ମାତ୍ର ୧୨ଟଙ୍କା ନିବେଶ କରି ପାଆନ୍ତୁ ୨ ଲକ୍ଷ ଏବଂ ମାସକୁ ୪୨ ଟଙ୍କା ଦେଇ ରିଟାୟରମେଂଟ ପରେ ପେନସନ 

142
ଭବିଷ୍ୟତ ପାଇଁ ଟଙ୍କା ସଂଚିବା ଏକ ଭଲ କାମ, ହେଲେ ଏହି ସଂଚିତ ଟଙ୍କାକୁ କୌଣସି ବିକଳ୍ପରେ ନିବେଶ କରିବା ତାଠାରୁ ବି ଭଲ କାମ ଅଟେ । ଯାହା କି କୌଣସି ଆପତକାଳୀନ ପରିସ୍ଥିତିକୁ ସାମ୍ନା କରିବାରେ ଆପଣଙ୍କୁ ସହାୟତା କରିପାରେ । ତେଣୁ ଏଥିପାଇଁ ଆପଣଙ୍କୁ ବହୁ ପରିମାଣରେ ଅର୍ଥ ନିବେଶ କରିବାକୁ ମଧ୍ୟ ଦରକାର ପଡିବନି । କାରଣ ଏଭଳି ଅନେକ ଯୋଜନା ରହିଛି, ଯେଉଁଠି ଆପଣଙ୍କୁ ପ୍ରତିମାସ କିମ୍ବା ପ୍ରତି ବର୍ଷ ୫୦୦ଟଙ୍କା ବା ଏହାଠୁ ଅଧିକ ଟଙ୍କା ନିବେଶ କରିବା ଦ୍ୱାରା ଏକ ଆଶ୍ୱସ୍ତିକର ରିଟର୍ଣ୍ଣ ନିଶ୍ଚୟ ରୂପେ ମିଳିବ । ତେବେ ଆସନ୍ତୁ କିଛି ଏଭଳି ଯୋଜନା ସଂପର୍କରେ ଜାଣିବା ।
ବର୍ଷକୁ ମାତ୍ର ୧୨ ଟଙ୍କା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ)

ବିଶ୍ୱାସ ନହେଲେ ସତ । ଏହି ଯୋଜନାର ବାର୍ଷିକ ପ୍ରମିୟମ, ଟାକ୍ସକୁ ଛାଡି ଦେଲା ପରେ ଏହାର ନିବେଶ ଅର୍ଥରାଶି ରହିଛି ମାତ୍ର ୧୨ ଟଙ୍କା । ଏହା ଏକ ସରକାର-ସମର୍ଥିତ ଦୁର୍ଘଟଣା ବୀମା ଯୋଜନା । ଯାହାକି ୧୮ରୁ ୭୦ ବର୍ଷର ସମସ୍ତ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ । ପଲିସିଧାରକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ଦ୍ୱାରା କିମ୍ବା ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହେବାଦ୍ୱାରା ନୋମିନଙ୍କୁ ୨ ଲକ୍ଷ ଟଙ୍କା କିମ୍ବା ଆଂଶିକ ସ୍ଥାୟୀ ବିକଳାଙ୍ଗ ମାମଲାରେ ୧ ଲକ୍ଷ ଟଙ୍କା ମିଳିବ । ସମସ୍ତ ବ୍ୟାଙ୍କ ଆକାଉଂଟ ଧାରକ ନିଜର ନେଟବ୍ୟାଙ୍କିଂ ସେବାଗୁଡିକ ମାଧ୍ୟମରେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ପ୍ରତି ବର୍ଷ ୧ଜୁନରୁ ୩୧ ମଇ ପର୍ଯ୍ୟନ୍ତ ତଥା ବର୍ଷକ ଯାଏଁ ସୁରକ୍ଷା ପ୍ରଦାନ କରିଥାଏ ।

୩୩୦ ଟଙ୍କା ବର୍ଷକୁ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା
ଏହା ମଧ୍ୟ ଏକ ସରକାରୀ-ସମର୍ଥିତ ଯୋଜନା । ଯାହା ୨ ଲକ୍ଷ ଟଙ୍କାର ଜୀବନ ସୁରକ୍ଷା ପ୍ରଦାନ କରିଥାଏ । ପ୍ରତିବର୍ଷ ମାତ୍ର ୩୩୦ ଟଙ୍କା କିମ୍ବା ପ୍ରତିମାସ ମାତ୍ର ୨୭,୫୦ ଟଙ୍କା ପ୍ରିମିୟମ ବିଶିଷ୍ଟ ଏହି ଯୋଜନା । ୧୮ରୁ ୫୦ ବର୍ଷର ଲୋକମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ପିଏମଏସବିୱାଇ ଆଧାରରେ ଏହି ସୁବିଧାର ଲାଭ ମଧ୍ୟ ନେଟବ୍ୟାଙ୍କିଂ ମାଧ୍ୟମରେ ଉଠା ଯାଇପାରିବ ଏବଂ ପ୍ରମିୟମର ରକମ ଆପଣଙ୍କ ଆକାଉଂଟରୁ ଆପଣା ଛାଏଁ କଟି ଯିବ । ଏବଂ ଯେତେବେଳେ ଉକ୍ତ ବ୍ୟକ୍ତିବିଶେଷଙ୍କ ବୟସ ୫୫ ବର୍ଷ ହୋଇଯିବ ସେତେବେଳେ ଏହି ପଲିସି ଶେଷ ହୋଇଯିବ ।
୫୦୦ଟଙ୍କା ବର୍ଷକୁ, ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ
ଏହି ସଂଚୟ ଫଣ୍ଡ ତିଆରି କରିବା ପାଇଁ ଗୋଟିଏ ନିବେଶ ଏବଂ ଟାକ୍ସ ସେଭିଂଟ ଅପସନ ଅଟେ । ଆପଣ କମ ଟଙ୍କାରେ ତଥା ୧୯୯ ଟଙ୍କା ନିବେଶ କରି ନିଜର ପିପିଏଫ ଆକାଉଂଟ ଖୋଲି ପାରିବେ ଏବଂ ପ୍ରତିବର୍ଷ ୫୦୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ଏହି ଆକାଉଂଟକୁ ସକ୍ରିୟ କରିପାରିବେ ।
୪୨ ଟଙ୍କା ମାସିକ ଉପରେ ଅଟଳ ପେନସନ ଯୋଜନା 
ଏହି ଯୋଜନାର ଲକ୍ଷ୍ୟ ରହିଛି ସମାଜକୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ କରିବା । ଏହି ଯୋଜନା ଆଧାରରେ ନିବେଶ କରିବା ଉପରେ ୬୦ ବର୍ଷ ପରଠାରୁ ଆପଣଙ୍କ ଯୋଗଦାନ ଏବଂ ଅବଧି ଆଧାରରେ ନିଶ୍ଚିତ ପେନସନ ମିଳିବ । ଏହି ଯୋଜନାରେ ୧୮ ବର୍ଷ ବୟସରୁ ନିବେଶ କରିପାରିବେ ଏବଂ ୬୦ ବର୍ଷ ହେବା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଯୋଜନା ରେ ଆପଣଙ୍କୁ ପ୍ରତିମାସ ମାତ୍ର ୪୨ ଟଙ୍କା ନିବେଶ କରିବା ଦ୍ୱାରା ଆପଣଙ୍କୁ ଅବଧି ସମପ୍ତ ହେବା ପରେ ୧୦୦୦ଟଙ୍କା ପେନସନ ମିଳିବ । ଏହି ଯୋଜନା ଆଧାରରେ ପ୍ରିମିୟମ ଧିରେ-ଧିରେ ବୃଦ୍ଧି ପାଇବାରେ ଲାଗିବ ।