ଜିଓ ଧମାକା ! ମାତ୍ର ୧୧ ଟଙ୍କାରୁ ଆରମ୍ଭ କରି ୧୦୧ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍ । ଜାଣନ୍ତୁ ଆପଣଙ୍କ ପାଇଁ କେଉଁଟା ବେଷ୍ଟ

34

ବର୍ତ୍ତମାନର ସମୟ ହେଉଛି ଶସ୍ତା ଡାଟାର ସମୟ ବୋଲି କହିଲେ ବୋଧହୁଏ କିଛି ଭୁଲ ହେବନି । କାରଣ ମୋବାଇଲ ନେଟୱର୍କିଂ କଂପାନୀଗୁଡିକ ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉର୍ଦ୍ଦେଶ୍ୟରେ ପ୍ରତିଦିନ କିଛି ନା କିଛି ଶସ୍ତା ପ୍ଲାନ ଲଂଚ କରିବାରେ ଲାଗିଛନ୍ତି । ଇତି ମଧ୍ୟରେ ଜିଓ ମଧ୍ୟ ନିକଟରେ ନିଜ ପ୍ଲାନରେ ଅନେକ ପରିବର୍ତ୍ତନ ଆଣିଛି ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସର୍ବ ପ୍ରଥମେ ଆପଣଙ୍କୁ ଜଣାଇବୁ ଜିଓର ୧୧ ଟଙ୍କିଆ ପ୍ଲାନ ସଂପର୍କରେ । ଜିଓର ଏହି ପ୍ଲାନରେ ୟୁଜରଙ୍କୁ ୪୦୦ଏମବିର ହାଇ ସ୍ପିଡର ଡାଟା ମିଳିବ । ଏହି ପ୍ଲାନରେ କୌଣସି ବୈଧତା ନାହିଁ କି ନା ହିଁ କୌଣସି କଲିଂର ସୁବିଧା । ଏହି ପ୍ଲାନ ଆଡ ଅନ ପ୍ୟାକ୍ ଅଟେ । ଆଡ ଅନ ପ୍ୟାକ ପୂର୍ବରୁ ହିଁ ଫୋନରେ ଚାଲୁଥିବା ବୈଧତା ଥିବା କୌଣସିବି ପ୍ଲାନ ସହିତ କାମ କରିଥାଏ । ଏହାର ବୈଧତା ମଧ୍ୟ ସେତିକି ଦିନ ହୋଇଥାଏ ଯେତେଦିନ ଯାଏଁ ପୂର୍ବରୁ ବ୍ୟବହାର ହୋଇଥିବା ପ୍ଲାନରେ ଦିଆଯାଇଛି ।

ଜିଓର ୧୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ଅସୀମ କଲିଂର ସୁବିଧା ଏବଂ ହାଇ ସ୍ପିଡର ୦.୧୫ଜିବି ଡାଟା ମିଳିବ । ଏହି ପ୍ଲାନର ବୈଧତା ରହିଛି ଗୋଟିଏ ଦିନ । ଜିଓର ୨୧ ଟଙ୍କିଆ ଆଡ ଅନ ପ୍ୟାକରେ ୧ଜିବି ହାଇସ୍ପିଡର ଡାଟା ଦିଆଯାଇଛି । ସେହିପରି ଜିଓର ୪୯ ଟଙ୍କିଆ ପ୍ୟାକରେ ୨୮ ଦିନ ପର୍ଯ୍ୟନ୍ତ ସମୟ ସୀମା ସହିତ ହାଇସ୍ପିଡର ୧ବିଜି ଡାଟା ଦିଆଯାଉଛି । ଏହି ପ୍ଲାନଟି କେବଳ ଜିଓରୁ ଜିଓ ଫିଚର ଫୋନ ପାଇଁ ହିଁ ଉଦ୍ଦିଷ୍ଟ । ଜିଓର ୫୧ ଟଙ୍କିଆ ଆଡ ଅନ ପ୍ୟାକରେ ୩ଜିବି ହାଇ ସ୍ପିଡର ଡାଟା ଦିଆଯାଇଛି ।

ସେହିପରି କଂପାନୀର ୫୨ ଟଙ୍କିଆ ପ୍ଲାନରେ ୟୁଜରଙ୍କୁ ୭ ଦିନ ପର୍ଯ୍ୟନ୍ତ ଅସୀମ କଲିଂ ଏବଂ ଅସୀମ ଡାଟା ସୁବିଧା ବି ଦିଆଯାଉଛି । ତେବେ ଏଥିରେ ମିଳୁଥିବା ଅସୀମ ଡାଟାକୁ ଗ୍ରାହକମାନେ ଏକ ସର୍ତ୍ତରେ ବ୍ୟବହାର କରିପାରିବେ, ଏଥିରେ ପ୍ରତିଦିନ ହାଇ ସ୍ପିଡର ୦.୧୫ଜିବି ଡାଟା ମିଳିବ । ଡେଲି ଲିମିଟ୍ ଶେଷ ହେବା ପରେ ଇଂଟରନେଟ ତ ଅସୀମ ରୂପେ ଚାଲୁ ରହିବ ମାତ୍ର ସ୍ପିଡ ହ୍ରାସ ପାଇ ୬୪ କେବିପିଏସ ହୋଇଯିବ ।

ସେହିପରି ୯୮ ଟଙ୍କିଆ ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ଅସୀମ କଲିଂ ଏବଂ ଇଂଟରନେଟର ସୁବିଧା ଦିଆଯିବ । ଏଥିରେ ହାଇ ସ୍ପିଡର ୨ଜିବି ଡାଟା ମିଳିବ । ଜିଓର ୧୦୧ ଟଙ୍କିଆ ପ୍ଲାନ ଏକ ଆଡ ଅନ ପ୍ୟାକ୍ ଅଟେ । ଏଥିରେ ୟୁଜରଙ୍କୁ ୬ଜିବି ହାଇ ସ୍ପିଡର ଡାଟା ଦିଆଯାଉଛି ।