୩୧ ଡିସେମ୍ବର ପରେ ଆଉ କାମ କରିବନି ଏଟିଏମ କାର୍ଡ ! ଘରେ ବସି ଏଭଳି ତରିକାରେ ବଦଳାନ୍ତୁ ନିଜ ଏଟିଏମ କାର୍ଡ

43

ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ । ଏଟିଏମ ମେସିନରେ ବି ଚାଲିବ ନାହିଁ ଏହି ଏଟିଏମ କାର୍ଡ । ଆଜ୍ଞା ହଁ ! ଆପଣ ଠିକ୍ ପଢୁଛନ୍ତି । ଭାରତୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ଗ୍ରାହକମାନଙ୍କୁ ପୁରୁଣା ଏଟିଏମ କାର୍ଡ ବଦଳାଇବାକୁ ନିର୍ଦ୍ଦେଶ ଦେଇଛି । ଏସବିଆଇର ଅଫିସିଆଲ ଟୁଇଟର ହ୍ୟ।ଣ୍ଡେଲରେ ସୂଚନା ଦିଆଯାଇଛି କି, ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ୍ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମକାର୍ଡକୁ ତୁରନ୍ତ ବ୍ୟାଙ୍କ ଆସି ବଦଳାଇବା ପଡିବ ।

ଏସବିଆଇର ସୂଚନା ମୁତାବକ, ପୁରୁଣା କାର୍ଡ ବଦଳରେ ଗ୍ରାହକମାନଙ୍କୁ ଇଏମବି ଚିପ ବିଶିଷ୍ଟ ଡେବିଟ କାର୍ଡ ଦିଆଯିବ । ଏଥିପାଇଁ ୨୦୧୮ ଶେଷ ସୁଦ୍ଧା ସମୟସୀମା ଧାର୍ଯ୍ୟ କରାଯାଇଛି । ଯଦି ଗ୍ରାହକମାନେ ବ୍ୟାଙ୍କର ଏହି ଡେଡଲାଇନ ପୂର୍ବରୁ ନିଜ ପୁରୁଣା କାର୍ଡ ନ ଫେରାନ୍ତି ତେବେ ଡେଡଲାଇନ ଶେଷ ହେବା ପରେ ସେମାନେ ଏଟିଏମରୁ ଟ୍ରାଂଜାକସନ କରିପାରିବେ ନାହିଁ । କାହିଁକି ନା ଏଟିଏମ ମେସିନ ଏହିସବୁ ପୁରୁଣା କାର୍ଡଗୁଡିକୁ ସ୍ୱୀକାର କରିବ ନାହିଁ ।

ଏସବିଆଇ ତରଫରୁ ଆହୁରୀ ମଧ୍ୟ କୁହାଯାଇଛି କି, ଏଟିଏମ କାର୍ଡର କନଭର୍ସନ ପ୍ରୋସେସରେ କୌଣସି ପ୍ରକାରର ଶୁଳ୍କ ନିଆଯିବ ନାହିଁ । ଏବଂ ଏହା ସଂପୂର୍ଣ୍ଣ ଭାବରେ ମାଗଣା ହେବ । ନିକଟରେ ଏସବିଆଇ ସହିତ ୬ଟି ଅନ୍ୟ ବ୍ୟାଙ୍କମାନଙ୍କ ସହ ସମ୍ମିଶ୍ରଣ ହୋଇଛି । ଏବଂ ବ୍ୟାଙ୍କର ଗ୍ରାହକମାନଙ୍କର ସଂଖ୍ୟାରେ ବଡ ପରିବର୍ତ୍ତନ ହୋଇଛି । ତେଣୁ ଏଭଳି ପରିସ୍ଥିତିରେ ବ୍ୟାଙ୍କର ଏଭଳି ନିଷ୍ପତିର ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡିପାରେ ।

ମାଗଣାରେ ବଦଳାନ୍ତୁ ଏଟିଏମ କାର୍ଡ

ଗ୍ରାହକମାନଙ୍କୁ Magstripe କାର୍ଡକୁ ଇଏମଭି ଚିପ୍ ବିଶିଷ୍ଟ କାର୍ଡ ବଦଳାଇବା ପାଇଁ ଏସବିଆଇର ମୁଖ୍ୟଶାଖାକୁ ଯିବାକୁ ପଡିବ । ଯଦି ଗ୍ରାହକ ଚାହିଁବେ ତେବେ ଇଂଟରନେଟ ବ୍ୟାଙ୍କିଂ ଜରିଆରେ କାର୍ଡ ବଦଳାଇବା ପାଇଁ ଆବେଦନ କରିପାରିବେ । ସେହିପରି ଇଂଟରନେଟ ବ୍ୟାକିଂ ବ୍ୟବହାର କରୁଥିବ ଗ୍ରାହକମାନଙ୍କୁ ବ୍ୟାଙ୍କର ଆଧିକାରୀକ ୱେବସାଇଟକୁ ଯାଇ ଲଗଇନ କରି ଇ-ସର୍ଭିସେସ ଟ୍ୟାବରେ ଏଟିଏମ କାର୍ଡ ସର୍ଭିସ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଏଠାରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ହିସାବରେ ସବୁ ପ୍ରକ୍ରିୟା ଶେଷ କରି ନିଜ ପୁରୁଣା କାର୍ଡକୁ ବଦଳାଇପାରିବେ ।