ମାତ୍ର ୧୨ ମିନିଟରେ ସ୍ମାର୍ଟଫୋନ ହେବ ଫୁଲ୍ ଚାର୍ଜ ! କିପରି ଜାଣନ୍ତୁ

30

ଗୋଟିଏ ପଟରେ ବଜାରରେ ଯେଉଁଠି ସ୍ମାର୍ଟଫୋନର ଚାହିଦା ଅହେତୂକ ଭାବେ ବୃଦ୍ଧିପାଇବାରେ ଲାଗିଛି । ଅନ୍ୟପଟେ ସ୍ମାର୍ଟଫୋନର ଶୀଘ୍ର ଶେଷ ହୋଇଯାଉଥିବା ବ୍ୟାଟେରୀ ଏକ ବହୁତ ବଡ ସମସ୍ୟା ଭାବେ ଠିଆ ହୋଇଛି । ତେବେ ୟୁୁଜର୍ସଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସାମସଙ୍ଗ ଏକ ଏଭଳି ମେଟେରିଆଲ ବା ପଦାର୍ଥ ବିକଶିତ କରିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ମୋବାଇଲର ବ୍ୟାଟେରୀକୁ ମାତ୍ର ୧୨ ମିନିଟ ମଧ୍ୟରେ ଫୁଲ ଚାର୍ଜ କରାଯାଇପାରିବ ।

କୋରିଆ କଂପାନୀ ସାମସଙ୍ଗ ସ୍ମାର୍ଟଫୋନର ବ୍ୟାଟେରୀ ପାଇଁ ଏକ ଏଭଳି ମେଟେରିଆଲ୍ ବା ପଦାର୍ଥର ବିକଶିତ କରିଛି ଯାହାକି ଲିଥିୟନ ଆୟନ ବ୍ୟାଟେରୀ ତୁଳନାରେ ଅଧିକ ବେଗରେ ଚାର୍ଜ କରିବ । ‘ଗ୍ରାଫେନ ବଲ’ ନାମକ ଏହି ପଦାର୍ଥଟି ଦ୍ରୁତ ଗତିରେ ବ୍ୟାଟେରୀ ଚାର୍ଜ କରିବାରେ ସହାୟତା କରିବ ।

କଂପାନୀ ସୂଚନା ଅନୁସାରେ, ବର୍ତ୍ତମାନ କୌଣସି ବ୍ୟାଟେରୀକୁ ଫୁଲ ଚାର୍ଜ କରିବାରେ ପାଖାପାଖି ଘଂଟାଏ ସମୟ ଲାଗିଥାଏ । ଯଦି ଏହି ମେଟେରିଆଲର ବ୍ୟବହାର ବ୍ୟାଟେରୀରେ କରାଯାଏ ତେବେ ମାତ୍ର ୧୨ ମିନିଟ ମଧ୍ୟରେ କୌଣସି ବି ଫୋନକୁ ଫୁଲ ଚାର୍ଜ କରାଯାଇପାରିବ । ଦ୍ରୁତ ଗତିରେ ଚାର୍ଜିଂ କରୁଥିବା ଏହି ମେଟେରିଆଲର ବ୍ୟବହାର ଦ୍ୱାରା ଫୋନର ବ୍ୟାଟେରୀର କାପାସିଟିକୁ ମଧ୍ୟ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ସୁପର ଫାଷ୍ଟ ଚାର୍ଜିଂ ଏବଂ ବ୍ୟାଟେରୀର କ୍ଷମତାରେ ବୃଦ୍ଧିପାଇବା କାରଣରୁ ଏହି ଟେକନିକର ବ୍ୟବହାର ସ୍ମାର୍ଟଫୋନ, ଇଲୋକ୍ଟ୍ରନିକ ବାହନ ସହିତ ଅନେକ ତଥା ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଚାଳିତ ଡିଭାଇସରେ ବି କରାଯାଇପାରିବ ।