ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ଏହି ଆପ୍ ! କିନ୍ତୁ ବିପଦର ସମ୍ଭାବନା ଅଧିକ

25

ଫେସବୁକ୍ ମେସେଂଜର ଏବଂ ହ୍ୱାଟସଆପର ନିଦ ହଜାଇ ଦେବା ଭଳି ଏବେ ଏକ ଆପ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାର ନାଁ ରହିଛି ‘ସରାହ’ । ସାଉଦି ଆରବର ସଫ୍ଟଓୟାର ଡେଭଲପରମାନେ ଏହି ଆପଟିକୁ ବିକଶିତ କରିଛନ୍ତି । ଯାହାର ରେଜିଷ୍ଟର ଆମେରିକାରେ କରାଯାଇଛି ।

ଇଂଟରନେଟ୍ ଜଗତରେ ଏହି ଆପଟିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ବିଶ୍ୱର ପାଖପାଖି ୩୦ କୋଟି ବ୍ୟବହାରକାରୀ ଏହି ଆପଟିକୁ ଡାଉନଲୋଡ କରିସାରିଲେଣି । ‘ସରାହ’ ହେଉଛି ଆରବୀ ଭାଷାର ଏକ ଶଦ୍ଦ । ଯାହାର ଅର୍ଥ ‘ସ୍ପଷ୍ଟବାଦୀ’ । ଏହି ମେସେଜିଂ ଆପର ସୁବୁଠାରୁ ବଡ ବିଶେଷତ୍ୱ ହେଉଛି ଏହାର ଏକ ୟୁନିକ୍ ଫିଚର ।

ଏହି ଫିଚର ଦ୍ୱାରା ମେସେଜ ପଠାଉଥଇବା ବ୍ୟକ୍ତିଙ୍କ ପରିଚୟ ଗୋପନ ରହିଥାଏ । ପରିଚୟ ଗୋପନ ରଖି ମେସେଜ ପଠାଇବାକୁ ଚାହୁଁଥିବା ଲୋକମାନଙ୍କ ମଧ୍ୟରେ ଏହି ଆପଟି ବେଶ ଲୋକପ୍ରିୟ ହେବାରେ ଲାଗିଛିି । ପ୍ରଥମେ ଏକ ୱେବସାଇଟ୍ ଭାବେ ଏହାକୁ ବିକଶିତ କରିଥିଲେ ସାଉଦି ଆରବର ବିଜନେସ ଆନାଲିଷ୍ଟ ଜୈନ ଆଲ୍ଲାଉଦ୍ଦିନ ତୌଫିକ୍ । ତେବେ କଂପାନୀ ମଧ୍ୟରେ କର୍ମଚାରୀଙ୍କ ଭିତରେ ଭାବର ଆଦାନପ୍ରଦାନ ଉଦ୍ଦେଶ୍ୟରେ ଏହି ଆପକୁ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଏହି ଆପଟିକୁ ବିକଶିତ କରାଯାଇଛି ଏବଂ ଏହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ।

ସୌଜନ୍ୟ: ଆଜକତ୍