ମୋଦି କଣ ଖାଇବାକୁ ପସନ୍ଦ କରନ୍ତି, କେଉଁ ଫୋନ ବ୍ୟବହାର କରନ୍ତି । ଆରଟିଆଇ ତଥ୍ୟରୁ ହେଲା ଖୁଲାସା

39

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଙ୍କ ବ୍ୟକ୍ତିଗତ ଜୀବବ ଲକ୍ଷ ଲକ୍ଷ ଜନତାଙ୍କ ପାଇଁ କୌଣସି ରୁଚି ଓ ରହସ୍ୟମୟୀ ବିଷୟରୁ କମ୍ ନୁହେଁ । ମୋଦି ପ୍ରତିଦିନ କଣ କରନ୍ତି ? କଣ ଖାଆନ୍ତି ? କିପରି ରୁହନ୍ତି ? କେତେ ପଢିଛନ୍ତି ଆଉ କେଉଁ କଂପାନୀର ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ? ଏଭଳି ଅନେକ ପ୍ରଶ୍ନ ସୂଚନା ଅଧିକାର ନିୟମ ଅନୁସାରେ ପଚରା ଯାଇଛି । କିଛି ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ତ ମିଳିଛି ସତ ହେଲେ କିଛି କଥାକୁ ବି ଗୋପନୀୟ ବୋଲି କୁହାଯାଇ ତାର ଉତ୍ତର ମିଳିପାରିନାହିଁ । ତେବେ ଯେଉଁସବୁ ପ୍ରଶ୍ନର ଉତ୍ତର ପିଏମଓ ତରଫରୁ ଦିଆଯାଇଛି ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ଆସନ୍ତୁ ଜାଣିବା. . .

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ମୋଦିଙ୍କ ପୂର୍ବରୁ ଦେଶର କୌଣସି ବି ପ୍ରଧାନମନ୍ତ୍ରୀ ଏତେ ମାତ୍ରାରେ ସୋସିଆଲ ମିଡିଆରେ ସକ୍ରିୟ ନୁହଁନ୍ତି । କିନ୍ତୁ ମୋଦି ନା ହିଁ କେବଳ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ତାହା ନୁହେଁ ବରଂ ତାଙ୍କର ଲକ୍ଷାଧିକ ଫଲୋର୍ସ ଅଛନ୍ତି । ତେବେ ବହୁତ ହିଁ ଲୋକ ଜାଣିବାକୁ ଚାହାଁନ୍ତି କି ମୋଦି ସୋସିଆଲ ମିଡିଆ ବ୍ୟବହାର ପାଇଁ କେତେ ଟଙ୍କା ବରବାଦ୍ କରୁଛନ୍ତି ? ତେବେ ଏସଂପର୍କରେ ପିଏମଓ ତରଫରୁ ଆରଟିଆଇକୁ ଜବାବ୍ ମିଳିଥିଲା କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୋସିଆଲ ମିଡିଆ ଆକାଉଂଟର ମେଂଟେନାନ୍ସ ବାବଦକୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ ବୋଲି । ହେଲେ କଣ ବାସ୍ତବରେ ସୋସିଆଲ ମିଡିଆ ବ୍ୟବହାରରେ ମୋଦିଙ୍କ ପକେଟରୁ ଟଙ୍କା ଖର୍ଚ୍ଚ ହେଉନି ?

କେତେ ଦିନ ଛୁଟି ନେଇଛନ୍ତି ମୋଦି

ସେହିପରି ଅନ୍ୟ ଏକ ପ୍ରଶ୍ନ ପଚରାଯାଇଥିଲା କି, ମୋଦି କେତୋଟି ଛୁଟି ନେଇଛନ୍ତି । ଏହାର ଜବାବରେ ପିଏମଓ କାର୍ଯ୍ୟାଳୟ ତରଫରୁ ଏହା ଆସିଥିଲା କି, ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠାରୁ କୌଣସି ବି ଛୁଟି ନେଇ ନାହାଁନ୍ତି ।

ମୋଦି କଣ ଖାଇବାକୁ ବେଶି ପସନ୍ଦ କରନ୍ତି

ଲୋକମାନେ ବି ମୋଦି କଣ ଖାଇବାକୁ ପସନ୍ଦ କରନ୍ତି ସେ ବିଷୟରେ ଜାଣିବାକୁ ବେଶି ଜାଣିବାକୁ ଚେଷ୍ଟା କରିଥିଲେ । ଏହାର ଜବାବ ମିଳିଥିଲା କି, ମୋଦି ତାଙ୍କର ବ୍ୟକ୍ତିଗତ ରୋଷେୟା ଯାହା ପ୍ରସ୍ତୁତ କରନ୍ତି ତଥା ରୁଟି ଆଉ ଖେଚୁଡି ଖାଇବାକୁ ବେଶି ପସନ୍ଦ କରନ୍ତି ।

କେଉଁ କଂପାନୀର ମୋବାଇଲ ବ୍ୟବହାର କରନ୍ତି

ମୋଦି କେଉଁ କଂପାନୀର ଫୋନ ଏବଂ ଇଂଟରନେଟ ବ୍ୟବହାର କରୁଛନ୍ତି ସେ ବିଷୟରେ ବି ଲୋକେ ଜାଣିବାକୁ ବେଶି ଚାହିଁଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ପିଏମଓରୁ ମିଳିଥିଲା କି, ମୋଦି ଅଫିସ ତରଫରୁ ଦିଆଯାଇଥିବା ଫୋନ ବ୍ୟବହାର କରୁନାହାଁନ୍ତି କି ଅଫିସରୁ କୌଣସି ଫୋନ ନେଇ ନାହାଁନ୍ତି ବରଂ ଆଇଫୋନ ବ୍ୟବହାର କରନ୍ତି । ଯାହାକୁ ସେ ନିଜେ କିଣିଛନ୍ତି ଏବଂ ସେ ତାଙ୍କର ସୋସିଆଲ ମିଡିଆକୁ ବି ନିଜେ ହିଁ ହ୍ୟାଣ୍ଡେଲ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ମୋଦିଙ୍କ ୭ଜବମରମକ୍ଟଙ୍କକ୍ସଗ୍ଦର ରେ ଉପଲବ୍ଧ ଜବମରମକ୍ଟଙ୍କକ୍ସଗ୍ଦର ଉପରେ ଇଂଟରନେଟର ବେଗ ୩୪ଏମବିପିଏସ ରହିଛି ।