ଅଫିସ୍ ଟାଇମ୍ ସରିବା ପରେ କର୍ମଚାରୀଙ୍କୁ ହଇରାଣ ପାରିବେନି ମାଲିକ! ଛୁଟିରେ ଥିବାବେଳେ କର୍ମଚାରୀଙ୍କୁ ଫୋନ କରିପାରିବେନି ବସ୍ କିମ୍ବା ବରିଷ୍ଠ ଅଧିକାରୀ

3,110

ଗୋଟିଏ ପଟରେ ଯେଉଁଠି ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ସଂସଦର ଶୀତକାଳୀନ ଅଧିବେଶନରେ ସବୁଜ ସଂକେତ ମିଳିସାରିଛି, ସେହିପରି ସଂସଦରେ ଏଥରକ ‘ରାଇଟ୍ ଟୁ ଡିସକନେକ୍ଟ’ ବିଲ ଉପସ୍ଥାପନା କରାଯାଇଛି । ଯଦି ଏହି ବିଲଟି ସଂସଦରେ ପାରିତ ହୋଇଯାଏ ତେବେ ଉଭୟ ସରକାରୀ ଏବଂ ବେସରକାରୀ କୌଣସି ବି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହା କୌଣସି ଖୁସିଖବରଠାରୁ କମ୍ ହେବନି । ଏହି ବିଲରେ ପ୍ରସ୍ତାବର ରହିଛି କି କର୍ମଚାରୀ ଅଫିସ ଟାଇମ ପରେ କିମ୍ବା ଛୁଟିରେ ଥିବା ବେଳେ ମାଲିକ ବା ବସ୍ କିମ୍ବା ନିଜ ସିନିୟର ଅଧିକାରୀଙ୍କ ଫୋନ ଆସିବା ଦ୍ୱାରା କଲକୁ ଡିସକନେକ୍ଟ କରିପାରିବେ । ତେବେ ସଂସଦରେ ଏଭଳି ଏକ ପ୍ରସ୍ତାବ ରଖିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ ।

ଅଫିସ ସମୟ ସରିବା ପରେ ଫୋନ କରିପାରିବେ ନାହିଁ କୌଣସି ବି ବସ୍

ଏହି ବିଲରେ କର୍ମଚାରୀଙ୍କୁ ଏଭଳି ଅଧିକାର ଦିଆଯିବା ପାଇଁ କୁହାଯାଇଛି । ସୁପ୍ରିୟା ସୁଲେ କହିଛନ୍ତି କି, ଏହି ବିଲ ଜରିଆରେ କଂପାନୀ କର୍ମଚାରୀମାନଙ୍କ ଉପରେ ଅଧିକ କାମ ଲଦି ପାରିବେ ନାହିଁ । ସେ କହିଛନ୍ତି କି, ଏହି ବିଲ ଆସିବା ପରେ କର୍ମଚାରୀମାନେ ମାନସିକ ଚାପରୁ ଦୂରେଇ ରହିବେ ଏବଂ ସେମାନେ ବ୍ୟକ୍ତିଗତ ଜୀବନକୁ ମନଖୋଲି ଉପଭୋଗ କରିପାରିବେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ବିଲ୍ ବର୍ତ୍ତମାନ କେବଳ ଲୋକସଭାରେ ଉପସ୍ଥାପନା କରାଯାଇଛି, ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ମଂଜୁରୀ ମିଳିବା ପରେ ହିଁ ଏହି ନିୟମକୁ କାର୍ଯ୍ୟକାରୀ କରାଯାଇପାରିବ ।

ଉଲ୍ଲେଖ ଥାଉ କି, ଏଭଳି ହିଁ ବିଲ୍ ଫ୍ରେନ୍ଚ ସୁପ୍ରିମକୋର୍ଟ ଲାଗୁ କରିସାରିଛନ୍ତି । ନ୍ୟୁୟର୍କରେ ବି ଏହି ନିୟମ ଲାଗୁ ହୋଇଛି ଏବଂ ଜର୍ମାନୀରେ ବି ଏହି ନିୟମ କାର୍ଯ୍ୟକାରୀ ହେବା ନେଇ ବିଚାର ବିମର୍ଷ ଚାଲିଛି । ତେଣୁ ଯଦି ଏହି ବିଲଟି ପାରିତ ହୋଇଯାଏ ତେବେ କର୍ମଚାରୀମାନେ ଅଫିସ ଆଓାର ପରେ ବସଙ୍କର କଲ ଇଗନୋର କରିପାରିବେ ଏବଂ ଏହା କରିବା ଦ୍ୱାରା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ସେହିପରି ଯଦି ଏହି ରାଇଟ୍ ଟୁ ଡିସକନେକ୍ଟ ବିଲ ପାରିତ ହୋଇ ଆଇନ ପ୍ରସ୍ତୁତ ହୋଇଯାଏ ତେବେ ନିଶ୍ଚିତ ରୂପରେ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏହା ଆଶ୍ୱସ୍ତିକର ବିଷୟ ହେବ ।