ପ୍ରତିମାସ ନିବେଶ କରନ୍ତୁ ମାତ୍ର ୫୦୦ ଟଙ୍କା ! ନିଜର ଭବିଷ୍ୟତକୁ ଆର୍ଥିକ ସ୍ଥିତିରେ କରନ୍ତୁ ସୁଦୃଢ

65

ନିଜର ଭବିଷ୍ୟତକୁ ଆର୍ଥିକ ସ୍ଥିତିରେ ସୁଦୃଢ କରିବା ପାଇଁ ସଂଚୟ ଏବଂ ନିବେଶ କରିବା ଅଧିକ ଜରୁରୀ ଅଟେ । ଏଭଳି ପରିସ୍ଥିତିରେ ଯଦି ଆପଣ ଆପଣଙ୍କର ନିବେଶକୁ ଅନୁଶାସିତ ଏବଂ ନିୟମିତ ରଖନ୍ତି ତେବେ ଖୁବ୍ କମ୍ ସମୟ ସୀମା ମଧ୍ୟରେ ଆପଣ ଏକ ବଡ ଧରଣର ରିଟର୍ନ ହାସଲ କରିପାରିବେ । ଯଦି ଆପଣ ମାସକୁ ୫୦୦ ଟଙ୍କା ସଂଚୟ ରଖିବା ସହିତ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କର ନିଶ୍ଚୟ କାମରେ ଆସିବ । ଏ ସଂମ୍ବନ୍ଧରେ ନିବେଶ ଏବଂ ଟାକ୍ସ ଏକ୍ସପର୍ଟ ବଳବନ୍ତ ଜୈନ ସୂଚନା ଦେଇଛନ୍ତି କି ଦୀର୍ଘ ତଥା ବଡ ସମୟସୀମା ବା ପାଂଚ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ପାଇଁ ଲାର୍ଜ କୈଫ୍ ଫଣ୍ଡରେ (ଏସିଆଇପି), ମଧ୍ୟମ ସମୟ ସୀମା ପାଇଁ ବା ତିନିରୁ ପାଂଚ ବର୍ଷ ପାଇଁ (ବାଲାନ୍ସ ଫଣ୍ଡ) ଏବଂ ଲଘୁ ଅବଧି ତଥା ଏକରୁ ତିନି ବର୍ଷ ପାଇଁ (ଲିକ୍ୱିଡ୍ ଫଣ୍ଡ) କିମ୍ବା ଡେବ୍ଟ ଫଣ୍ଡରେ ଟଙ୍କା ନିବେଶ କରିବା ଏକ ଉତ୍ତମ ବିକଳ୍ପ ଅଟେ ।

ସୂଚନା ମୁତାବକ, ଯଦି ଆପଣ ଦୀର୍ଘ ଅବଧି ତଥା ପାଂଚ ବର୍ଷ କିମ୍ବା ତାଠାରୁ ଅଧିକ ଦିନ ପାଇଁ ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ଏଭଳି ପରିସ୍ଥିତିର ଟାକ୍ସ ଏକ୍ସପର୍ଟ ବଳବନ୍ତ ଜୈନଙ୍କ ମତ ରହିଛି କି, ଏଥିପାଇଁ ଲାର୍ଜ କୈଫ ଫଣ୍ଡରେ ସିଷ୍ଟୋମେଟିକ୍ ପ୍ଲାଲିଂ (ଏସିଆଇପି) ହିଁ ଉପଯୁକ୍ତ । ଏହି ନିବେଶ ବିକଳ୍ପରେ ଆପଣ ମାସକୁ ମାତ୍ର ୫୦୦ ଟଙ୍କାରୁ ହିଁ ଆରମ୍ଭ କରିପାରିବେ । ଏଥିସହିତ ଏହା ଉପରେ ମିଳୁଥିବା ରିଟର୍ନ ସେୟାର ବଜାରରେ ହେଉଥିବା ଲାଭ-କ୍ଷତି ଉପରରେ ହିଁ ନିର୍ଭର କରିଥାଏ । ସିପରେ ନିବେଶ ମ୍ୟୁଚଆଲ ଫଣ୍ଡ ମାଧ୍ୟମରେ ଉଭୟ ଡେବ୍ଟ ଏବଂ ଲିକ୍ୱିଡ ଫଣ୍ଡରେ କରାଯାଇ ପାରିବ । କାରଣ ଏଥିରେ ନିବେଶକ ସାଧାରଣ ଭାବେ ୧୨ରୁ ୧୩ ପ୍ରତିଶତ ରିଟର୍ନ ଅନୁମାନ ଲଗାଇଥାଏ ।

ମଧ୍ୟମ ଅବଧି ତଥା ତିନ ବର୍ଷରୁ ପାଂଚ ବର୍ଷ ପାଇଁ ସମୟ ସୀମା ଥିବା ବାଲାନ୍ସ ଫଣ୍ଡରେ ନିବେଶ କରିବା ଅତ୍ୟନ୍ତ ଶୁଭକର ଅଟେ । ବାଲାନ୍ସ ଫଣ୍ଡ ପାଖାପାଖି ସାମାନ ଅନୁପାତରେ ଉଭୟ ଡେବ୍ଟ ଏବଂ ଲିକ୍ୱିଡରେ ନିବେଶ କରାଯାଇଥାଏ । ସେୟାର ବଜାରରେ ହେଉଥିବା ଲାଭ-କ୍ଷତି ଆଧାରରେ ଫଣ୍ଡ ମ୍ୟାମେଜର ଆବଂଟନରେ ପରିବର୍ତ୍ତନ କରିପାରନ୍ତି । ଏହା ସେହି ନିବେଶକମାନଙ୍କ ପାଇଁ ଭଲ ହୋଇଥାଏ ଯେଉଁମାନେ କି ନିକଟ ଭବିଷ୍ୟତରେ ରିଟାୟର ତଥା ଅବସର ନେଉଛନ୍ତି ।

ଛୋଟ ଅବଧି ତଥା ଏକ ବର୍ଷରୁ ତିନ ବର୍ଷ ପାଇଁ ନିବେଶ । ଯଦି ନିବେଶକ ଏକ ବର୍ଷରୁ କମ୍ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଲିକ୍ୱିଡ ଫଣ୍ଡ କିମ୍ବା ସର୍ଟ ଟର୍ମ ଡାଇନୋମିକ ବଣ୍ଡ ଫଣ୍ଡରେ ନିବେଶ କରିବା ଦରକାର । ସେହିପରି ଯଦି ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଛନ୍ତି ତେବେ ଡେବ୍ଟ ଫଣ୍ଡକୁ ଏଥିପାଇଁ ଚୟନ କରିପାରିବେ । ସେହିପରି ଛୋଟ ଅବଧି ପାଇଁ ଆରଡିରେ ମଧ୍ୟ ନିବେଶ କରିପାରିବ । କିନ୍ତୁ ନିବେଶ ଏବଂ ଟାକ୍ସ ଏକ୍ସପର୍ଟ ବଳବନ୍ତ ଜୈନଙ୍କ ସୂଚନା ମୁତାବକ, ଏହି ସମସ୍ତ ଯୋଜନାରେ ମିଳୁଥିବା ସୁଧ ଅନ୍ୟ ଯୋଜନା ତୁଳନାରେ ଖୁବ୍ କମ୍ ହୋଇଥାଏ । ଏଥିପାଇଁ ଲିକ୍ୱିଡ୍ ଫଣ୍ଡ କିମ୍ବା ଡେବ୍ଟ ଫଣ୍ଡ ଏଥିପାଇଁ ଏକ ଭଲ ବିକଳ୍ପ ଅଟେ ।

ସୌଜନ୍ୟ: ଦୈନିକ ଜାଗରଣ