ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନର ବାର୍ତ୍ତା ଦେଲେ ସଚିନ୍ ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍

56

ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର । ଯାହାଙ୍କ ନାଁ ହିଁ ତାଙ୍କର ପରିଚୟ । ବିଶ୍ୱ କ୍ରିକେଟର ଜଣ ମାଇଲ ଖୁଣ୍ଟ । ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ରାସ୍ତାରେ ଯାଉଥିବା ଲୋକଙ୍କୁ ହେଲମେଟ ପିନ୍ଧିବାର ସଚେତନତା ବାର୍ତ୍ତା ଦେଉଛନ୍ତି । ସଚିନ୍ ତେନ୍ଦୁଲକର ନିଜର ଟ୍ୱିଟର ଓ ଫେସବୁକ ଆକାଉଣ୍ଟରେ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହୋଇଛି । ଆଉ ସମସ୍ତେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।

ଭିଡିଓରେ ସଚିନ୍ ନଜର ଆସୁଛନ୍ତି । ସେ କାରରେ ବସି ଯାଉଛନ୍ତି , ରାସ୍ତାରେ ସଚିନଙ୍କୁ ବାଇକ ଚଢି ଯାଉଥିବାର ଦମ୍ପତି ନଜର ଆସୁଛନ୍ତି । ପଛରେ ବସିଥିବା ମହିଳା ହେଲମେଟ୍ ପିନ୍ଧିନାହାଁନ୍ତି । ତାଙ୍କୁ ଦେଖି ସଚିନ୍ ନିଜର କାରର କାଚ ଖୋଲନ୍ତି । ଏବଂ ମହିଳାଙ୍କୁ କୁହନ୍ତି କି କେବଳ ବାଇକର ଆଗରେ ବସିଥିବା ଲୋକ ହେଲମେଟ ପିନ୍ଧିବ ତା ନୁହେଁ ପଛରେ ବସିଥିବା ଲୋକ ବି ଏହା ପିନ୍ଧିବା ଜରୁରୀ ଅଟେ ।

ସଚିନଙ୍କର ଏହି ଭିଡିଓ ହେଉଛି ଭାଇରାଲ୍ –
ସଚିନ୍ ତେନ୍ଦୁଲକର ନିଜର ପୋଷ୍ଟରେ ଲେଖିଛନ୍ତି -, ‘ଡ୍ରାଇଭର ବା ପଛରେ ବସୁଥିବା ଲୋକ ,ଉଭୟଙ୍କ ଜୀବନ ମୂଲ୍ୟବାନ ଅଟେ । ଦୟାକରି ହେଲମେଟ ପିନ୍ଧିବାର ଅଭ୍ୟାସ କର । ମୋର ମତ ଏୟା ଯେ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧନ୍ତୁ । ’ ସଚିନ୍ ତେନ୍ଦୁଲକର ଅବସର ପରେ ମଧ୍ୟ ସବୁବେଳେ ଖବରରେ ରହିଆସିଛନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଯେମିତି ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛନ୍ତି , ଏହା ଭାଇରାଲ୍ ହୋଇଛି । ସଚିନ ଏହି ଭିଡିଓ ରୋଡ ସେଫଟି ଉପରେ ଆଧାରିତ । ସେ ନିଜର ବାର୍ତ୍ତାରେ ହେଲମେଟଡାଲୋ୨.୦ହାସରୋଡସେଫଟି ହାସଟାଗ ର ବ୍ୟବହାର କରିଛନ୍ତି ।

ରାସ୍ତାରେ ସଚିନଙ୍କୁ ଏପରି କହୁଥିବାର ଦେଖି ଚକିତ ହୋଇଯାଇଥିଲେ । ଯେତେବେଳେ ସଚିନ୍ କାରର ମିରର ଖୋଲି ସମସ୍ତଙ୍କ ସହ କଥା ହେଉଥିଲେ । ଲୋକଙ୍କର ଖୁସିର ଠିକଣା ନଥିଲା । ନିଜକୁ ଖୁବ୍ ଭାଗ୍ୟବାନ ମନେକରୁଥିଲେ । ଲୋକେ ସଚିନଙ୍କୁ ଦେଖିବା ପାଇଁ ବାଇକ ରଖି ତାଙ୍କର କାର୍ ସାମ୍ନାକୁ ଆସିବାକୁ ଲାଗିଲେ । ସଚିନ ମଧ୍ୟ ଲୋକଙ୍କୁ ନିରାଶ କରିନଥିଲେ । ଏବଂ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ।
( ସୌଜନ୍ୟ- ଦକ୍ୱିଣ୍ଟ)