ଦଶମ ପାସଙ୍କ ପାଇଁ ସରକାରୀ ଚାକିରି: ମାସିକ ଦରମା ୨୫ ହଜାର ଟଙ୍କାରୁ ବି ଅଧିକ, ଜାଣନ୍ତୁ କିଭଳି କରିବେ ଆବେଦନ

950

BARC Recruitment ଭାଭା ପରମାଣୁ କେନ୍ଦ୍ରରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିରେ ୬୦ଟି ଅପର ଡିଜିଜନ କ୍ଲର୍କ ଏବଂ ଷ୍ଟୋନୋଗ୍ରାଫର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏଥିରେ ୨୫ ଫେବୃଆରୀ ସୁଦ୍ଧା ଆବେଦନ କରିପାରିବେ । ନିଯୁକ୍ତି ସମ୍ବନ୍ଧିତ ସମସ୍ତ ତଥ୍ୟ ଆମେ ନିମ୍ନରେ ଆଲୋଚନା କରିଛୁ ..

ପଦବୀ ସଂପର୍କିତ ବିବରଣୀ

ଅପର ଡିଜିଜନ କ୍ଲର୍କ ପାଇଁ ୪୭, ଷ୍ଟେନୋଗ୍ରାଫର ପାଇଁ ୧୩

ଦରମା

ମାସିକ ଦରମା ୨୫୫୦୦ ଟଙ୍କାରୁ ବି ଅଧିକ

ଶିକ୍ଷାଗତ ଯୋଗ୍ୟତା

୫୦ ପ୍ରତିଶତ ମାର୍କ ସହିତ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କିମ୍ବା ସମକକ୍ଷ ଡିଗ୍ରୀ ଧାରୀ ପ୍ରାର୍ଥୀ ଡିଜିଭନ କ୍ଲର୍କ ପାଇଁ ଆବେଦ କରିପାରିବେ । ସେହିପରି ଷ୍ଟେନୋଗ୍ରାଫି ପାଇଁ ମାଟ୍ରିକୁଲେସନ କିମ୍ବା ସମକକ୍ଷ ଏଂବ ଇଂରାଜୀ ଶଦ୍ଦର ଲେଖନିରେ ୮୦ ଶଦ୍ଦ ପ୍ରତି ମିନିଟ ହିସାବରେ ଏବଂ ମିନିଟ ପ୍ରତି ୩୦ଟି ଶଦ୍ଦ ଇଂରାଜୀ ଟାଇପିଂ କରିବାର ସାମର୍ଥ ଥିବା ଦରକାର ।

ବୟସସୀମା

ଆଶାୟୀପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସ ସୀମା ୨୭ ବର୍ଷ ରଖାଯାଇଛି ।

ଆବେଦନ ଶୁଳ୍କ

ସାଧାରଣ/ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଥିବା ବେଳେ ଏସସି/ଏସଟି/ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଚଳିତ ମାସ ୨୫ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । ଇଚ୍ଛୁକ ଆଶାୟୀ ପ୍ରାର୍ଥୀମାନେ http://www.barc.gov.inମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା ଉପରେ ଆଧାରିତ