ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ କେଉଁ ପରିସ୍ଥିତିରେ କେତେ ଟଙ୍କା ଆକାଉଂଟରୁ କାଟି ନେଇଥାଏ ବ୍ୟାଙ୍କ

51

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେଶ ଜଣାଶୁଣା । ସାରା ଦେଶରେ ଏସବିଆଇର ୪୩୦୦୦ରୁ ଅଧିକ ଏଟିଏମ ରହିଛି । ଅଧିକାଂଶ ଲୋକେ ଏଟିଏମ କାର୍ଡର ବ୍ୟବହାର କେବଳ ଟଙ୍କା ଉଠାଇବା ପାଇଁ କିମ୍ବା ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଂଟ ଚେକ କରିବା ପାଇଁ ହିଁ ବ୍ୟବହାର କରିଥାନ୍ତି । ହେଲେ ଏହି ସେବା ଏସବିଆଇର ଏଟିଏମରେ ଉପଲବ୍ଧ ସେବାଗୁଡିକ ଭିତରେ ଏକ ଛୋଟିଆ ଅଂଶମାତ୍ର । ତେବେ ଏଭଳି କିଛି ମନୋନିତ କାମ ବ୍ୟତୀତ ଆପଣ ଏଟିଏମ ଯାଇ ଅନ୍ୟ କାମ ମଧ୍ୟ କରିପାରିବେ । କିନ୍ତୁ ବ୍ୟାଙ୍କ କାର୍ଡକୁ ନେଇ ମଧ୍ୟ ଅନେକ ଚାର୍ଜେସ ଆଦାୟ କରିଥାଏ । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

• ଏସବିଆଇର ଆଧିକାରୀକ ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ, ଗୋଲ୍ଡ ଡେବିଟ କାର୍ଡ ଜାରି କରିବା ଉପରେ ୧୦୦ ଟଙ୍କା, ସେବା କର ସହିତ ବ୍ୟଙ୍କ ଆଦାୟ କରିଥାଏ । ଏହାବ୍ୟତୀତ ପ୍ଲାଟେନିୟମ ଡେବିଡ କାର୍ଡ ଉପରେ ୩୦୬ ଟଙ୍କା ସେବା କର ସହିତ ଆଦାୟ କରାଯାଇଥାଏ ।

• ସେହିପରି କ୍ଲାସିକ ଡେବିଟ କାର୍ଡ ଉପରେ ୧୦୦ ଟଙ୍କା ସେବା କର ବାବଦକୁ ଆଦାୟ କରାଯାଇଥିବା ବେଳେ ସିଲଭର, ବିଶ୍ୱ, ଯୁବା, ଗୋଲ୍ଡ ଡେବିଟ୍ କାର୍ଡ ଉପରେ ୧୫୦ଟଙ୍କା ସହିତ ସେବା କର ମଧ୍ୟ ଲାଗୁ ହୋଇଥାଏ । ପ୍ଲାଟେନିୟମ ଡେବିଟ କାର୍ଡ ଉପରେ ୨୦୦ଟଙ୍କା ସହିତ ସେବା କର ଲାଗୁ ହୋଇଥାଏ । ସେହିପରି ପ୍ରାଇଡ/ ପ୍ରିମିୟମ ବିଜନେସ ଡେବିଟ କାର୍ଡ ଉପରେ ୩୦୦ଟଙ୍କା ସହିତ ସେବା କର ଲାଗୁହୋଇଥାଏ ।

• ସେହିପରି ଡେବିଟ କାର୍ଡ ରିପ୍ଲେସମେଂଟ ଉପରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ୨୦୪ ଟଙ୍କା ସେବା କର ସହିତ ଆଦାୟ କରିଥାଏ । ଡ୍ୟୁପ୍ଲିକେଟ ପିନ ପାଇଁ ବ୍ୟାଙ୍କ ଆପଣଙ୍କଠାରୁ ୫୧ ଟଙ୍କା ସେବା କର ସହିତ ଆଦାୟ କରିଥାଏ ।

• ଆପଣ ଆପଣଙ୍କ ଏଟିଏମ କାର୍ଡରୁ ଗୋଟିଏ ମାସ ଭିତରେ କେବଳ ୫ ଥର ଦେଣନେଣ ମାଗଣାରେ କରିପାରିବେ । ଏହାପରେ ଟ୍ରାଂଜାକ୍ସନ ଉପରେ ପ୍ରତି ଆର୍ଥିକ ଦେଣନେଣ ବାବଦକୁ ୧୭ ଟଙ୍କା ସେବା କର ପରିଶୋଧ କରିବାକୁ ପଡିବ ।