୧୭ଟି କ୍ୟାମେରା ସହିତ ସାମସଙ୍ଗ ଲଂଚ କଲା ୩୬୦ ରାଉଣ୍ଡ ଭିଆର ! ବର୍ଷାରେ ବି ହୋଇପାରିବ ରେକର୍ଡିଂ

25

ନିକଟରେ ସାମସଙ୍ଗ ଲଂଚ କରିଛି ଏକ ନୂଆ ୩୬୦ ଡିଗ୍ରୀ କ୍ୟାମେରା । ଏହା ପୂର୍ବରୁ ବି ସାମସଙ୍ଗ ଏଭଳି ଅନେକ କ୍ୟାମେରା ଲଂଚ କରିସାରିଛି । କିନ୍ତୁ ଏହି କ୍ୟାମେରାଟି ବାକି କ୍ୟାମେରାଠାରୁ ରହିଛି ବହୁତ ଅଲଗା । କାରଣ ଏହି ନୂଆ ୩୬୦ ଡିଗ୍ରୀ ଭର୍ଚ୍ୟୁଆଲ ରିୟଲିଟ୍ କ୍ୟାମେରା ଦେଖିବାକୁ କୌଣସି ସିନେମାରେ ଦେଖାଯାଉଥିବା ୟୁଏଫଓ ଭଳି । ତେବେ ଏହି ୩୬୦ ରାଉଣ୍ଡ କ୍ୟାମେରାରେ ଲଗାଯାଇଛି ୧୭ଟି ଲେନ୍ସ । ଏହି କ୍ୟାମେରାରେ ଲଗାଯାଇଥିବା ଲେନ୍ସ ଜରିଆରେ ଡଷ୍ଟ ରେଜିଷ୍ଟ୍ରେଟ୍ ଅର୍ଥାତ୍ ଆଉଟଡୋର ସୁଟିଂ କିମ୍ବା ଲାଇଭ ସ୍ଟ୍ରିମିଂ କରିବାରେ ସହଜ ହୋଇପାରିବ । ଏଥିସହିତ ବର୍ଷାରେ ମଧ୍ୟ ଆପଣ ରେକଡିଂ କରିପାରିବେ ।

ଡିସ୍କ ଭଳି ଦେଖା ଯାଉଥିବା ଏହି କ୍ୟାମେରାରେ ୨ ମେଗାଫିକ୍ସଲର ସମୁଦାୟ ୧୭ଟି କ।।ମେରା ଲଗାଯାଇଛି ଏବଂ ୬ମାଇକ୍ରୋଫୋନ ଲଗାଇବା ଭଳି ସୁବିଧା ମଧ୍ୟ ଦିଆଯାଇଛି । ଏହାବ୍ୟତୀତ ଏଥିରେ ଦୁଇଟି ମାଇକ୍ ପୋର୍ଟ ବି ରହିଛି । ଯେଉଁଥିରେ ଆପଣ ୩ଡି ଭର୍ଚ୍ୟୁଆଲ ରିୟଲିଟି ଭିଡିଓ ତିଆରି କରିପାରିବେ । ତେବେ ଏହି କ୍ୟାମେରାର ସ୍ୱତନ୍ତ୍ରତା ହେଲା କି, ଏହା ୩୦ଟି ଫ୍ରେମ ପ୍ରତି ସେକେଣ୍ଡ ଆଧାରରେ କୌଣସି ବି ୪କେ ଭିଡିଓ ରେକର୍ଡ କରିପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ଉନ୍ନତ ମାନର କମ୍ପ୍ୟୁଟରର ଆବଶ୍ୟକତା ରହିଛି । ଆନ୍ୟପଟେ ଯଦି ଏହାର ହାର୍ଡୱୟାର କଥା ଉଠୁଛି ତେବେ ଏଥିରେ ୨ଟିବି ଏସଏସଡିର ସପୋର୍ଟ ଦିଆଯାଇଛି । ଏହାଛଡା ଏଥିରେ ରହିଛି ୧୦ଜିବି ରାମ ଏବଂ ୪୦ ଜିବି ଇଂଟରନାଲ ମେମୋରିର ସପୋର୍ଟ । ଏହାର ଓଜନ ରହିଛି ୧.୯୩ କିଲୋଗ୍ରାମ ।

ଏଠାରେ ଆମେ କହି ରଖୁଛି କି, ସାମସଙ୍ଗ ଏହାକୁ ବର୍ତ୍ତମାନ ଆମେରିକାନ କଷ୍ଟମର୍ସଙ୍କ ପାଇଁ ଲଂଚ କରିଛି ଆଉ ଚଳିତ ମାସରୁ ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯିବ । ତେବେ ଏହାର ମୂଲ୍ୟ ରହିଛି ମାତ୍ର ୧୦,୫୦୦ ଡଲାର ଅର୍ଥାତ୍ ୬ ଲକ୍ଷ ୮୨ ହଜାର ଟଙ୍କା ।

ସୌଜନ୍ୟ: ଆଜତକ୍