ଯଦି ଆପଣଙ୍କର କମ୍ପ୍ୟୁଟରରେ ଜ୍ଞାନ ଅଛି ! ତେବେ ଏମଏନଆରଇଜିଏରେ କରନ୍ତୁ ସରକାରୀ ଚାକିରି

77

ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା ତଥା ‘ଏମଏନଆରଇଜିଏ’ରେ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କମ୍ପ୍ୟୁଟର ଚଳାଇବା ସହିତ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଣ ରହିଛି ଏହାର ନିୟମାବଳୀ ଆସନ୍ତୁ ଜାଣିବା ।

ପଦଗୁଡିକର ବିବରଣୀ: କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ପ୍ୟୁଟର ଅପରେଟର,ଗ୍ରାମ ରୋଜଗାର ସେବକ, ଜୁନିୟର ଇଂଜିନିୟର ଇତ୍ୟାଦି

ବିଭାଗ ତଥା ପଦବୀ ସଂଖ୍ୟା: ୩୫

ବୟସ ସୀମା: ସଂସ୍ଥା ନିୟମ ଅନୁସାରେ ବୟସ ସୀମା ନିର୍ଦ୍ଧାରିତ ଅଟେ
ଶିକ୍ଷାଗତ ଯୋଗ୍ୟତା: ପଦବୀ ତଥା ବିଭାଗ ଅନୁସାରେ ଭିନ୍ନ ଭିନ୍ନ ଭାବେ ନିର୍ଦ୍ଧାରଣ କରାଯାଇଛି ।

ଶେଷ ଅବଧୀ :୩୦ ଏପ୍ରିଲ,୨୦୧୭

ଆବେଦନ ପ୍ରକ୍ରିୟା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ ପତ୍ରକୁ ପୁରଣ କରି ଆବଶ୍ୟକୀୟ ଦସ୍ତାବିଜ୍ ସହିତ ‘ଏମଏନଆରଇଜିଏ,ଜନପଦ-ହରିଦ୍ୱାର’ ଠିକଣାରେ ପଠାଇ ଦିଅନ୍ତୁ । ଏବଂ ଅଧିକ ସୂଚନା ପାଇଁ ୱେବସାଇଟ୍ ‘ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ହରିଦ୍ୱାର ଡଟ୍ ଏନଆଇସି ଡଟ୍ ଇନ୍’କୁ ଯାଇ ଯୋଗାଯୋଗ କରନ୍ତୁ ।