେଟ ବୁକ କରିବେ ତେବେ ଆପଣଙ୍କୁ ୧.୮ ପ୍ରତିଶତର ଟ୍ରାନଜାକସନ ଫିସରେ ମଧ୍ୟ ରିହାତି ମିଳିବ ।

ସାରା ଭାରତରେ କୌଣସି ବି ପେଟ୍ରୋଲ ପମ୍ପରୁ ତେଲ ଭରିବା ଉପରେ ୨.୫ ପ୍ରତିଶତ ରିହାତି ମିଳିବ । ତେବେ ଏହି ଲାଭ ୫୦୦ରୁ ୩ ହଜାର ଟଙ୍କ ମଧ୍ୟର ଟ୍ରାନଜାକସନ ଉପରେ ଉଠାଇପାରିବେ । ଗୋଟିଏ ମାସ ଭିତରେ ଗୋଟିଏ କାର୍ଡ ଉପରେ ସର୍ବାଧିକ ୧୦୦ ଟଙ୍କାର ହିଁ ଲାଭ ଉଠାଇପାରିବେ ।