ମୋବାଲଇ ଜଗତରେ ଆରମ୍ଭ ହୋଇଛି ଶସ୍ତା ଫୋନର ଯୁଦ୍ଧ ! ଜାଣନ୍ତୁ କେଉଁଠି ମିଳିବ ଆପଣଙ୍କୁ ସବୁଠୁ ଅଧିକ ଲାଭ

64

କିଛି ଦିନ ହେଲା ମୋବାଇଲ ବଜାରରେ ଆରମ୍ଭ ହୋଇଛି ଶସ୍ତା ୪ଜି ଫୋନ ଲଂଚିଂ ଋତୁ । ସର୍ବ ପ୍ରଥମେ ରିଲାଏନ୍ସ ଜିଓ ୪ଜି ଫିଚର ଫୋନ ଲଂଚ କରିଥିଲା । ଏହାପରେ ଦେଶର ସବୁଠାରୁ ବଡ ଟେଲିକମ କଂପାନୀ ଭାରତୀ ଏୟାରଟେଲ ମଧ୍ୟ କାର୍ବନ ସହ ଭାଗିଦାରୀ କରି କାର୍ବନ ଏ୪୦ ଇଣ୍ଡିଆନ ଲଂଚ କରିଥିଲା । ଏବେ ଏୟାରଟେଲ ସେଲକୋନ କଂପାନୀ ସହିତ ମିଶି ସେଲକୋନ ସ୍ମାର୍ଟ ୪୦ି ଫୋନ ଲଂଚ କରିଛି । ତେଣୁ ଆଜି ଆମେ ଏହି ଖବର ମାଧ୍ୟମରେ ଜିଓଫୋନ ଏବଂ ସେଲକୋନ ସ୍ମାର୍ଟ ୪ଜି ଫୋନ ସଂପର୍କରେ ବିସ୍ତାର ଭାବେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ଜାଣି ପାରିବେ କି ଆପଣଙ୍କ ପାଇଁ କେଉଁ ମୋବାଇଲଟି ଭଲ ଅଟେ ।

ସୂଚନା ମୁତାବକ, ଜିଓଫୋନର ଲଂଚିଂ ପରେ ପରେ ହିଁ ମୋବାଇଲ ବଜାରରେ ହଟଚମଟ ଖେଳି ଯାଇଛି । ବର୍ତ୍ତମାନ ସମୟରେ ଟେଲିକମ କଂପାନୀଗୁଡିକ କୌଣସି ନା କୌଣସି ଫୋନ ତିଆରି କଂପାନୀମାନଙ୍କ ସହ ମିଶି ଶସ୍ତା ୪ଜି ଫୋନ ଲଂଚ କରିବାରେ ଲାଗିଛନ୍ତି । ଯଦି ଏୟାରଟେଲ କଥା କୁହାଯାଏ ତେବେ କଂପାନୀ ବଜାରରେ ୪ଜି ସ୍ମାର୍ଟଫୋନର ଏକ ଓପନ ଇକୋସିଷ୍ଟମ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଥିସହିତ ଫିଚର ଫୋନର ଦାମରେ ସ୍ମାର୍ଟଫୋନ ଉପଲବ୍ଧ କରିବାକୁ ଚାହୁଛନ୍ତି । ତେବେ ଏବେ ନଜର ପକାଇବା ଏହି ଦୁଇ କଂପାନୀର ଶସ୍ତା ଫୋନ ଉପରେ, ଯାହା ଆପଣଙ୍କୁ କିଭଳି ପ୍ରକାରେ ଫାଇଦା ଦେଇପାରେ ।

ସେଲକୋନ ସ୍ମାର୍ଟଫୋନ ୪ଜି ବନାମ ଜିଓଫୋନ

ଜିଓଫୋନ: ଏହି ଫୋନରେ ସିଙ୍ଗିଲ୍ ସିମ ସପୋର୍ଟ କରିଥାଏ । ଏଥିରେ ୨.୪ ଇଂଚର କ୍ୟୁଡବ୍ଲୁବିଜିଏ ଡିସପ୍ଲେ ଦିଆଯାଇଛି । ଏହାର ପିକ୍ସଲ ରିଜୋଲ୍ୟୁସନ ୨୪୦ ସହ ୩୨୦ର ରହିଛି । ଏହି ଫୋନ ୧.୨ ଗିଗାହର୍ଟଜ ସ୍ପ୍ରେଡଟ୍ରମ ଏସପିଆରଡି ୯୮୨୦ଏ/କ୍ୟୁସି୮୯୦୫ ଡୁଆଲକୋର ପ୍ରସେସର ଏବଂ ୫୧୨ ଏମବି ରାମରୁ ଲେସ୍ ରହିଛି । ଗ୍ରାଫିକ୍ସ ପାଇଁ ଏଥିରେ ମାଲି-୪୦୦ଜିପୁୟୁ ଇଂଟିଗ୍ରେଟେଡ ରହିଛି । ଏଥିରେ ୪ଜିବିର ଇଂଟରନେଟ ମେମୋରୀ ଦିଆଯାଇଛି । ଯାହାକୁ ମାଇକ୍ରୋଏସଡି କାର୍ଡ ଜରିଆରେ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ । ସେହିପରି ଫଟୋଗ୍ରାଫି ପାଇଁ ଏଥିରେ ୨ ମେଗାପିକ୍ସଲର ରିଅର କ୍ୟାମେରା ରହିଛି ଏବଂ ପ୍ରଂଟ ପ୍ୟାନେଲ ଉପରେ ବିଜିଏ କ୍ୟାମେରା ମଧ୍ୟ ରହିଛି ।

ସେଲକୋନ ସ୍ମାର୍ଟ ୪ଜି: ଏଥିରେ ୪ ଇଂଚର ଏହି ନୂଆ ୪ଜି ସ୍ମାର୍ଟଫୋନ ସେଲକୋନ ସ୍ମାର୍ଟଫୋନ ୪ଜିର ଇଫେକ୍ଟିଭ ଦାମ ରହିଛି ୧,୩୪୯ ଟଙ୍କା । ଏହା ଏକ ଟଚ୍ ସ୍କ୍ରିନ ସ୍ମାର୍ଟଫୋନ, ଯେଉଁଥିରେ ଡୁଆଲ ସିମ୍ ବ୍ୟବହାର କରିପାରିବେ । ଏହାର ସ୍କ୍ରିନ ୪ ଇଂଚ ରହିଛି ଏବଂ ଏଥିରେ ଏୟାରଟେଲର କିଛି ଆପ ମଧ୍ୟ ରଖାଯାଇଛି । ଯେଉଁଥିରେ ୱିଙ୍କ୍ ମ୍ୟୁଜିକ୍ ଏବଂ ଏୟାରଟେଲ ଟିଭି ସାମିଲ । ଫୋନର ମୁଖ୍ୟ ଆକର୍ଷଣ ରହିଛି ଏଥିରେ ୧.୩ଜିଏଚଜେ କ୍ୱାଡକୋର ପ୍ରୋସେରର ଏବଂ ୧ଜିବି ରାମ । ଏଥିସହିତ ୮ଜିବିର ଇଂଟରନେଟ୍ ମେମୋରୀ ମଧ୍ୟ ଦିଆଯାଇଛି । ମାଇକ୍ରୋ ଏସଡି କାର୍ଡ ଜରିଆରେ ମଧ୍ୟ ଏହାକୁ ୩୨ ଜିବି ପର୍ୟ୍ୟନ୍ତ ବୃଦ୍ଧି କରିଦିଆଯିବ । ଏହାର ବ୍ୟାଟେରୀ ୧,୫୦୦ଏମଏଏଚର ଅଟେ । ବେସିକ୍ ଫଟୋଗ୍ରାଫି ପାଇଁ ଏଥିରେ ୩.୨ ମେଗାପିକ୍ସଲର ରିଅର କ୍ୟାମେରା, ଯେବେକି ୨ ମେଗାପିକ୍ସଲର ସେଲ୍ଫି କ୍ୟାମେରା ଦିଆଯାଇଛି । ଏହାର ସ୍କ୍ରିନ ୪ ଇଂଚର ରହିଛି ।

କଂପାନୀ ସର୍ତ୍ତ ଅନୁସାରେ, ଏହି ସ୍ମାର୍ଟଫୋନ ସହିତ ପ୍ରତି ମାସ ଗ୍ରାହକଙ୍କୁ ୧୬୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନ କାର୍ବନ ଏ୪୦ ପ୍ଲାନ ଭଳି ଅଟେ । ଏଥିସହିତ ପ୍ରତିଦିନ ୦.୫ଜିବି ଡାଟା ଏବଂ ଅସୀମ କଲିଂର ସୁବିଧା ବି ମିଳିବ । ତେବେ ଏହାର ବୈଧତା ରହିଛି ୨୮ ଦିନ । ଏହି ଅଫର ଆଧାରରେ ସ୍ମାର୍ଟଫୋନ କିଣିବା ପାଇଁ ଆପଣଙ୍କୁ ୨,୮୪୯ ଟଙ୍କା ଡାଉନ ପେମେଂଟ କରିବାକୁ ପଡିବ । ଏଥିସହିତ ଲଗାତର ୩୬ ମାସ ପର୍ୟ୍ୟନ୍ତ ପ୍ରତି ମାସ ୧୬୯ ଟଙ୍କା ଦେବାକୁ ପଡିବ । ୧୮ ମାସ ପରେ ୫୦୦ ଟଙ୍କା ଫେରସ୍ତ ମିଳିବ । ଯେବେକି ଆଗାମୀ ୩୬ ମାସ ପରେ ୧,୦୦୦ ଟଙ୍କାରେ ମିଳିବ । ମୋଟ ଉପରେ କହିବାକୁ ଗଲେ, ୧,୫୦୦ଟଙ୍କା କ୍ୟାସବ୍ୟାକ୍ ଆଧାରରେ ମିଳିବ ଏବଂ ଏହି ଫୋନର ଇଫେକ୍ଟିଭ ଦାମ ରହିବ ୧,୩୪୯ ଟଙ୍କା । ତେବେ ଏହି ଫୋନଟିକୁ ଆପଣଙ୍କୁ ଆଉ ଫେରାଇବାକୁ ପଡିବ ନାହିଁ ।

କେଉଁଥିରେ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ 

ସେଲକୋନ ସ୍ମାର୍ଟଫୋନ ୪ଜି

ଡାଉନ ପେମେଂଟ: ୨,୮୪୯ ଟଙ୍କା

ଏୟାରଟେଲ ରିଚାର୍ଜ: ୬,୦୮୫ ଟଙ୍କା (୩୬ ମାସ ପାଇଁ)

କ୍ୟାସବ୍ୟାକ: ୧,୫୦୦ ଟଙ୍କା (୩୬ ମାସ ପରେ)

ମୋଟ୍ ପେମେଂଟ: ୭,୪୩୩ଟଙ୍କା ୨୮୪୯+୬୦୮୪-୧୫୦୦= ୭୪୩୩

ଜିଓଫୋନ:

ସିକ୍ୟୁରିଟି ଅର୍ଥ: ୧,୫୦୦ ଟଙ୍କା

ଜିଓ ୪ଜି ରାଚାର୍ଜ ୩ ବର୍ଷ ପର୍ଯ୍ୟନ୍ତ: ୧୫୩ ପ୍ରତି ମାସ (୩ ବର୍ଷ ପର୍ଯ୍ୟନ୍ତ ୫,୫୦୮ ଟଙ୍କା)

କ୍ୟାସବ୍ୟାକ: ୧,୫୦୦ଟଙ୍କା

ମୋଟ୍ ପେମେଂଟ: ୫,୫୦୮ ଟଙ୍କା

ସୌଜନ୍ୟ: ଦୈନିକ ଜାଗରଣ