ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ଖାତା, ମିଳିବ ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ସୁଧ । ଜାଣନ୍ତୁ କେଉଁଠି ମିଳିବ ଏହି ସୁବିଧା

46

ବେଳେବେଳେ ଆମେ ୧୦ ଓ ୨୦ ଟଙ୍କିଆ ମୁଦ୍ରାକୁ ଘରେ ସଂଚୟ କରି ରଖୁ । କିନ୍ତୁ ଏବେ ଆପଣ ଏହି ଖୁଚୁରା ଟଙ୍କା ବଦଳରେ ବ୍ୟାଙ୍କଠାରୁ ବି ଅଧିକ ସୁଧ ଆୟ କରିପାରିବେ । ଭାରତୀୟ ଡାକ ବିଭାଗ ଏମିତି ଏକ ଯୋଜନା ଚଳାଉଛି, ଯାହା ଅଧିନରେ ଆପଣ ମାତ୍ର ୨୦ ଟଙ୍କାରେ ନିଜ ଖାତା ଖୋଲିପାରିବେ । ବଡ କଥା ହେଲା, ଏହି ଯୋଜନାରେ ଖାତା ଖୋଲି ଆପଣ ବ୍ୟାଙ୍କଠାରୁ ବି ଅଧିକ ସୁଧ ପାଇପାରିବେ ।

ଭାରତୀୟ ଡାକ ବିଭାଗ ୫ ବର୍ଷର ରିକରିଙ୍ଗ ଡିପୋଜିଟ ସ୍କିମ ଚଳାଏ । ପୋଷ୍ଟ ଅଫିସର ସାଇଟ ଉପରେ ଦିଆଯାଇଥିବା ସୂଚନା ମୁତାବକ ଏହି ସ୍କିମ ଅଧିନରେ ଆପଣ ନିଜ ଖାତା କୈାଣସି ବି ଡାକଘର ଯାଇ ଖୋଲିପାରିବେ । ଆପଣଙ୍କୁ ଆପଣଙ୍କ ଖାତାରେ ପ୍ରତି ମାସ ସର୍ବନିମ୍ନ ୨୦ ଟଙ୍କା ଜମା କରିବାକୁ ପଡିବ । ନିଜର ଜମା ରାଶି ଉପରେ ଆପଣଙ୍କୁ ପ୍ରତି ବର୍ଷ ୬.୯ ପ୍ରତିଶତ ସୁଧ ମିଳିବ । ଯଦି ଆପଣ ଆପଣଙ୍କ ୬ଟି କିସ୍ତି ଅଗ୍ରିମ ଜମା କରାଉଛନ୍ତି, ତେବେ ଆପଣଙ୍କୁ ରିହାତି ଦିଆଯିବ । ସେହିପରି ଏହି ଖାତାକୁ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫିସରେ ଡ୍ରାନ୍ସଫର କରିପାରିବେ । ଏହି ଆକାଉଂଟରେ ଏଟିଏମର ସୁବିଧା ମଧ୍ୟ ଉପଲବ୍ଧ । ଆପଣ ୧ ବର୍ଷ ପରେ ଆପଣଙ୍କ ଆକାଉଣ୍ଟରେ ଜମା ରାଶି ମଧ୍ୟରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଢ଼ି ପାରିବେ । ଏହି ଆକାଉଣ୍ଟ ୧୦ ବର୍ଷ ବା ତା’ ଠାରୁ ଅଧିକ ଆୟୁ ଥିବା ଯେକୈାଣସି ପିଲା ବା ବୟସ୍କଙ୍କ ନାମରେ ଖୋଲାଯାଇପାରିବ । ଏହା ଅଧିନରେ ଜଏଣ୍ଟ ଆକାଉଣ୍ଟ ଖୋଲିବାର ବି ସୁବିଧା ଅଛି ।

୧୦୦ ଟଙ୍କାରେ ଖୋଲିଥାଏ ୧୫ ବର୍ଷୀୟ ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ (ପିପିଏଫ)ଖାତା

ଏହି ଖାତାକୁ ଆପଣ ମାତ୍ର ୧୦୦ ଟଙ୍କାରେ ଖୋଲିପାରିବେ । ଖାତାଧାରକଙ୍କୁ ଏହି ଖାତାରେ ସଂପୂର୍ଣ୍ଣ ଆର୍ଥିକ ବର୍ଷରେ ସର୍ବନିମ୍ନ ୫୦୦ଟଙ୍କା ଏବଂ ସର୍ବାଧିକ ଦେଢ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଏହି ଖାତାର ମାଚ୍ୟୁରିଟି ପିରିୟଡ ରହିଛି ୧୫ ବର୍ଷ । ଏଥିରେ ଆପଣ ଜଏଂଟ ଆକାଉଂଟ ମଧ୍ୟ ଖୋଲି ପାରିବେ । ଏଥିରେ ମଧ୍ୟ ନାମିନେସନର ସୁବିଧା ଉପଲବ୍ଧ । ଏଥିରେ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ରିହାତି ମିଳିବ । ତେବେ ଏଥିରେ ଜମା ରାଶି ଉପରେ ୭.୬ ପ୍ରତିଶତ ସୁଧ ମିଳିବ ।