ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର! ଏଣିକି ଏଟିଏମରୁ ଟଙ୍କା ଉଠାଣବେଳେ ଲାଗିବନି କୌଣସି ଚାର୍ଜ

45

ଏଣିକି ଏଟିଏମରୁ ଟଙ୍କା ଉଠାଣବେଳେ ଲାଗିବନି କୌଣସି ଚାର୍ଜ । ଏନେଇ ଆଜି ସ୍ପଷ୍ଟ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ତେବେ ଏସବିଆଇ ସ୍ପଷ୍ଟ କରିଛି କି ଜୁନ ପହିଲାରୁ ଏଟିଏମରୁ ଟଙ୍କା ଉଠାଣଇବାଦ୍ୱାରା ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କେବଳ ମୋବାଇଲ ମାଧ୍ୟମରେ ହେଉଥିବା କାରବାରରେ ହିଁ ଏହି ଚାର୍ଜ ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

ତାଜା ସୂଚନା ଅନୁସାରେ, ୨୫ ଟଙ୍କା ଦେଣ-ନେଣ ଚାର୍ଜ କେବଳ ମୋବାଇଲ ୱାଲେଟ ଜରିଆରେ କରାଯାଉଥିବା କାରବାରରେ ହିଁ ଲାଗୁ ହେବ । ଯାହା କେବଳ ଏସବିଆଇ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଖାଲି ସେତିକି ନୁହେଁ ଏଟିଏମରୁ ମାଗଣାରେ ଟଙ୍କା ଉଠାଣବେଳେ ଲାଗୁ ହେଉଥିବା ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଥିସହ ଏସବିଆଇର ଜନ ଧନ ଖାତାଧାରୀମାନେ ଏକ ମାସରେ ପାଖାପାଖି ୪ ଥର ବିନା କୌଣସି ଚାର୍ଜରେ ଟଙ୍କା ଉଠାଇ ପାରିବେ ।