ରେଳମନ୍ତ୍ରାଳୟ କଠୋର ନିୟମ: ଯାତ୍ରୀଙ୍କର ଏହି ଗୋଟିଏ ଭୁଲ ପାଇଁ ଆଜୀବନ ମିଳିବନି ସରକାରୀ ଚାକିରି

24

ରେଳରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ଅନେକ ଥର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଗୁଡିକ ମଧ୍ୟରୁ ଗୋଟିଏ ହେଲା ଟ୍ରେନ ସିଗନାଲ ହେବା ସତ୍ୱେ ଦୀର୍ଘ ସମୟ ଧରି ଅଟକି ରହିବା । ତେବେ ଏହାପଛରେ ଏକ ବହୁତ ହିଁ ସାଧାରଣ କାରଣ ହେଲା କି ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ କିମ୍ବା ଟ୍ରେନରେ ଜିନିଷ ପତ୍ର ବିକ୍ରି କରୁଥିବା ଭେଣ୍ଡର ନିଜ ସୁବିଧା ପାଇଁ ଟ୍ରେନର ଆପତକାଳୀନ ଚେନକୁ ଟାଣି ପକାଇଥାନ୍ତି । ତେଣୁ ଏହି କାରଣରୁ ଆମ ଟ୍ରେନ ଅନେକ ଥର ବିଳମ୍ବ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଚେନ ପୁଲିଂ ସଂପର୍କରେ କିଛି ଖାସ୍ କଥା ଜଣାଇବୁ, ଯାହା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଯାତ୍ରା ସମୟରେ ଅନେକ ଲୋକଙ୍କର ମୋବାଇଲ ଫୋନ ଟ୍ରେନରୁ ଖସି ପଡିଥାଏ, ଯେଉଁଥିପାଇଁ ସେମାନେ ଟ୍ରେନ ଚେନକୁ ଟାଣିପକାନ୍ତି । ହେଲେ ରେଳ ନିୟମ ଅନୁସାରେ, ମୋବାଇଲ ଫୋନ ଖସିପଡିବା ପରେ ଚେନ ପୁଲିଂ କରିବା ଆଇନଗତ ଅପରାଧ । ଟ୍ରେନରେ ଥିବା ଇମରଜେନ୍ସି ଚେନ ପୁଲିଂର ଦୁରୁପଯୋଗ କରିବା ଦ୍ୱାରା ରେଳମନ୍ତ୍ରାଳୟ ଆପଣଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିବ ।

ଆପତକାଳୀନ ଚେନ ଟାଣିବା ପାଇଁ ରେଳମନ୍ତ୍ରାଳୟ କିଛି ନିୟମ ପ୍ରସ୍ତୁତ କରିଛି , ଯେଉଁ ଆଧାରରେ ଆପଣ କେବଳ ଜରୁରୀକାଳୀନ ପରିସ୍ଥିତିରେ ହିଁ ଏହାର ପ୍ରୟୋଗ କରିପାରିବେ । ରେଳମନ୍ତ୍ରାଳୟ ମୁତାବକ, ଯଦି କୌଣସି ବ୍ୟକ୍ତି କୌଣସି ବିପଦରେ ଅଛନ୍ତିି , ଆପଣଙ୍କ କୌଣସି ସାଥୀ ଯଦି ରହିଯାଇଛନ୍ତି କିମ୍ବା ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷକୁ ଛାଡି ଚାଲିଆସିଛନ୍ତି କିମ୍ବା ଖସିପଡିଛି ତେବେ ଆପଣ ଏଥିପାଇଁ ଆପତକାଳୀନ ଚେନ ପୁଲିଂ କରିପାରିବେ ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କର ମୋବାଇଲ ଖସି ପଡେ ତେବେ ଆପଣ ସେ ସ୍ଥାନର ପୋଲ ସଂଖ୍ୟା ଦେଖିନେଇଛନ୍ତି ଏବଂ ଆଗାମୀ ଷ୍ଟେସନରେ ଅଧିକାରୀଙ୍କ ସହ ଆଲୋଚନା କରି ତାକୁ ରିକଭର କରିପାରିବେ । ଯଦି ଆପଣଙ୍କର ଫୋନ ବହୁତ ମହଙ୍ଗା ତେବେ ଏବଳି ପରିସ୍ଥିତିରେ ଆପଣ ଚେନ ଟ୍ରେନ ଟାଣିପାରିବେ । କିନ୍ତୁ ଆପଣଙ୍କୁ ଏଥିପାଇଁ ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ଟ୍ରେନରେ ଲଗାତର ଭାବେ ବୃଦ୍ଧି ପାଉଥିବା ପୁଲିଂ କାରଣରୁ ରେଳ ମନ୍ତ୍ରାଳୟକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଏଥିପାଇଁ ସରକାର ଟ୍ରେନଗୁଡିକରେ ଆପତକାଳୀନ ଚେନ ହଟାଇବାକୁ ବିଚାର କରୁଛି । ଏବେ ଟ୍ରେନରେ ଇମରଜେନ୍ସି ଚେନ କାରଣରୁ ଲୋକୋପାଇଲଟ ଏବଂ ଗାର୍ଡ ନମ୍ବର ଦିଆଯିବ, ଯାହାଦ୍ୱାରା ଆପଣ ଆପତକାଳୀନ ପରିସ୍ଥିତିରେ କଥାବାର୍ତ୍ତା ହୋଇପାରିବେ । ଚେନ ପୁଲିଂର ଦୁରୁପ ଯୋଗ କରିବାରୁ ସବୁଠାରୁ ବଡ କ୍ଷତି ଏହା ହେଲା କି ଆପଣଙ୍କୁ କେବେବି ସରକାରୀ ଚାକିରି ମିଳିନପାରେ ।