୨୫୧ ଟଙ୍କିଆ ସ୍ମାର୍ଟଫୋନର ଅଫର ଦାତା ହେଲେ ଗିରଫ ! ଉପଭୋକ୍ତାଙ୍କୁ ଠକୁଥିବାର ରହିଛି ଅଭିଯୋଗ

31

ମାତ୍ର ୨୫୧ ଟଙ୍କାରେ ଲୋକମାନଙ୍କୁ ଫ୍ରିଡମ ତଥା ସ୍ମାର୍ଟଫୋନ ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂପାନୀ ରିଙ୍ଗିଗ୍ ବେଲ୍ସର ମାଲିକ ମୋହିତ ଗୋୟଲଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ମୋହିତ ଗୋୟଲଙ୍କୁ ୟୁପିର ଗାଜିୟାବାଦରୁ ଗିରଫ ପୋଲିସ କରିଛି । ମୋହିତ ଶସ୍ତାରେ ମୋବାଇଲ ଫୋନ ଯୋଗାଇଦେବା ଆଳରେ କିଛି ଉପଭୋକ୍ତାଙ୍କଠାରୁ ଟଙ୍କା ଲୁଟି ଥିବାର ଅଭିଯୋଗ ରହିଛି । ତେବେ ଦୀର୍ଘ ଦିନ ଧରି କଂପାନୀର ଅଧିକାରୀଙ୍କ ବିରୋଧରେ ପୋଲିସ ତାର ତଦନ୍ତ ଚଳାଇଥିଲା ।

ଖାଲି ସେତିକି ନୁହେଁ ମୋହିତଙ୍କ ପତ୍ନୀ ମଧ୍ୟ ପୋଲିସର ତଦନ୍ତ ପରିସରକୁ ଆସିଥିଲେ । ଆଉ ତାଙ୍କ ବିରୋଧରେ ମଧ୍ୟ କେସ ଦାଏର କରାଯାଇଥିଲା । ତେବେ ଯାହା ସୂଚନା ମିଳୁଛି କି ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।