ବିହାରର ରବିନହୁଡା ଲୋକଙ୍କ ପାଇଁ ଭଗବାନ ହେଲେ ପୋଲିସ ନଜରରେ ? ? ?

21

ଏହା କୌଣସି ସିନେମା କାହାଣୀ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ମଧ୍ୟଯୁଗୀୟ ବ୍ରିଟିସ୍ କାହାଣୀର ଚର୍ଚ୍ଚିତ ଚରିତ୍ର ରବିନହୁଡାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ।

ବିହାରରେ ଜନ୍ମିତ ଇରଫାନ୍ ନାମକ ଏହି ଯୁବକ ଜଣକ ଏବେ ଉଜାଲା ବାବୁ ଭାବେ ପରିଚିତ । ପେଶା ହେଉଛି ଚୋରି କରିବା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଅସତ୍ ଉପାୟରେ ଅର୍ଜିତ ଏହି ଟଙ୍କାକୁ ସେ କେବଳ ନିଜର ଖୁସି ଖର୍ଚ୍ଚ କରନ୍ତି ନାହିଁ ବରଂ ନିଜ ଗାଁ ଓ ଆଖାପାଖ ଅଂଚଳର ଗରିବ ଲୋକମାନଙ୍କୁ ସହାୟତାର ହାତ ବଢାଇଥାନ୍ତି । ସେ କେବେ କାହାର ଦୁଃଖ ଦେଖିପାରନ୍ତି ନାହିଁ । ଖାଲି ସେତିକି ନୁହେଁ ଇରଫାନ୍ କେତେବେଳେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରନ୍ତି ତ ପୁଣି କେତେବେଳେ କାହାର ବିବାହ ପାଇଁ ଖୋଲା ମନରେ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି ।

ଏହି ଚାଞ୍ଚଲ୍ୟକର ତଥ୍ୟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ତାଙ୍କୁ ଦିଲ୍ଲୀ ପୋଲିସ ଗତ ଜୁଲାଇ ୬ରେ ଏକ ଲୁଟ୍ ଘଟଣାରେ ଗିରଫ କରିଥିଲା । ସ୍ଥାନୀୟ ଲୋକଙ୍କ ପାଇଁ ସେ ଭଗବାନ ପାଲଟି ଯାଇଛନ୍ତି । କାରଣ ଏକାଧିକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରି ପୀଡ଼ିତଙ୍କୁ ଚିକତ୍ସା ସେବା ଯୋଗାଇ ଦେଉଥିଲେ ଇରଫାନ୍ । ସେହିପରି ଦୀର୍ଘବର୍ଷ ଧରି ଅନେକ ଅସହାୟ ଲୋକଙ୍କ ସନ୍ତାନମାନଙ୍କ ବିବାହ ମଧ୍ୟ ସେ କରାଇଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଜାତୀୟ ଗଣମାଧ୍ୟମ ଇନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶତି ଖବର ମୁତାବକ, ଇରଫାନ୍ ଯେତେବେଳେ ମାତ୍ର ୫ମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ସେ ୧୨ଟି ଚୋରି ମାମଲାରେ ଛନ୍ଦି ହୋଇପଡିଥିଲେ । ଯେଉଁଥିପାଇଂ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡିଥିଲା । ତେବେ ଚୋରି ପାଇଁ ସେ ଦିଲ୍ଲୀ ଓ ମୁମ୍ବାଇର ବହୁ ବ୍ୟୟବହୁଳ ସ୍ଥାନକୁ ନିଜ ଟାର୍ଗେଟ କରିଥିଲେ । ଏଠାକୁ ଆସୁଥିବା ଲୋକଙ୍କଠାରୁ ସେ ଦାମୀ କାର୍, ଘଣ୍ଟା ଭଳି ସାମଗ୍ରୀ ଲୁଟିନେଉଥିଲେ ।