ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୁସି ଖବର ! ଏଣିକି ଦେବାକୁ ପଡିବନି ଅଧିକ ସୁଧ

25

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଅନ୍ୟ ଦୁଇ ବ୍ୟାଙ୍କ ନିଜର ସମସ୍ତ ଲୋନ ଉପରେ ନେଉଥିବା ସୁଧର ଦରକୁ କମାଇ ଦେଇଛି । ଏସିବିଆଇ ସମସ୍ତ ପ୍ରକାରର ବେଂଚମାର୍କ ଲ୍ୟାଣ୍ଡିଂ ଦରରେ ୦.୦୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ଆହ୍ଲାବାଦ ବ୍ୟାଙ୍କରେ ମଧ୍ୟ ସମସ୍ତ ଅବଧିର ଲ୍ୟାଣ୍ଡିଂ ଦର (ଏମସିଏଲଆର)ରେ ୦.୧୫ ପ୍ରତିଶତକୁ କମାଇ ଦେଇଛି । କର୍ଣ୍ଣାଟକ ବ୍ୟାଙ୍କ ବି ବର୍ଷକ ପାଇଁ ବେଂଚମାର୍କ ଲ୍ୟାଣ୍ଡିଂ ଦରମାନଙ୍କରେ ୦.୧୦ ପ୍ରତିଶତ କମାଇଥିବା ନେଇ ଘୋଷଣା କରିଛି ।

ଏସିବିଆଇର ଅଫିସିଆଲ ୱେବସାଇଟରେ ପ୍ରକାଶିତ ସୂଚନା ମୁତାବକ, ଏହି ନୂଆ ଦର ବା ବ୍ୟବସ୍ଥା ଆଜିଠାରୁ ତଥା ନଭେମ୍ବର ପହିଲାରୁ ଲାଗୁ କରାଯାଇଛି । ଏହି ନିଷ୍ପତ୍ତି ପରେ ଗୋଟିଏ ମାସ ପାଇଁ ନିଆଯାଇଥିବା କରଜ ବା ଲୋନ ଉପରେ ଏମସିଏଲଆର ଏବେ ୭.୭୫ ପ୍ରତିଶତ ବଦଳରେ ୭.୭୦ ପ୍ରତିଶତ ହୋଇଯିବ । ସେହିପରି ୩ ବର୍ଷର ସମୟସୀମା ପାଇଁ ନିଆଯାଉଥିବା ଲୋନ ଦରକୁ ୮.୧୫ ପ୍ରତିଶତରୁ କମାଇ ୮.୧୦ ପ୍ରତିଶତ କରିଦିଆଯାଇଛି । ଏଭଳି ଭାବେ ବ୍ୟାଙ୍କ ଗୋଟିଏ ମାସ, ୩ମାସ, ୬ମାସ ଏବଂ ୨ ବର୍ଷର ଅବଧିରେ ନିଆଯାଉଥିବା ଲୋନ ଦରରେ ହ୍ରାସତା ଆଣିଛନ୍ତି । ଏହି ହ୍ରାସତା କାରଣରୁ ବର୍ଷକ ପାଇଁ ନିଆଯାଉଥିବା ଏମସିଏଲଆର ୮ ପ୍ରତିଶତରୁ କମି ୭.୯୫ ପ୍ରତିଶତରେ ପହଂଚିଛି ।

ତେବେ ଏସବିଆଇର ଏହି ପଦକ୍ଷେପ ଲୋନଦାତା ବ୍ୟାଙ୍କ ମଧ୍ୟ ସୁଧ ଦରରେ ହ୍ରାସତା ଆଣିପାରିବେ । ଏଠାରେ ଆମେ କହି ରଖୁଛୁ କି, ୧୦ ମାସ ପୂର୍ବରୁ ବି ଅର୍ଥାତ୍ ଜାନୁଆରି ପହିଲାରୁ ବ୍ୟାଙ୍କ ତାର ସୁଧ ଦରରେ ହ୍ରାସତା ଆଣିସାରିଛି ।

ସୌଜନ୍ୟ: ଅମର ଉଜାଲା