ଚାକିରି କରିଛନ୍ତି କି? ତେବେ ଅଫିସରେ କଦାପି କରନ୍ତୁ ନାହିଁ ଏହି ୪ଟି କାମ, ଚାଲିଯାଇପାରେ ଆପଣଙ୍କର ଜବ୍

42

ଆଜିର ଦିନରେ କଂପାନୀଗୁଡିକ ହାଇଟେକ୍ ହେବାରେ ଲାଗିଛନ୍ତି । ଅଫିସ ମଧ୍ୟରେ ଆପଣ ବିଭିନ୍ନ ପ୍ରକାରର ଗ୍ୟାଜେଟ୍ ବ୍ୟବହାର ପାଇଁ ଦିଆଯାଉଛି । ଯାହାଦ୍ୱାରା ଆପଣ ଆପଣଙ୍କର କାମ କରିବାର କ୍ୱାଲିଟିକୁ ଆହୁରୀ ଅଧିଳ ବୃଦ୍ଧି କରିପାରିବେ । କିନ୍ତୁ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି କି କଣ ଆପଣ କଂପାନୀର ଗ୍ୟାଜେଟଗୁଡିକର ବ୍ୟବହାର ସଠିକ୍ ଭାବରେ କରୁଛନ୍ତି ? କଂପାନୀ ମଧ୍ୟରେ ଆପଣ ଟେକନିକଗୁଡିକର ଦୁର୍ବ୍ୟବହାର କରୁନାହାଁନ୍ତି ତ ? ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ପ୍ରସଙ୍ଗ ଉପରେ ଅବଗତ କରାଇବାକୁ ଯାଉଛୁ କି, ଯାହାକୁ ଲୋକେ ଅଣଦେଖା କରିଥାନ୍ତି ଓ ପରବର୍ତ୍ତୀ ସମୟରେ ଏଥିପାଇଁ ଅସୁବିଧାରେ ପଡିଥାନ୍ତି । ତେବେ ପଢନ୍ତୁ ଏହି ରିପୋର୍ଟ…

ପର୍ସନାଲ ଫାଇଲକୁ ଡାଉନଲୋଡ କରନ୍ତୁ ନାହିଁ

ଅଧିକାଂଶ ସମୟ ଏଭଳି ହୋଇଥାଏ କି, କିଛି କର୍ମଚାରୀ ଅଫିସ କମ୍ପ୍ୟୁଟରରେ ନିଜ ବ୍ୟକ୍ତିଗତ ଡାଟା ସେଭ କରି ରଖିଥାନ୍ତି । ତେବେ ଏହି ପର୍ସନାଲ ଫାଇଲରେ ଫଟୋ, ଭିଡିଓ ଏବଂ ସିନେମା ମଧ୍ୟ ସାମିଲ ରହିଛି । ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ବର୍ତ୍ତମାନଠାରୁ ଆଉ ଏଭଳି ଆଦୌ କରନ୍ତୁନି । କାରଣ, ପ୍ରତ୍ୟେକ କଂପାନୀର କିଛି ନା କିଛି ପଲିସି ରହିଥାଏ । ଯାହାଦ୍ୱାରା ଆପଣଙ୍କର ଡେକ୍ସରେ ଲାଗିଥିବା ପିସି କେବେବି ବଦଳା ଯାଇପାରେ । ଏଭଳି ପରିସ୍ଥିତିରେ ଆପଣଙ୍କର ପର୍ସନାଲ ଫାଇଲକୁ ବି ରିଷ୍ଟୋର କରିବା ପାଇଁ ଆପଣଙ୍କୁ ଆଇଟି ଡିପାର୍ଟମେଂଟର ଚକ୍କର କାଟିବାକୁ ପଡିପାରେ ।

ଗ୍ରୁପ ଚାର୍ଟରେ କେବଳ ଅଫିସିଆଲ କଥା ଆଲୋଚନା କରନ୍ତୁ

ସୋସିଆଲ ମିଡିଆର ବହୁଳ ବ୍ୟବହାର ସମରେ ଆମେ କଂପାନୀର ଏକ ଗ୍ରୁପ ଆପଣଙ୍କୁ ଫେସବୁକଠାରୁ ଆରମ୍ଭ କରି ହ୍ୱାଟସଆପ ପର୍ଯ୍ୟନ୍ତରେ ମିଳିଯିବ । ଏଭଳି ପରିସ୍ଥିତିରେ ଗ୍ରୁପରେ କେବଳ କଂପାନୀର ଲାଭ କ୍ଷତି ତଥା କାମ ସଂପର୍କିତ କଥା ଆଲୋଚନା କରନ୍ତୁ । ବିନା କାରଣରେ ଗୁଡ ମର୍ଣ୍ଣିଂ କିମ୍ବା ଗୁଡ ଲାଇଟ କିମ୍ବା ଜୋକ୍ସକୁ ଏଭଳି ଗ୍ରୁପରେ ଫରୱାର୍ଡ କରନ୍ତୁନି ।

ଅନଲାଇନ ସପିଂରୁ ଦୂରରେ ରୁହନ୍ତୁ

ଅଧିକାଂଶ ସମୟରେ ଏଭଳି ହୋଇଥାଏ କି, ଖାଲି ସମୟରେ କର୍ମଚାରୀମାନେ ନିଜ ନିଜ ସିଷ୍ଟମରେ ବିଭିନ୍ନ ଇ-କମର୍ସ ସାଇଟ ଦେଖିବାକୁ ଲାଗିପଡିଥାନ୍ତି । ଯାହାକୁ ପୂରା ପୂରି ନନଅଫିସିଆଲ ବୋଲି କୁହାଯାଇଥାଏ । ଅଧିକାଂଶ ସମୟରେ ଅନଲାଇନ ସପିଂ ଚକ୍କରରେ ଆପଣଙ୍କର ଇମେଜ ତଥା ବର୍ଷସାରାର ପରିଶ୍ରମ ବରବାଦ ହୋଇପାରେ । କାରଣ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କର ବସ ଆପଣଙ୍କ ଏଭଳି କାମ କରୁଥିବାର ଦେଖିଦିଅନ୍ତି ତେବେ ଆପଣ ଏଥିପାଇଁ ଅସୁବିଧାରେ ପଡିପାରନ୍ତି ।

ଜବ ସର୍ଚ୍ଚ କରନ୍ତୁ ନାହିଁ

ଅଫିସ ମଧ୍ୟରେ ଅନ୍ୟ କୌଣସି କଂପାନୀର ପ୍ରୋଫାଇଲ ଆଦୌ ସର୍ଚ୍ଚ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କର ଇମେଜ ଉପରେ ଗଭୀର ପ୍ରଭାବ ପଡିପାରେ । ଏବଂ ଅଫିସ ମଧ୍ୟରେ ଆପଣଙ୍କୁ ନେଇ ଅନେକ ପ୍ରକାରର ଗୁଜବ ବି ଉଠିପାରେ । ସବୁବେଳେ ଧ୍ୟାନ ରଖିବେ କି କଂପାନୀ ଆପଣଙ୍କୁ କାମ କରିବା ପାଇଁ ଟଙ୍କା ଦେଉଛି ନା କି ଅନ୍ୟ କଂପାନୀରେ ଚାକିରି ଖୋଜିବା ପାଇଁ ।