ଦଶମ ପାସ୍ ବେରୋଜଗାରୀଙ୍କ ପାଇଁ ସରକାରୀ ଚାକିରି ! ଆବେଦନ ପାଇଁ ତୁରନ୍ତ ଏଠାରେ କରନ୍ତୁ ଯୋଗାଯୋଗ, ଦେବାକୁ ପଡିବନି କୌଣସି ବି ଶୁଳ୍କ

111

ଦଶମ ଶ୍ରେଣୀ ପାସ ବେରୋଜଗାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । କାରଣ ସାହିତ୍ୟ ଏକାଡେମୀରେ ଖୋଲିଛି ନିଯୁକ୍ତିର ପସରା । ନିକଟରେ ମଲ୍ଟି ଟାକ୍ସିଂ ଷ୍ଟାଫ୍ ପଦବି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ଆଉ ସବୁଠାରୁ ବଡ କଥା ହେଲା, ଏଥିପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡିବ ନାହିଁ ଅର୍ଥାତ୍ ଏହା ସଂପୂର୍ଣ୍ଣ ଭାବରେ ମାଗଣା ଅଟେ । ତେଣୁ କାଳ ବିଳମ୍ବ ନକରି ତୁରନ୍ତ ଆବେଦନ କରନ୍ତୁ । ନିମ୍ନରେ ଏସଂପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଛି ।

ୱେବସାଇଟ: www.sahitya-akademi.gov.in

ପଦବୀ ବିରରଣୀ: Multi Tasking Staff

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରିଥିବା ଆଶାୟୀପ୍ରାର୍ଥୀଙ୍କର ୧୦ମ ଶ୍ରେଣୀ ପାସ କିମ୍ବା ଆଇଟିଆଇରେ ଉତିର୍ଣ୍ଣ ହୋଇଥିବା ନିହାତି ଆବଶ୍ୟକ ।

ବୟସ ସୀମା: ସର୍ବାଧିକ ୩୦ ବର୍ଷ

ଆବେଦନ ଶୁଳ୍କ: ସବୁ ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ସଂପୂର୍ଣ୍ଣ ରୂପେ ମାଗଣା ।

ଶେଷ ତାରିଖ: ୧୬ ଏପ୍ରିଲ,୨୦୧୮

ଠିକଣା: ଆବେଦନ ପତ୍ରକୁ ସଠିକ୍ ରୂପେ ଭରିବା ସହିତ ସମସ୍ତ ଦସ୍ତାବିଜକୁ “ସଚିବ, ସାହିତ୍ୟ ଏକାଡେମୀ, ରବିନ୍ଦ୍ର ଭବନ, ୩୫ ଫିରୋଜଶାହ ରୋଡ, ନୂଆଦିଲ୍ଲୀ-୧୧୦୦୦୧” ଠିକଣାରେ ପଠାଇ ଦିଅନ୍ତୁ ।

ଚୟନ ପ୍ରକ୍ରିୟା: ଆବେଦକଙ୍କୁ ଚୟନ କରିବାର କାର୍ଯ୍ୟ ବିଭାଗର ନିୟମାନୁସାରେ କରାଯିବ ।