ଏସବିଆଇର ବଡ ଉପହାର : ଏଣିକି ଖାତାଧାରୀଙ୍କୁ ପ୍ରତିମାସ ମିଳିବ ୨ରୁ ୫ ହଜାର ଟଙ୍କା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

101

ଦେଶର ସବୁଠୁ ବଡ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କ କେବଳ ବ୍ୟାଙ୍କିଂ ସେବା ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କୁ ନିଜ ସହ ମିଶାଇ ରୋଜଗାରକ୍ଷମ କରିବାର ସୁଯୋଗ ମଧ୍ୟ ଦେଇଥାଏ । ଆପଣ ଯଦି ଏସିବିଆଇର ସହ ମିଶି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣ ‘ବ୍ୟାଙ୍କ ମିତ୍ର’ ବନିପାରିବେ ।

ସୂଚନା ମୁତାବକ, ଦୁର୍ଗମ ଅଂଚଳ ତଥା ଗ୍ରାମୀଣ ଅଂଚଳରେ ବ୍ୟାଙ୍କିି ସେବାଗୁଡିକ ପହଂଚାଇବା ପାଇଁ ଭାରତୀୟ ଷ୍ଟେୟ ବ୍ୟାଙ୍କ ‘ବ୍ୟାଙ୍କ ମିତ୍ର’ରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଯାହାଙ୍କୁ ବ୍ୟାଙ୍କ କରେସପଣ୍ଡେନ୍ସ ତଥା ବିଜନେସ କଣ୍ଟାକ୍ଟସ ମଧ୍ୟ କୁହାଯାଇଥାଏ । ଆପଣ ଜଣେ ବ୍ୟାଙ୍କ ମିତ୍ର ହୋଇ ପ୍ରତିମାସ ନା କେବଳ ଫିକ୍ସ ଦରମା ପାଇପାରିବେ ବରଂ ଲୋକଙ୍କୁ ଯେତେ ଅଧିକ ବ୍ୟାଙ୍କ ସେବା ପ୍ରଦାନ କରିବେ ତାକୁ ଭିର୍ତ୍ତି କରି ଆପଣଙ୍କୁ କମିସନ ମଧ୍ୟ ମିଳିବ ।ବର୍ତ୍ତମାନ ସମୟରେ ବ୍ୟାଙ୍କ ମିତ୍ରଙ୍କୁ ପାଖାପାଖି ୨ ହଜାରରୁ ଆରମ୍ଭ କରି ୫ ହଜାର ଟଙ୍କାର ଫିକ୍ସ ଦରମା ମିଳିଥାଏ । ତେବେ ଦରମା ଠାରୁ ଅଧିକ ବ୍ୟାଙ୍କ ମିତ୍ର ବର୍ତ୍ତମାନ ସମୟରେ ଉପଲବ୍ଧ କରାଯାଉଥିବା ସେବା ଉପରେ ମିଳୁଥିବା କମିଶନ ଜରିଆରେ ରୋଜଗାର କରୁଛନ୍ତି ।

ବ୍ୟାଙ୍କ ମିତ୍ର କଣ

ପାଖାପାଖି ସମସ୍ତ ବ୍ୟାଙ୍କ ଗ୍ରାମୀଣ ଏବଂ ତଳିଆ ଅଂଚଳରେ ବାସ କରୁଥିବା ଲୋକମାନଙ୍କ ନିକଟରେ ନିଜ ସେବାଗୁଡିକୁ ପହଂଚାଇବା ପାଇଁ ବ୍ୟାଙ୍କ ମିତ୍ର ନିଯୁକ୍ତ କରିଥାନ୍ତି । ବ୍ୟାଙ୍କ ମିତ୍ରର କାମ ହେଲା ବ୍ୟାଙ୍କ ତରଫରୁ ଉପଲବ୍ଧ କରାଯାଉଥିବା ବିଭିନ୍ନ ସେବାକୁ ସାଧାରଣ ଜନତାଙ୍କଠାରେ ପହଂଚାଇବା । ଏହି କାମରେ ବ୍ୟାଙ୍କ ଆକାଉଂଟ ଖୋଲିବାଠାରୁ ଆରମ୍ଭ କରି ଟଙ୍କା ଜମା କରିବା ସମେତ ଅନ୍ୟାନ୍ୟ କାମ ସବୁ ସାମିଲ ରହିଛି ।

ଯୋଗ୍ୟତା

ଏସବିଆଇ ମୁତାବକ, କୌଣସି ବି ବ୍ୟକ୍ତି, ଯାହାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ, ଏଥିରେ ଏନଜିଓ, ସର୍ଭିସମ୍ୟାନ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ପେଟ୍ରୋଲ ପମ୍ପ ମାଲିକ, ଅପସରପ୍ରାପ୍ତ ଶିକ୍ଷକ କିମ୍ବା କୌଣସି ବି ବ୍ୟକ୍ତି , ଯାହାକୁ ସଂସ୍ଥା ଉପଯୁକ୍ତ ଭାବେ ଚୟନ କରିବ ।

କିପରି ହେବେ ବ୍ୟାଙ୍କ ମିତ୍ର

ବ୍ୟାଙ୍କ ମିତ୍ରରେ ନିଯୁକ୍ତି ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥାନ୍ତି । ବ୍ୟାଙ୍କ ମିତ୍ର ପାଇଁ ନିଯୁକ୍ତି ଏବଂ ଏସଂପର୍କରେ ଅଧିକ ତଥ୍ୟ ପାଇଁ ଆପଣ ବ୍ୟାଙ୍କର ନିକଟସ୍ଥ ତଥା ସ୍ଥାନୀୟ ମୁଖ୍ୟାଳୟ (LHO)  ରେ ପାଇପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଏସବିଆଇର ବ୍ୟାଙ୍କ ମିତ୍ର ସଂପର୍କିତ ସମସ୍ତ ତଥ୍ୟା ତଥା ଅଧିକ ସୂଚନା ଏ ସର୍ତ୍ତବଳୀ ଇତ୍ୟାଦି ଆପଣ https://www.sbi.co.in/portal/web/agriculture-banking/business-correspondent-bc-arrangementକୁ ଯାଇ ଜାଣିପାରିବେ । ଆପଣ ଏଠାରେ ଉଭୟ ହିନ୍ଦି ଏବଂ ଇଂରାଜୀ ଭାଷାରେ ଏହା ସହ ଜଡିତ ନିୟମ ଏବଂ ସର୍ତ୍ତଗୁଡିକ ସଂପର୍କରେ ତଥ୍ୟ ହାସଲ କରିପାରିବେ ।